ବାସ୍ତବବ୍ୟୁରୋ:(ଚୌଦ୍ୱାର) ଆଜି ଦିନ ଦିପହର ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅନ୍ତର୍ଗତ ହରିଆନ୍ତା ଛକ ନିକଟରେ ଏକ କାର ରୋଡ଼ ସାଇଡ଼ ରେ ବାସନ ବିକୁ ଥିବା ଏକ ମହିଳା ଉପରକୁ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ ହି ମହିଳାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା

ଘଟଣା ରୁ ପ୍ରକାଶ ଯେ ଏ କାର କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ସମୟରେ ହରିଆନ୍ତା ଛକ ନିକଟରେ କାରଟି ନିଜର ଭାରସମ୍ୟ ହରାଇ ରୋଡ ସାଇଡ଼ ରେ ବାସନ ବିକୁ ଥିବା ମହିଳାଙ୍କ ଉପରକୁ ମାଡ଼ି ଯାଇ ଥିଲା । ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ କରୁଥିବା ପୋଲିସ ଆର କେ ନାୟକ ପହଞ୍ଚି ମୃତ ଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲ ପଠେଇଥିଲେ। କାର ଡ୍ରାଇଭର କୁ ଥାନା ରେ ଅଟଳ ରଖା ଯାଇଥିବାର ସୂଚନା ମିଳିଛି ।



