
ବାସ୍ତବବ୍ୟୁରୋ:ଚାନ୍ଦବାଲି,୩୦.୫.୨୧ ଆଜି ଦିନ ୧୨ଟା ବେଳେ କେନ୍ଦ୍ର ମନ୍ତ୍ରୀ ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟ କ୍ଷତି ଦେଖିଲେ । ଧାମରାର ଓରାମାଳ ,ପାଇକ ସାହି, ଦୋସିଙ୍ଗା ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ ।ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇ ଥିଲେ ।କେନ୍ଦ୍ର ମନ୍ତ୍ରୀ ନିଜେ ଆଣିଥିବା ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ସାମଗ୍ରୀ ଲୋକ ମାନଙ୍କୁ ଦେଇଥିଲେ ।




