ବାସ୍ତବବ୍ୟୁରୋ:ନି.ପ୍ର(କଟକ) କିନ୍ନର ନେଲେ କରୋନା ଟୀକା। କଟକ ମହାନଗର ନିଗମ ପକ୍ଷରୁ କିନ୍ନର ମାନଙ୍କ ପାଇଁ ମତ୍ତଗଜପୁର ଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରାଯାଇଥିଲା। ସେହି କ୍ୟାମ୍ପରେ ସହରର ବହୁ କିନ୍ନର ମାନେ ନେଇଛନ୍ତି କରୋନା ଭ୍ୟାକସିନ୍ । ତେବେ କିନ୍ନର ମାନଙ୍କ ପାଇଁ ପୁର୍ବରୁ ଘରୋଇ ହସ୍ପିଟାଲରେ ଟୀକାକରଣ ର ବ୍ୟବସ୍ତା କରାଯାଇଥିଲା।

ହେଲେ ଆଜି ନିଗମ ପ୍ରଶାସନ ପକ୍ଷରୁ ପ୍ରଥମ କରି କିନ୍ନର ମାନଙ୍କ ପାଇଁ ସୁବନ୍ଦୋବସ୍ତ କରିଥିଲା। ଜଣକ ପରେ ଜଣଙ୍କୁ ଦିଆଯାଇଥିଲା ଏହି ଟୀକା। ସହରର ବିଭିନ୍ନ ସ୍ଥାନରେ ରହୁଥିବା ପ୍ରାୟ ୭୦ ଜଣ କିନ୍ନର ଉପସ୍ଥିତ ରହି କରୋନା ଟିକା ନେଇଛନ୍ତି । ଆଗକୁ ମଧ୍ୟ ବାକି ଥିବା କିନ୍ନର ମାନଙ୍କୁ ଖୁବଶୀଘ୍ର ଟୀକାକରଣ କରାଯିବ ବୋଲି ସିଏମସି ପକ୍ଷରୁ ସୂଚନା ମିଳିଛି। ତେବେ ଆଜିର ଟୀକାକରଣ ବ୍ୟବସ୍ଥା କୁ ସଠିକ୍ ଭାବରେ ପରିଚାଳନା କରିଥିବା ସିଏମସି କୁ କିନ୍ନର ମାନେ ଧନ୍ୟବାଦ ଜଣାଇଛନ୍ତି।