
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଟାଙ୍ଗୀ ଥାନା ଅନ୍ତର୍ଗତ ବିରୂପା ବ୍ରିଜ ରେଲୱେ ଲାଇନ ତଳେ ଯୁବକଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଛି । ଯୁବକ ଜଣକ ଚୌଦ୍ୱାର ତଳ ବଜାର ର ଅର୍ଯୁନି ବୋଲି ଜଣା ପଡ଼ିଥିବା ବେଳେ ସେ ଏକ ତେଜରାତି ଦୋକାନ କାମ କରୁଥିଲେ । ଆତ୍ମହତ୍ୟା ର କାରଣ ଜଣା ପଡି ନାହିଁ । ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ପହଞ୍ଚି ମୃତ ଶରୀର କୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲ କୁ ପଠାଇ କେଉଁ କାରଣ ରୁ ସେ ଆତ୍ମହତ୍ୟା କଲେ ଅଧିକ ତଦନ୍ତ ଚଳାଇଛନ୍ତି ।