
ବାସ୍ତବବ୍ୟୁରୋ :(ନି.ପ୍ରନର୍ଲା) ଦୁନିଆ ସୁଖର ସାଥି ହେଲେ ଦୁଃଖର ସାଥି କିଏ ? ସ୍ତ୍ରୀ ପିଲା ଭାଇ ବନ୍ଧୁ କେହିନୁହେଁ |ସ୍ୱାର୍ଥରେ ବନ୍ଧ୍ୟା ଅଜାତ ,କିନ୍ତୁ ଏମିତିବି ଲୋକ ଅଛନ୍ତି ଯିଏ ନିଜ ପାଇଁ ନୁହେଁ ଅନ୍ୟ ପାଇଁ ବଂଚନ୍ତି , ଅନ୍ୟର ଦୁଃଖରେ ଦୁଖୀ ଅନ୍ୟର ସୁଖରେ ସୁଖୀ ମଣନ୍ତି |ଆଜି ଏମିତି ଏକ ଦୁଖୀ ମଣିଷର ଦୁଃଖକୁ ଆପଣେଇ ନେଇଛନ୍ତି |ସମାଜସେବୀ ତ୍ତରଞ୍ଜନ ମଣ୍ଡଳ |
ଦୁର୍ଘଟଣା ଗ୍ରସ୍ତ ହୋଇ ଅକର୍ମଣ୍ୟ ଭାବେ ପଡିରହିଥିବା ନର୍ଲା ଗ୍ରାମର ଘନଶ୍ୟାମ ବାଗ୍ ଙ୍କ ଜୀବନ ରେ ଦେଖାଦେଇଛି ଆଶାର ନୂତନ କିରଣ ଏହି ଅଠର ବର୍ଷୀୟ ଯୁବକ ଅର୍ଥାଭାବରୁ ଉନ୍ନତ ଚିକିତ୍ସା ପାଇଁ ପାରୁ ନ ଥିବା କଥା ଜାଣି ପାରିଲା ପରେ ଘନଶ୍ୟାମ ଙ୍କୁ ତୁରନ୍ତ ସହଯୋଗ ର ହାତ ବଢାଇଛନ୍ତି କଳାହାଣ୍ଡି ଜିଲ୍ଲା ବିଜେଡ଼ି ଉପ ସଭାପତି ଚିତ୍ତରଞ୍ଜନ ମଣ୍ଡଳ ଗତକାଲି ତାଙ୍କର ସହଯୋଗୀ ଘନଶ୍ୟାମ ପାଖରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଚିକିତ୍ସା କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ, |
ଆଜି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘନଶ୍ୟାମ ଙ୍କୁ ଭର୍ତ୍ତି କରାଇଛନ୍ତି ଶ୍ରୀଯୁକ୍ତ ମଣ୍ଡଳ, ବର୍ତ୍ତମାନ ଘନଶ୍ୟାମ ଙ୍କ ପରମ୍ଭିକ ଚିକିତ୍ସା ପରେ ଆଗକୁ ଉତ୍ତମ ଚିକିତ୍ସା ପାଇଁ ରାଇପୁର ସ୍ଥିତ ରାମକୃଷ୍ଣ ମିଶନ ହସ୍ପିଟାଲ୍ କୁ ପଠାଇ ବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଚିତ୍ତରଞ୍ଜନ ମଣ୍ଡଳ,ଏହି ମହତ୍ କାର୍ଯ୍ୟ କୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ସଙ୍ଗଠନ ମଣ୍ଡଳ କୁ ସାଧୁ ବାଦ୍ ଜଣାଇଛନ୍ତି |