
ବାସ୍ତବବ୍ୟୁରୋ:(ନି.ପ୍ରଭୋଗରାଇ)ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପରିଶରରେ, ଶକ୍ତି ମନ୍ତ୍ରୀ ଦିବ୍ଯ ସଂଙ୍କର ମିଶ୍ର ,ପର୍ଯ୍ଯଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ,ଭେଗରାଇ ବିଧାୟକ ଅନନ୍ତ ଦାସ ଓ ବିଦ୍ବତ୍ ବିଭାଗର ସମସ୍ତ ଅଧିକାରି ମାନେ ଉପସ୍ଥିତ ରହି ବାତ୍ୟା ‘ୟଶ୍’ ରେ ପ୍ରଭାବିତ ହୋଇଥିବା ବିଦ୍ୟୁତ କିପରି ଲୋକ ମାନଙ୍କ ପାଖରେ ଯେତେ ଶୀଘ୍ର ପହଂଚି ପାରିବ ଏ ନେଇ ଏକ ରିଭିୟୁ ମିଟିଙ୍ଗ କରିଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଅଞ୍ଚଳ ରେ ବିଦ୍ୟୁତ ର ସମସ୍ୟା କଥା ଲୋକ ମାନଙ୍କ ପାଖରୁ ପଚାରି ବୁଝୁଛନ୍ତି ମନ୍ତ୍ରୀ । ଏଥି ସହିତ ଭୋଗରାଇରେ ଅଘୋଷିତ ବିଦ୍ୟୁତ କାଟା ହେଉଥିବା କଥା ଉଲ୍ଲେଖ କରିଥିଲେ । ଯଥାଶୀଘ୍ର ବିଦ୍ୟୁତ ର ସମସ୍ୟା ଉପୁଜିବ ନାହିଁ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ଶ୍ରୀ ମିଶ୍ର।




