ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନଥାଳ ,ଜୁନ ୧୫ରେ ଦେବଦମ୍ପତିଙ୍କ ବିବାହ ଉତ୍ସବ ଭର୍ଚୁଆଲ ମାଧ୍ଯମରେ ସମୀକ୍ଷା କଲେ ଭଦ୍ରକ ଜିଲାପାଳ

ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ଆସନ୍ତା ଜୁନ ୧୫ରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତିଙ୍କ ବିବାହ ଉତ୍ସବ। ଏଥିପାଇଁ ଚନ୍ଦନ ପୂର୍ଣ୍ଣିମା ଦିନ ବରପିତା ଓ କନ୍ଯାପିତା ଚୟନ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ଯ ଲାଭ କରିଥିବା ବେଳେ କନ୍ଯାପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ଯ ପ୍ରାପ୍ତ ହୋଇଛନ୍ତି। ବୁଧବାର ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ଯ ସମ୍ପନ୍ନ ହୋଇଛି।

ଏଥିପାଇଁ ଦିନତମାମ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ଯାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ଯାଘର ଅଭିମୁଖେ ବାହାରିଥିଲା। କନ୍ଯାଘର ପକ୍ଷରୁ ମନ୍ଦିର କାର୍ଯ୍ଯାଳୟ ପରିସରରେ ସୁସଜ୍ଜିତ ବେଦିରେ ବ୍ରାହ୍ମଣମାନଙ୍କ ଦ୍ବାରା ଲୋକାଚାରରେ ଲଗ୍ନକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା। ଜ୍ଯୋତିଷ୍ଯଙ୍କ ଦ୍ବାରା ତାଳପତ୍ର ଓ ଲେଖନୀ ଦ୍ବାରା ଲଗ୍ନ ଚିଟାଉ ଲେଖାଯିବା ପରେ ଉଭୟ ବରକର୍ତ୍ତା ଓ କନ୍ଯାକର୍ତ୍ତାଙ୍କ ଉପସ୍ଥିତିରେ ପଠନ କରାଯାଇଥିଲା , ପରେ କନ୍ଯାପିତା ଚନ୍ଦ୍ରମଣି ପାଢୀ ଲଗ୍ନଥାଳକୁ ବରପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ। ଏପରିକି ବିଧିବିଧାନ ଅନୁଯାୟୀ କନ୍ଯାପିତା ବରପକ୍ଷଙ୍କୁ ଯୌତୁକ ମୁତାବକ ୧୦୦୧ଟଙ୍କା ସହ ୪ହଳ ନାଗନାଗୁଣୀ, ୨ହଳ ଷଣ୍ଢ ଦେବା ପାଇଁ ସର୍ବସମତି କ୍ରମେ କହିଥିଲେ।

ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ କୋଭିଡ ନିୟମ ଅନୁଯାୟୀ ସମସ୍ତ ମାଙ୍ଗଳିକ ନୀତି ସମ୍ପନ୍ନ ନିମନ୍ତେ ଜିଲାପାଳ ପରାମର୍ଶ ଦେଇଛନ୍ତି। ତାହାସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ, ମ୍ଯାନେଜରଙ୍କ ସହ ଭର୍ଚୁଆଲ ମାଧ୍ଯମରେ ଜିଲାପାଳ ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ଯ୍ଯର ସମୀକ୍ଷା କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ : ୨ ଗିରଫ

Thu Jun 3 , 2021
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ମଧୂପାଟଣା ଥାନା ପୋଲିସ କୁ ବଡ଼ ମିଳିଲା ସଫଳତା । ବ୍ରାଉନ ସୁଗାର ଚାଲାଣ ବେଳେ ଧରା ପଡିଲେ ୨ ଜଣ ଯୁବକ । ତାଙ୍କ ନିକଟରୁ ୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଗ୍ରାମରେ ଥିବା ଆମ୍ବ ତୋଟା […]

You May Like

Pin It on Pinterest