ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୫୨କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୦୬୦୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୬୮୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୨୪୪୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

କରୋନା ପାଇଁ ରାଜ୍ୟରେ ଚାଲିଥିବା ଲକଡାଉନ୍ ଓ ସଟଡାଉନ୍ ସମୟରେ ସମସ୍ତ ମନ୍ଦିର ବନ୍ଦ ରହିଛି । ଫଳରେ ପୂଜକ, ସେବାୟତ ଏବଂ କର୍ମକାଣ୍ଡ କାର୍ଯ୍ୟ କରୁଥିବା ପଣ୍ଡିତମାନଙ୍କ ଉପାର୍ଜନ ପନ୍ଥା ବନ୍ଦ ହୋଇଯାଇଛି । ଏହି ସମୟରେ ସେବାୟତମାନଙ୍କୁ ସହାୟତାର ହାତ ବଢାଇଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୁରୀ ସ୍ଥିତ ଗୋବର୍ଦ୍ଧନ ପୀଠ ।

କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ କ୍ୟାବିନରେ ଅଗ୍ନିକାଣ୍ଡ ଘଟି ଅନେକ ଜିନିଷ ପତ୍ର ଜଳି ପୋଡି ନଷ୍ଟ ହୋଇଛି। ଏଥି ସହ ପାଖରେ ଥିବା ଏକ ଲେଡିଜ କର୍ଣ୍ଣର ମଧ୍ୟ ଆଂଶିକ ଜଳିଯାଇଛି। ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଦ୍ରୁତ ଗତିରେ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ରଥ ଉପରିଭାଗର କାମ ଆରମ୍ଭ ହୋଇଯାଇଛି । ରଥର ଓରା ଓ ଖମ୍ବୀ କାର୍ଯ୍ୟ ଚାଲିଛି । ରଥରେ ଲାଗିବ ୪ଟି ଲେଖାଁଏ ଓରା ଓ ୮ଟି ଲେଖାଁଏ ଖମ୍ବୀ ।

ଆସନ୍ତା ସୋମବାରଠାରୁ ଭିଡିଓ କନଫରେନ୍ସିଂରେ ଚାଲିବ ହାଇକୋର୍ଟରେ ଶୁଣାଣି  ହେବ। ଜୁଲାଇ ୨ ତାରିଖ ଯାଏଁ ଭିଡିଓ କନଫରେନ୍ସିଂରେ ମାମଲାର ଶୁଣାଣି ହେବ ।

ଜୁନ୍ ୮ କିମ୍ବା ୯ ସୁଦ୍ଧା ଦକ୍ଷିଣ ଓଡିଶାର କିଛି ଅଂଶକୁ ଛୁଇଁବ ମୌସୁମୀ ବୋଲି  ଆଶା କରାଯାଉଛି। ଏନେଇ ଶିକ୍ଷା ‘ଓ’ ଅନୁସନ୍ଧାନର ପରିବେଶ ଏବଂ ଜଳବାୟୁ (ସିଇସି) ସୂଚନା ଦେଇଛନ୍ତି।

 ପିଲାମାନଙ୍କ ପାଇଁ କରୋନା ଟିକା ଏହି ମାସରେ ଆସିପାରେ। ଜିଡସ୍ କ୍ୟାଡିଲାଙ୍କ ଟିକାର ତୃତୀୟ ପର୍ଯାୟ ପରୀକ୍ଷା ସମାପ୍ତ ହୋଇଛି। ପରୀକ୍ଷା ସମୟରେ ୧୨ରୁ ୧୮ ବର୍ଷ ବୟସର ୮୦୦-୧୦୦ ପିଲାଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା।

