
ବାସ୍ତବବ୍ୟୁରୋ:ନି.ପ୍ର (କଟକ) ଯୋବ୍ରା ଆନିକଟ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଦମ୍ପତି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଦୁହିଁଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ମେଡ଼ିକାଲ କୁ ଚିକିତ୍ସା ନିମନ୍ତେ ପଠାଯାଇଛି। ତେବେ କେଉଁ କାରଣରୁ ଏହି ଦମ୍ପତି ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କଲେ ତାହା ସ୍ପଷ୍ଟ ହୋଇନି । ତେବେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । ଏହି ଦୁଇ ତିନି ମାସ ମଧ୍ୟରେ ଅନେକ ଘଟଣା ଯୋବ୍ରା ଆନିକଟରେ ଘଟିଛି ।