ଦୁଇ ମାସ ହେଲା ମିଳୁନି ରାସନ୍ ସାମଗ୍ରୀ ଅଭିଯୋଗ କଲେ ମିଳୁଛି ନାଲି ଆଖିର ଧମକ


ବାସ୍ତବବ୍ୟୁରୋ:(ନି.ପ୍ର ଭଦ୍ରକ) କରୋନାର କରାଳ ଛାୟାରେ ସାରା ବିଶ୍ୱ ଆଜି ସ୍ତମ୍ବିଭୁତ ହୋଇଯାଇଛି । ୨ୟ ଲହରରେ ଯାବତୀୟ କଟକଣା ସାଙ୍ଗକୁ କଳକବଜା ବନ୍ଦ ରହିବା ଏପରିକି ଲକ୍ ଡାଉନ୍ ଓ ସାପ୍ତାହିକ ୨ ଦିନ ସଟ୍ ଡାଉନ୍ ହେତୁ ଗରିବ ଶ୍ରେଣୀୟ ଲୋକେ ଦୁଇ ଓଳି ଦୁଇ ମୁଠା ଖାଦ୍ୟରୁ ବଂଚିତ ହେଉଛନ୍ତି । ଅନ୍ୟପଟେ ନିକଟରେ ମହାବାତ୍ୟା ‘ୟସ’ ତାଣ୍ଡବ ରଚିଯିବା ପରେ ସଂପ୍ରତି ବନ୍ୟା ଲୋକଙ୍କୁ ବିଭିନ୍ନ ପ୍ରକାରର ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଦେଉଅଛି ।

ଏପରି ସ୍ଥଳରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଜାମଯୋଡି ପଂଚାୟତ ଅଧିନ ସାମନ୍ତରାୟପୁର ଜେନାସାହିର ପ୍ରାୟ ୩୫ ପରିବାର ସରକାରଙ୍କ ପ୍ରଦତ ରାସନ୍ ସାମଗ୍ରୀ ପାଇବାରୁ ବଂଚିତ ହୋଇଥିଭା ଅଭିଯୋଗ ହୋଇଛି । ସଂପୃକ୍ତ ରିଟେଲର ମନଇଛା ସାମଗ୍ରୀ ପ୍ରଦାନ କରୁଛି । ତିନି ମାସର ଥରେ କିରୋସିନ୍ ଦେଉଥିବା ବେଳେ ଚାଉଳ ଓ ଗହମ ଦୁଇ ମାସରେ ଥରେ ଦେଇଥାଏ । ଅଭାବ ଅନାଟନ ସମୟରେ ଏହି ଦଳିତ ପରିବାର ଲୋକେ ଉପାସ ଭୋକରେ କାଳାତିପାତ କରୁଥିବା ବେଳେ ପ୍ରଶାସନ ସେମାନଙ୍କ ନିକଟରେ ପହଂଚି ନଥିବା ମଧ୍ୟ କୁହାଯାଉଛି । ତେବେ ମଇ ଓ ଜୁନ୍ ମାସରେ ସେମାନଙ୍କ ସାମଗ୍ରୀ ମିଳିନଥିବାରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏନେଇ ସେମାନେ ସ୍ଥାନୀୟ ସରପଂଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ସଭ୍ୟାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏଯାଏଁ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି । ଲକ୍ ଡାଉନ୍ ସତ୍ୱେ ଗଣମାଧ୍ୟମ ଜରିଆରେ ଏହି ଗ୍ରାମବାସୀ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ସେମାନଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ଦାବୀ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିଶିଷ୍ଟ ସମାଜ ସେବି ନିଳମଣୀ ବିଶ୍ବାଳଙ୍କ ଶ୍ରଦ୍ଧାଞ୍ଜଳି ସଭା

Mon May 31 , 2021
ବାସ୍ତବବ୍ୟୁରୋ:(ନି.ପ୍ରଚୌଦ୍ଵାର) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ନଖରା ପଞ୍ଚାୟତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ଚୌଦ୍ବାର କଟକ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ପିତା ବିଶିଷ୍ଟ ସମାଜ ସେବି ନିଳମଣୀ ବିଶ୍ବାଳଙ୍କ ବିୟୋଗରେ ନଖରା ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି | ସଭାରେ ପ୍ରଥମେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲଖ ପରେ ସଭାକାର୍ଯ୍ଯ […]

You May Like

Breaking News

Pin It on Pinterest