
ବାସ୍ତବବ୍ୟୁରୋ:(ନି.ପ୍ର,ଚାନ୍ଦବାଲି)-ଚାନ୍ଦବାଲି ବିଧାୟକ ବ୍ଯାମକେଶ ରାୟଙ୍କ ନିଜ ଗାଁ ରେ ପୁଣି ଦେଖାଯାଉଛି ଗୋଷ୍ଠୀ ସଂଘର୍ଷ, ନିରୀହ ବିଜେପି କର୍ମୀ ଙ୍କ ଉପରେ ହୋଇଛି ସଂଘବଦ୍ଧ ଆକ୍ରମଣ, ଚାନ୍ଦବାଲି ବ୍ଲକ କାଣ୍ଡଗରଡି ପଞ୍ଚାୟତ ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ପ୍ରତିପକ୍ଷ ଙ୍କ ପକ୍ଷରୁ ସଂଘବଦ୍ଧ ଭାବେ ବିଜେପି କର୍ମୀ ଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସ୍ବାମୀ ଓ ସ୍ତ୍ରୀ ଗୁରୁତର ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି।
ସଦର ଚାନ୍ଦବାଲି ବଜାର ଶାସ୍ତ୍ରୀ ନଗରରେ ଅଲେଖକୁମାର ନାୟକ ଓ ତାଙ୍କ ଧର୍ମପତ୍ନୀ ନିଜ ଅଟୋରେ ଯାଉଥିବା ସମୟରେ ପ୍ରତିପକ୍ଷ ବିଜେଡି କର୍ମି ମାନେ ଆସି ଏକ କୋଦାଳ ବେଣ୍ଟରେ ପତିପକ୍ଷ ମରାଣାତ୍ମକ ଆକ୍ରମଣ କରିବାରୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ପ୍ରଥମେ ଚାନ୍ଦବାଲି ଥାନା ରେ ଅଭିଯୋଗ କରି ପରେ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ରେ ଦମ୍ପତି ଅଭିଯୋଗ କରିଛନ୍ତି।