
ବାସ୍ତବବ୍ୟୁରୋ:(ନି.ପ୍ରଚୌଦ୍ଵାର) କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ବାର ବ୍ଲକ ନଖରା ପଞ୍ଚାୟତ ସରସ୍ବତୀ ଶିଶୁ ମନ୍ଦିର ପ୍ରାଙ୍ଗଣରେ ଆଜି ଚୌଦ୍ବାର କଟକ ପ୍ରାକ୍ତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ପିତା ବିଶିଷ୍ଟ ସମାଜ ସେବି ନିଳମଣୀ ବିଶ୍ବାଳଙ୍କ ବିୟୋଗରେ ନଖରା ବିଜୁ ଜନତା ଦଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି |

ସଭାରେ ପ୍ରଥମେ ସ୍ବର୍ଗତ ବିଶ୍ବାଳଙ୍କ ଫଟୋଚିତ୍ର ଉପରେ ପୁଷ୍ପ ମାଲ୍ଯ ଅର୍ପଣ କରାଯାଇଥିଲଖ ପରେ ସଭାକାର୍ଯ୍ଯ ଆରମ୍ଭ କରାଯାଇଥିଲା ଏହି କାର୍ଯ୍ଯକ୍ରମରେ ନଖରା ପଞ୍ଚାୟତ ର ବିଜୁ ଜନତା ଦଳର ସମ୍ପାଦକ ଧନେଶ୍ବର ଜେଠୀ ସ୍ବର୍ଗତ ବିଶ୍ବାଳଙ୍କ ଜୀବନି ଏବଂ ତାଙ୍କ କର୍ମମୟ ଜୀବନର ଶଙ୍ଘର୍ଷର ଅତୁଳନୀୟ ଅବଦାନ ସମାଜସେବା ବିଷୟରେ ଆଲୋକ ପାତ କରିଥିଲେ ଅନ୍ଯଜଣଙ୍କ ଭିତରେ ମହିଳା ନେତ୍ରୀ ପ୍ରମିଳା ଓଝା,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କରୁଣାକ ନାୟକ, ବିଜୁ ଜନତା ଦଳର କେତେକ ଛାମୁଆ କର୍ମୀ ସନ୍ତୋଷ ନାୟକ, ନିରଞ୍ଜନ ମଲ୍ଲିକ,ମନୋଜ ବାରିକ, ନବୀନ ସି ପ୍ରମୁଖ ଉପସ୍ଥିତ ଥିଲେ।