
ବାସ୍ତବବ୍ୟୁରୋ:(ଚାନ୍ଦବାଲି)୩୦/୦୫– ଚାନ୍ଦବାଲି ବ୍ଲକ ମତୋ ବଜାର ଥିବା ପରିବା ହାଟ ରେ ଦେଖିବାକୁ ମିଳିଛି କୃତ୍ରିମ ବନ୍ୟା । ଏହି ପରିବା ହାଟ ରେ ଲୋକମାନେ ଜୀବିକା କରି ପେଟ ପୋଷ ନ୍ତି ,ଏହି ବଜାର ପଟି ରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଉଛନ୍ତି ।
ବ୍ୟବସାୟୀ ମାନେ ଏହି ହାଟ ରେ ୩୦ ରୁ ୪୦ ବର୍ଷ ଧରି ପେଟ ପାଟଣା ପୋଷୁଛନ୍ତି ଏହି ହାଟ ପଟି ଦେଇ ମତୋ ପଞ୍ଚାୟତ ଏକ ଡ୍ରେନ ନିର୍ମାଣ କରି ହାଟର ବର୍ଷା ପାଣିକୁ ନିଷ୍କାସନ କରାଯାଏ। କିନ୍ତୁ ସବୁଠୁଁ ବଡ଼ କଥା ହେଲା କିଛିଲୋକ ଏହି ଡ୍ରେନ ଉପରେ ଘର ନିର୍ମାଣ କରି ପାଣିବାଟକୁ ଅବରୋଧ କରିଥିବାର ଦେଖିବାକୁ ମିଳିଛି। ବଜାର କମିଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ଲୋକମାନେ ମଧ୍ୟ ଜାଆ ଆସ ପାଇଁ ବହୁତ ଅସୁବିଧା ରେ ପଡୁଛନ୍ତି। କିଛି ଲୋକଙ୍କ ଦୋକାନ ଭିତରେ ପାଣି ପଶି ବହୁ ଜିନିଷ ପତ୍ର ମଧ୍ୟ କ୍ଷୟ କ୍ଷତି ହୋଇଛି ।ଦୋକାନୀ ମାନେ ଜିଲ୍ଲା ପ୍ରଶାସନ ଙ୍କ ପାଖରେ ଗୁହାରୀ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନଥିବା କଥା ଅଭିଯୋଗ କରିଛନ୍ତି|