ଆଜିର ଖାସ୍ ଖବର

୧-ପୁରୀ:ମଠ ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ।

୨-କଟକ ଭୁବନେଶ୍ବରେ ୩୫୦ରୁ ଅଧିକ ପୂଜା ମଣ୍ଡରେ ମାଙ୍କ ପୂଜାର୍ଚ୍ଚନା ହେବ ।ଆକର୍ଷଣୀୟ ତୋରଣ , ସହ ସୁନା ମୁକୁଟ ଓ ଚାନ୍ଦି ମେଢ ନିର୍ମାଣ ହୋଇଛି ।କୋଲକାତାର ସନ୍ତୋଷ ମିତ୍ର ସ୍କୋୟାର ଦୁର୍ଗାତ୍ସବ ସମିତି ଚଳିତ ବର୍ଷ ୨୦କୋଟି ଟଙ୍କା ବିନିମୟରେ ମାଙ୍କ ସୁନା ମୁର୍ତ୍ତି ତିଆରି କରି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।

୩-ଆଇଏଏସ୍‌ ସ୍ତରରେ ଅଦଳବଦଳ – ସୁଶୀଲ ଲୋହାନି ହେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସୁରେନ୍ଦ୍ର କୁମାରଙ୍କୁ ଜଳ ସଂପଦ।

୪-ଭୁବନେଶ୍ୱର:ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୟୁନିଟ୍‌-୬ ସିଟି ସ୍କୁଲ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ରେଡ୍‌। ଦେଢ଼ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି ଠାବ ।

୫-ବିଶ୍ଵ କବି ମହାକୁମ୍ଭର ଦ୍ୱିତୀୟ ଦିନରେ ଉତ୍ସବ ମୁଖର କିଟ୍, କବୟିତ୍ରୀ ,ଗଣିତଜ୍ଞ ଓ ଅଲମ୍ପିଆନଙ୍କୁ ସମ୍ମାନ ସୂଚକ ଡିପ୍ଲୋମା ପ୍ରଦାନ। ଉଦଯାପନ କାର୍ଯ୍ୟକ୍ରମ ପାଇଁ ୬ତାରିଖରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ।

୬-ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଓଏସ୍ଆର୍‌ଟିସି ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ।
ନିଃଶୁଳ୍କ ଟେଲିଫୋନ ନମ୍ବରଟି ହେଉଛି 1800-345-1122।

୭-ଅସନ୍ତୁଷ୍ଟ ସରକାରୀ ଫିଜିକାଲ ଏଜୁକେସନ କଲେଜ ଛାତ୍ର-ଛାତ୍ରୀ, କଳିଙ୍ଗ ଷ୍ଟାଡିୟମ କ୍ୟାମ୍ପସ ଭିତରେ ଧାରଣା।

୮-ଆଜି ଭାରତକୁ ମାଡି ଆସିପାରନ୍ତି ପିଓକେବାସୀ, ଜଗିଛି ସେନା !

୯-ଫୋନି କ୍ଷୟକ୍ଷତି ପାଇଁ ଅନିଶ୍ଚିତତା ଘେରରେ ବାରବାଟୀରେ ଭାରତ-ଇଣ୍ଡିଜ୍ ଦିନିକିଆ ମ୍ୟାଚ୍।

୧୦-ସ୍ବାମୀ ଓ ଶ୍ବଶୁରଙ୍କୁ କୋର୍ଟ ଦଣ୍ଡିତ କରିଥିଲେ, ଦଣ୍ଡ ଭୋଗିବା ପୂର୍ବରୁ ସେମାନଙ୍କ ମୃତ୍ୟୁ। ତେଣୁ ଯମଙ୍କ ବିରୋଧରେ ମହିଳାଙ୍କ କୋଲକାତା ହାଇକୋର୍ଟରେ ମାମଲା।

୧୧-ତାମିଲନାଡ଼ୁର ତିରୁଚିରାପଲ୍ଲୀ:ବିଲେଇ ବେଶରେ ଆସି ଶୋରୁମରୁ ଲୁଟି ନେଲେ 13 କୋଟି ଟଙ୍କାର ଗହଣା। ଭିଡିଓ ହେଉଛି ଭାଇରାଲ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୂର୍ବତଟ ରେଳବାଇର ପୂଜା ଧମାକା

Sat Oct 5 , 2019
ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ ■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I ■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I ■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I ■ ଯାତ୍ରୀ […]

You May Like

Pin It on Pinterest