ଆଜି ସକାଳେ ଜୁବାଲ କୋଟଖାଇ ଆସନର ବିଜେପି ବିଧାୟକ ୬୯ବର୍ଷ ବୟସରେ ନରିନ୍ଦର ବ୍ରାଗଟାଙ୍କ ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ କରୋନାରୁ ସୁସ୍ଥ ହେବା ପରେ ଘରକୁ ଫେରିଥିଲେ । ସଂକ୍ରମଣରୁ ସୁସ୍ଥ ହେବା ପରେ ସେ ପୋଷ୍ଟ କୋଭିଡ ସମସ୍ୟା ସହ ଲଢେଇ କରୁଥିଲେ । ପରେ ତାଙ୍କୁ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ଚଣ୍ଡିଗଡ଼ର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଟ୍ୱିଟର୍ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍ ହଟାଇ ଦେଇଛି ।ଏହାପୂର୍ବରୁ ଆଜି (ଶନିବାର) ଉପରାଷ୍ଟ୍ରପତି ଏମ ଭେଙ୍କୈୟା ନାଇଡୁଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇଥିଲା ।  ଟ୍ୱିଟର ଆକାଉଣ୍ଟରେ ବ୍ଲୁ ଟିକର ଅର୍ଥ ଭେରିଫାଏଡ୍ ହୋଇଥିବା ଆକାଉଣ୍ଟ ଭାବରେ ବିବେଚନା କରାଯାଏ ।

ନୂଆଦିଲ୍ଲୀରେ ଲକଡାଉନ୍ କଟକଣା କୋହଳ ହେଲା । ଲକଡାଉନ୍ ପରେ ଏବେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିଲ୍ଲୀରେ ସ୍ଥିତି ଧିରେଧିରେ ସ୍ୱାଭାବିକ ହେବାରେ ଲାଗିଛି । ଏବେ ଅଡଇଭିନ୍ ଫର୍ମୁଲାରେ ଦୋକାନ, ବାଜର ଖୋଲିବ । 

ବାର୍ଡ ସମୁହର କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଙ୍କୁର ଭାଟିଆଙ୍କ ପରଲୋକ । ୪୮ ବର୍ଷ ବୟସରେ ହୃଦଘାତରେ ଦେହାନ୍ତ ହୋଇଛି ।

ଭାରତରେ ହେବ ବିଶ୍ୱର ସର୍ବବୃହତ ସବୁଜ ରେଲଓ୍ୱେ । ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ମିଶନ ମୋଡରେ କାର୍ଯ୍ୟ ଚାଲିଥିବା ନେଇ ରେଳବାଇ ପକ୍ଷରୁ କୁହାଯାଇଛି । ରେଳବାଇ କହିଛି ଯେ ଏହା ୨୦୩୦ ପୂର୍ବରୁ କାର୍ବନ ନିର୍ଗମନକୁ ଶୂନକୁ ଏହା ହ୍ରାସ କରିବ ।

ଆସାମରେ ବଢୁଥିବା କୋଭିଡ ସଂକ୍ରମଣକୁ ରୋକିବାକୁ ସରକାର ଜୁନ୍ ୧୫ ଯାଏଁ କଟକଣାକୁ ବଢାଇବାକୁ ନିଷ୍ପତ୍ତି ହୋଇଛି । କର୍ଫ୍ୟୁରେ ୧ ଘଣ୍ଟା କୋହଳ କରାଯାଇଛି । ତ୍ରିପୁରାରେ କର୍ଫ୍ୟୁ ୧୦ ଜୁନ୍ ଯାଏଁ ବଢାଯାଇଛି । ଆସାମର ମୁଖ୍ୟ ଶାଶନ ସଚିବ ଜିସ୍ନୁ ବରୁଆ କଟକଣା ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଫେସବୁକ୍ ର କଡ୍ଡା କାର୍ଯ୍ୟାନୁଷ୍ଠାନ । ସୋସିଆଲ ମିଡିଆ କମ୍ପାନୀ ତାଙ୍କ ଫେସବୁକ ଆକାଉଣ୍ଟକୁ ୨୦୨୩ ପର୍ଯ୍ୟନ୍ତ ସ୍ଥଗିତ କରିଛି । ଟ୍ରମ୍ପ ଦୁଇ ବର୍ଷ ପର୍ଯ୍ୟନ୍ତ ନିଜ ଫେସବୁକ୍ ଆକାଉଣ୍ଟ ବ୍ୟବହାର କରିପାରିବେ ନାହିଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆର ପାରିରେ ମାହାଙ୍ଗା ର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା...

Sat Jun 5 , 2021
ବାସ୍ତବବ୍ୟୁରୋ :(ମାହାଙ୍ଗା)ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। କୃଷକ , ଶିକ୍ଷକ […]

You May Like

Pin It on Pinterest