ଅଭିମନ୍ୟୁ ପାଖରେ ସରକାରୀ ସହାୟତା ଅପହଞ୍ଚ ଭଙ୍ଗା କୁଡ଼ିଆରେ ଅସହାୟ ଜୀବନ…

Photo:bastab media

ବାସ୍ତବବ୍ୟୁରୋ :(ଭବାନୀପାଟଣା)ରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସହାୟତାର ହାତ ବଢ଼ାଇ ଆସୁଛନ୍ତି ।କିନ୍ତୁ ବିଡ଼ମ୍ବନା ଏହି କି ଯେ :- ଏତେ ସବୁ ଯୋଜନା ଥାଇ ମଧ୍ୟ ପହଂଚି ପାରୁନି ପ୍ରକୃତ ହିତାଧିକାରୀଙ୍କ ପାଖରେ। ଯୋଜନା ଗୁଡିକର ରୂପରେଖ ନିର୍ଣ୍ଣୟ, ରାଜନୈତିକ ବଡ଼ପଣ୍ଡା ତଥା ସରକାରୀ ବାବୁମାନେ କରି ଆସୁଥିବା ବେଳେ, କାହିଁକି କେଜାଣି କେଉଁଠି ତୃଟି ରହିଯାଉଛି, ଦୁସ୍ଥ ନିଃସହାୟ ପରିବାର ଜନହିତକର ଯୋଜନା ଗୁଡିକରୁ ବଞ୍ଚିତ ହେବାରେ ଲାଗିଛନ୍ତି ।

ଏମିତି ଏକ ପରିବାର ରହିଛନ୍ତି :- କଳାହାଣ୍ଡି ଜିଲ୍ଲା – ଧର୍ମଗଡ ବ୍ଲକ, ଛଛାଂଣ୍ ବାହାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବେହେରା ଗୁଡ଼ା ଗ୍ରାମରେ ।
ଏହି ଗାଁ ର ଏକ ଦରିଦ୍ର ପରିବାରର କରୁଣ କାହାଣୀ ନିରିଖେଇ ଦେଖିଲେ ଶାସନ କଳରେ କାର୍ଯ୍ୟଦକ୍ଷତା ଜଳ ଜଳ ହୋଇ ବାରି ପଡୁଛି । ଗାଁ ର ଏହି ଅବହେଳିତ ଓ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଅଭିମନ୍ୟୁ ପୋଢ଼ ସମେତ ତାର ପତ୍ନୀ ଓ ତିନି ତିନିଟା ଭେଣ୍ଡିଆ ପୁଅ । ଦେଖନ୍ତୁ ଅଭିମନ୍ୟୁ ପୋଢ଼ଙ୍କ ପରିବାରର ସ୍ଥିତି , ଦେଖନ୍ତୁ ତା’ ମାଟି କୁଡ଼ିଆର ଅବସ୍ଥା । ଘରର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ବର୍ଷା ପାଣି ପଡ଼ି ମାଟି କାନ୍ଥ ଦୁର୍ବଳ । ଅନେକ ଜାଗାରେ ଫାଟିଯାଇ ଆଁ କରିବା ସହିତ ମାଟିକାନ୍ଥ ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ । ସେହି ଘରେ ନିଜେ ବୁଢ଼ା ବୁଢ଼ୀ ସମେତ ଆଠ ପ୍ରାଣୀ କୁଟୁମ୍ଭ ଚଳୁଛନ୍ତି । ଆବାସ ଯୋଜନା ଏମାନଙ୍କ ପାଇଁ ସାତ ସପନ ପାଲଟିଛି ।

ପ୍ରକୃତରେ ସରକାରୀ ଯୋଜନାରୁ ଘର ଖଣ୍ଡେ ପାଇବା ପାଇଁ ବୃଦ୍ଧ ଅଭିମନ୍ୟୁ ନେହୁରା ହୋଇ ବୁଲୁଥିଲେ ମଧ୍ୟ ସେମାନଙ୍କୁ ଆଜି ଯାଏଁ ସରକାରୀ ସ୍ତରରେ ବାସଗୃହ ଖଣ୍ଡିଏ ଯୋଗାଇ ଦିଆଯାଇ ପାରିନାହିଁ ।ଅଭିମନ୍ୟୁ – BDO ,ତହସିଲଦାର ଓ ଜନପ୍ରତିନିଧି ମାନଙ୍କୁ ଜଣାଇ ଆସୁଥିଲେ ହେଁ ସେମାନଙ୍କୁ କୌଣସି ସୁବିଧା ମିଳିପାରିନଥିବା ଜଣାଇଛନ୍ତି । ସାମାଜିକ ଅନଗ୍ରସର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଚାଲିଥିଲେ ମଧ୍ୟ ଅଭିମନ୍ୟୁ ପୋଢ଼ ଭଳି ଲୋକଙ୍କ ନିକଟରେ ଏଭଳି ଯୋଜନା ଅପହଞ୍ଚ ହୋଇ ଆସୁଥିବାରୁ ସରକାରଙ୍କ ପ୍ରକୃତ ଉଦେଶ୍ୟ ସାଧିତ ହୋଇପାରୁ ନାହିଁ ।ଏଥିନେଇ ଉଚ୍ଚ କତ୍ତୃପକ୍ଷ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ମତ ପ୍ରକାଶ ପାଇଛି । ତେବେ ବୃଦ୍ଧା ଅଭିମନ୍ୟୁ ଙ୍କ ଆଶା କେବେ ପୂରଣ ହେବ ତାହା ଦେଖିବାକୁ ବାକି ରହିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜଜ୍ଜବା'ର ନିଆରା ପ୍ରୟାସ, ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା ...

Sat Jun 5 , 2021
ବାସ୍ତବବ୍ୟୁରୋ:ନି.ପ୍ର (ମାହାଙ୍ଗା)ଜଜବା ର ନିଆରା ପ୍ରୟାସ । ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇଛି ଜଜବା । ବଣ୍ଟନ ହେଲା ମାସ,ସନିତାଇଜର ଓ ଖାଦ୍ୟ ପୁଡିଆ ଓ ଶୁଖିଲା ରାସନ୍ । କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଭିନ୍ନକ୍ଷମ ମାନେ ବି କରୋନା ରେ ବହୁ ଅସୁବିଧା […]

You May Like

Pin It on Pinterest