ଏକ ବିଭତ୍ସ ହତ୍ୟାକାଣ୍ଡ.. ଅଢେ଼ଇ ବର୍ଷର ପୁଅ ମୃତ ବାପ ଗୁରୁତର…

Photo:bastab media

ବାସ୍ତବବ୍ୟୁରୋ:(ନି.ପ୍ରପୋଲସରା) ଗଞ୍ଜାମ ଜିଲ୍ଲା ର ପୋଲସରା ଥାନା ଭାବରଡ଼ା ଗାଁ ଦାଣ୍ଡରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି । ସେହି ଗାଁର ବୁଲୁ ସାହୁ ଓ ତାଙ୍କ ଅଢେଇ ବର୍ଷ ର ପୁଅ କୁ ଘରୁ ଡାକି ଆଣି ଏକ ଧାରୁଆ ଅସ୍ତ୍ର ରେ ଆକ୍ରମଣ କଲା ମାନସିକ ବିକୃତ ପଡୋଶୀ l ବୁଲୁ କିଛି ବୁଝିବା ଆଗରୁ ବାପା ପୁଅ ଙ୍କ ଉପରକୁ କାତି ଓ କୁରାଢ଼ୀ ରେ ଆକ୍ରମଣ କରିଥିଲା ଅଭିଯୁକ୍ତ ବୁଲୁ ସେଠି l

ଘଟଣା ସ୍ଥଳରେ ଅଢେଇ ବର୍ଷ ର ପୁଅ ଜଗନ୍ନାଥ ସାହୁ ଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ବୁଲୁ ସାହୁ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପୋଲସରା ମେଡ଼ିକାଲ ଭର୍ତି କରାଯାଇ ଥିବା ବେଳେ ସେଠାରେ ତାଙ୍କ ସ୍ୱସ୍ଥ୍ୟବସ୍ଥା ବିଗିଡ଼ିବାରୁ ବ୍ରହ୍ମପୁର ବଡ ମେଡିକାଲ ରେ ଭର୍ତି କରାଯାଇଥିବା ସୂଚନା ମିଳିଛି l ଘଟଣା ସ୍ଥଳରେ ପୋଲସରା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ କୁ ଅଟକ ରଖିବା ସହିତ ହତ୍ୟା କାଣ୍ଡରେ ବ୍ୟବହୃତ ମରଣାସ୍ତ୍ର ଜବତକରି ତଦନ୍ତ ଜାରି ରଖିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ୩0 ହଜାର କରୋନା ପ୍ରଭାବିତ ପରିବାର ପାଖରେ ପହଂଚିଲା ସାନିଟାରୀ ସାମଗ୍ରୀ

Tue Jun 1 , 2021
କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୩0 ହଜାର ପରିବାର ପାଖରେ ବିଭିନ୍ନ ସାନିଟାରୀ ସାମଗ୍ରୀ ପହଂଚାଇବା କାର୍ଯ୍ୟକ୍ରମ ଆଜିଠାରୁ ଆରଂଭ ହୋଇଛି l ବାସ୍ତବବ୍ୟୁରୋ:(ନି.ପ୍ରମାହାଙ୍ଗା)ମାନ୍ୟବର ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିଧାୟକ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ ବୋଲି ସୂଚନା ମିଳିଛି l ନିଶ୍ଚିନ୍ତକୋଇଲି ବ୍ଲକ ୨୭ ଗୋଟି ପଂଚାୟତର ୩୦ ହଜାର ପରିବାରକୁ […]

You May Like

Pin It on Pinterest