କେବେ ପଡିବ ସରକାରୀ ବାବୁଙ୍କ ନଜର ? ବାତ୍ୟା ୟାସ ଧୋଇନେଲା ପାଦଚଲା ରାସ୍ତା ,ଏବେ ଅନ୍ଧାରରେ କୁନି କୁନୀ ପିଲାଙ୍କ ଭବିଷ୍ୟତ..

Photo: Bastab media


ବାସ୍ତବବ୍ୟୁରୋ:ନି.ପ୍ର (ଚାନ୍ଦବାଲି) କଳା ପାଣି ଦୀପରେ ଦିନ କାଟିବା ଭଳି ଜୀବୀନ ଅତିବାହିତ କରୁଛନ୍ତି ତିହିଡ଼ି ବ୍ଳକ ରାଜନଗର ପଂଚାୟତ କରଡ଼ିପାଳ ଗାଁ ବାସିନ୍ଦା , ବର୍ଷା ଦିନ ୪ମାସ ଗାଁ ଲୋକଙ୍କ ପାଇଁ ଆସେ ଚରମ ଦୁଃଖ ,ବର୍ଷା ସମୟରେ ଜଳବନ୍ଦୀ ଭାବରେ ରହିଥାନ୍ତି ଏହି ଗାଁର ଅଧିବାସୀ ମାନେ । ନିଜ ଗାଁକୁ ନିଜସ୍ୱ ଉଦ୍ୟମରେ ଗାଁ ଲୋକେ କରିଥିଲେ ଏକ ପାଦଚଲା ମାଟି ରାସ୍ତା , ଏବେ ସେହି ରାସ୍ତାଟି ବାତ୍ୟା ‘ୟାସ’ର ଅତ୍ୟଧିକ ଲୁଣି ଜୁଆର ରାସ୍ତାଟି ଭାଙ୍ଗିରୁଜି ଯାଇଛି । ଲୋକେ ପ୍ରତିଦିନ ଆଂଠୁଏ ପାଣିରେ ନିଜର ଦୈନଦିନ ଜୀବନ ବିତାଉଛନ୍ତି ଗ୍ରାମବାସୀ । ଏବେ ପୁଣି ବାତ୍ୟା ୟାସ ପ୍ରଭାବରେ ମୁଖ୍ୟ ରାସ୍ତା ସଂଲଗ୍ନ ଫୁଟ୍ ବ୍ରିଜଟି ଭାସି ଯାଇଛି ।

ତିହିଡ଼ି ବ୍ଲକ ରାଜନଗର ପଂଚାୟତ ଅଧିନରେ ରହୁଛି ଏହି ଗାଁ ଉପରେ ପ୍ରଶାସନ ଦିର୍ଘ ଦିନ ହେବ ଅଣଦେଖା କରୁଛି । ସମସ୍ତ ମୌଳିକ ଅଧିକାରରୁ ବଂଚିତ ହେଉଛନ୍ତି ଗ୍ରାମବାସୀ । କୁନକୁନି ପିଲା ମାନଙ୍କ ପାଇଁ ଗାଁରେ ନାହିଁ ଅଙ୍ଗନୱାଡ଼ି ଘର । ଗାଁ ଠୁ ମୁଖ୍ୟ ରାସ୍ତା ୧ କିମି ପଦଚଲା ରାସ୍ତା ସହିତ କାଦୁଅ ରାସ୍ତା । ଶିକ୍ଷା ପାଇଁ ଗାଁରେ ପିଲା ମାନେ ନାହିଁ ନଥିବା ସମସ୍ୟା ଭୋଗ କରୁଛନ୍ତି । କରଡ଼ିପାଳ ଗାଁରେ ସମସ୍ତ ପରିବାର ଅନୁସୂଚିତ ଜାତିର ହୋଇଥିବା ବେଳେ ଅଧିକାଂଶ ଲୋକଙ୍କର ଅର୍ଥିକ ସ୍ଥିତି ଖରାପ ରହିଛି ।

ଗାଁରେ ୩୦ ପରିବାର ବହୁବାର ରାଜ ନେତାଙ୍କ ନିକଟରେ ଆପତି ପରେ ବିଧାୟକ ବିଷ୍ଣୁସେଠୀଙ୍କ ସମୟରେ ଗାଁ ମୁଣ୍ଡରେ ଏକ ଫୁଟ୍ ବ୍ରିଜ ନିର୍ମାଣ ହୋଇଥିଲା । ଦୀର୍ଘଦିନ ପରେ ନିର୍ବାଚନ ମଣ୍ଡଳୀ ପରିବର୍ତନ ହେବା ପରେ , ଏବେ ଏହି ଗାଁ ଉପରେ କାହାର ନଜର ରହୁନାହିଁ । ମୁଖ୍ୟତ ଗାଁ ମୁଣ୍ଡରେ ପୁରୁଣା ଫୁଟ୍ ବ୍ରିଜଟି ବାତ୍ୟାରେ ଭାଙ୍ଗଯିବା ପରେ ,ଏବେ ସେଠରେ ଏକ ଘାଇ ସୃଷ୍ଟି ହୋଇଛି । ଏବେ ଲୋକଙ୍କ ମଧ୍ୟରେ ଆନ୍ଦୋଳନ ପାଇଁ ଦାନା ବାନ୍ଧିଛି । ତୁରନ୍ତ ଗାଁକୁ ରାସ୍ତା ସହ ଫୁଟ୍ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର...

Sat Jun 5 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୬୮୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୨୪୪୦୨ ଜଣ […]

You May Like

Pin It on Pinterest