କାନପୁର ଆଞ୍ଚଳିକ ମହାବିଦ୍ୟାଳୟର,ଭାରା ପ୍ରାପ୍ତ ଅଧ୍ଯକ୍ଷ ପ୍ରଫେସର ସୁରେନ୍ଦ୍ର କୁମାର ଦାସଙ୍କ ବିଦାୟ କାଳୀନ ସମାରୋହ…

ବାସ୍ତବବ୍ୟୁରୋ:ନି.ପ୍ର (କାନପୁର) ଗତ କଲି (ସୋମବାର) କାନପୁର ଆଞ୍ଚଳିକ ମହାବିଦ୍ୟାଳୟ ସଭାଗୃହରେରେ, ମହାବିଦ୍ୟାଳୟ ର ଭାରା ପ୍ରାପ୍ତ ଅଧ୍ଯକ୍ଷ ଓଡ଼ିଆ ପ୍ରାଧ୍ଯାପକ ପ୍ରଫେସର ସୁରେନ୍ଦ୍ର କୁମାର ଦାସଙ୍କ ବିଦାୟ କାଳୀନ ସମାରୋହ କୋଭିଡ୍ ନିୟମ ଅନୁସାରେ ଅନୁଷ୍ଠିତ ହୋଇଯାଇଛି। ଏହି ବିଦାୟ କାଳୀନ ସମାରୋହ ରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଜୟ କିଶୋର ଦାଶ ସଭାପତିତ୍ବ କରିଥିଲେ।

ପ୍ରଥମେ ବୈଦିକ ମନ୍ତ୍ର ଉଚ୍ଚାରଣ ପୂର୍ବକ ବିଦାୟକାଳୀନ ଅଧ୍ଯକ୍ଷ ପ୍ରଦୀପ ପ୍ରଜ୍ବଳନ କରିଥିଲେ। ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ବାଗତ ଭାଷଣ ଦେବାପରେ ସଭାପତି ସଭା ପରିଚାଳନା କରିଥିଲେ। ସଂସ୍କୃତ ବିଭାଗମୂଖ୍ୟ ପ୍ରାଧ୍ଯାପିକା ପୈ।ର୍ଣମାସୀ ପଣ୍ଡା, ପଦାର୍ଥ ବିଜ୍ଞାନ ପ୍ରାଧ୍ୟାପକ ପ୍ରଫେସର ରଜନୀ କାନ୍ତ ସାହୁ, ଶିକ୍ଷା ବିଭାଗର ଅଧ୍ୟାପକ ପ୍ରଫେସର ସଞ୍ଜୟ କୁମାର ମହାନ୍ତି, ପ୍ରଫେସର ସୁମନ୍ତ କୁମାର ପଣ୍ଡା, ରାଜନୀତି ବିଭାଗ ମୂଖ୍ୟ ପ୍ରଫେସର ଗୈାରାଙ୍ଗ ନାୟକ, ରସାୟନ ବିଜ୍ଞାନ ବିଭାଗ ମୂଖ୍ୟ ପ୍ରାଧ୍ୟାପକ ପ୍ରଫେସର ଅରୁଣ କୁମାର ସାହୁ, ଗଣିତ ବିଭାଗ ମୂଖ୍ୟ ମାନସ ରଞ୍ଜନ ରଥ, ସଂସ୍କୃତ ଅଧ୍ୟାପକ ଡଃ ନବକିଶୋର ମିଶ୍ର,ମୂଖ୍ୟ କିରାଣୀ ଶ୍ରୀଯୁକ୍ତ କୈଳାସ ସାହୁ , କିରାଣୀ ସୁକାନ୍ତ କୁମାର ପଣ୍ଡା, ଶ୍ୟାମ ସୁନ୍ଦର ପୃଷ୍ଠି,ପ୍ରମୁଖ ବିଦାୟକାଳୀନ ଭାରା ପ୍ରାପ୍ତ ଅଧ୍ଯକ୍ଷଙ୍କ ସ୍ମୃତି ଚାରଣ କରିଥିଲେ।

ପରେ ପ୍ରଫେସର ଦାସ ନିଜର ଦୀର୍ଘ ଦିନ ର ଅନୁଭୂତି କହିବା ସହିତ ମହାବିଦ୍ୟାଳୟର ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ। ପରେ ସଭାପତି ପ୍ରଫେସର ଦାଶ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ବିଦାୟକାଳୀନ ଅଧ୍ଯକ୍ଷ ମହୋଦୟ ଙ୍କୁ ମାନପତ୍ର ଉପଢୌକନ ସମ୍ବର୍ଦ୍ଧନା କରାଯାଇଥିଲା। ଶେଷରେ ଜୀବ ବିଜ୍ଞାନ ବିଭାଗ ମୂଖ୍ୟ ଅଧ୍ୟାପକ ପ୍ରଫେସର କୃପାସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରିଶେଷରେ ଇଂରାଜୀ ବିଭାଗର ପ୍ରାଧ୍ୟାପକ ପ୍ରଫେସର ଅଜୟ କିଶୋର ଦାଶ ପ୍ରଫେସର ଦାସ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଥିଲେ ଏବଂ ମହାବିଦ୍ୟାଳୟ ର କର୍ମଚାରୀ ମାନେ ନୁତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଦ୍ବାରା ସ୍ବାଗତ କରିଥିଲେ।।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସଡକ ଦୁର୍ଘଟଣାରେ ବାସନ ବିକୁଥିବା ମହିଳା ମୃତ

Wed Jun 2 , 2021
ବାସ୍ତବବ୍ୟୁରୋ:(ଚୌଦ୍ୱାର) ଆଜି ଦିନ ଦିପହର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ହରିଆନ୍ତା ଛକ ନିକଟରେ ଏକ କାର ରୋଡ଼ ସାଇଡ଼ ରେ ବାସନ ବିକୁ ଥିବା ଏକ ମହିଳା ଉପରକୁ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ହି ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ଘଟଣା ରୁ ପ୍ରକାଶ ଯେ ଏ କାର କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ହରିଆନ୍ତା ଛକ ନିକଟରେ କାରଟି […]

You May Like

Pin It on Pinterest