
ବାସ୍ତବବ୍ୟୁରୋ:(ନି.ପ୍ର ଚାନ୍ଦବାଲି) ଏନ୍ ଏ ସି ବିନତରା କୁଲ୍ଲ୍ଲୀ ଗାଁରେ ଏକ ନଡିଆ ଗଛକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ହେବା ପରେ ଗୋଟିଏ ପକ୍ଷ ପ୍ରତିପକ୍ଷ ଉପରେ ଖଣ୍ଡା , ଭୁଜାଲି ଓ ଫର୍ସାରେ ଆକ୍ରମଣ କରିବା ପରେ ମା ଓ ଝିଅ ଗୁରୁତର ହେବା ସହ ଚାନ୍ଦବାଲି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମା ଓ ଝିଅକୁ ପ୍ରତିପକ୍ଷ ମାନେ ଅତି ନିର୍ମମ ଭାବରେ ହାଣିବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଗ୍ରାମବାସୀ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।
ଆକ୍ରମଣରେ ଶିକାର ହୋଇଥିବା ମହିଳା ହେଉଛନ୍ତି କୁଲ୍ଲି ଗାଁର ଗଦାଧର ପରିଡ଼ାଙ୍କ ସ୍ତ୍ରୀ ସଞ୍ଜୁଲତା ଓ ତାଙ୍କ ଝିଅ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଥାନାରେ ଅଭିଯୋଗ ପରେ ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହ ପ୍ରତିପକ୍ଷ ଲକ୍ଷ୍ମୀଧର ପରିଡ଼ା ମଧ୍ୟ ତାଙ୍କର ଦୁଇ ଝିଅ ଓ ସ୍ତ୍ରୀଙ୍କ ଦେହରେ ନାଲି ରଙ୍ଗ ମାରି ମେଡିକାଲରେ ପହଞ୍ଚି ଆକ୍ରମଣର ରୂପ ଦେବାକୁ ଚେଷ୍ଟା କରିଛନ୍ତି ।



