ଆର ପାରିରେ ମାହାଙ୍ଗା ର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା…

ବାସ୍ତବବ୍ୟୁରୋ :(ମାହାଙ୍ଗା)ମାହାଙ୍ଗା ର ପୂର୍ବତନ ବିଧାୟକ ତଥା ରାଜ୍ୟ ମିଳିତ ଶିକ୍ଷକ ଓ କର୍ମଚାରୀ ସଂଘର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ବିକ୍ରମ କେଶରୀ ବର୍ମାଙ୍କର ଗତକାଲି ରାତିରେ ପରଲୋକ ଘଟିଛି । ଅଶୀବର୍ଷର ଏହି ଜନନେତା କୋଭିଡ ରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସମଗ୍ର ଓଡିଶାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

କୃଷକ , ଶିକ୍ଷକ ଓ ନିଷ୍ପେସିତ ଜନତାର ସେବାରେ ତାଙ୍କ ନିଃସ୍ୱାର୍ଥପର ସେବା ସଂକଳ୍ପିତ । ଅଧ୍ୟାପନାରୁ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ବର୍ମା ମହୋଦୟ ପ୍ରବାଦପୁରୁଷ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ସେଥିପାଇଁ ରାଜ୍ୟ ବିହନ ନିଗମ ଓ କାଜୁ ନିଗମର ଅଧ୍ୟକ୍ଷ ତଥା ମାହାଙ୍ଗା ର ବିଧାୟକ ଭାବେ ସେ ନିଜ ଦାୟିତ୍ଵବୋଧର ପରିଚୟ ଦେଇ ସର୍ବତ୍ର ଚର୍ଚ୍ଚିତ ଓ ସମ୍ମାନିତ।

ମାହାଙ୍ଗା ର ବରପୁତ୍ର ମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ପ୍ରତିଭା ର ଅଧିକାରୀ, ଜଣେ ନିଷ୍କପଟ, ସରଳ ବାକ୍ତିତ୍ୱ ର ଜ୍ୱଳନ୍ତ ଉଦାହରଣ ଭାବେ ପରିଗଣିତ ହୁଅନ୍ତି ଶ୍ରୀଯୁକ୍ତ ବର୍ମା। ନିରାଡ଼ମ୍ବର ଓ ସରଳ ଜୀବନଯାପନ କରିବାର ଏକ ନିଚ୍ଛକ ପ୍ରତିଛବି ହେଉଛନ୍ତି ଶ୍ରୀଯୁକ୍ତ ବିକ୍ରମ କେଶରୀ ବର୍ମା। ପ୍ରକୃତରେ ଶିକ୍ଷା, ସାହିତ୍ୟ, ସଂସ୍କୃତି ର ଆକାଶ ରୁ ଏକ ଉଜ୍ଜ୍ବଳ ନକ୍ଷତ୍ର ଙ୍କ ଅବସାନ ଘଟିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅଭିମନ୍ୟୁ ପାଖରେ ସରକାରୀ ସହାୟତା ଅପହଞ୍ଚ ଭଙ୍ଗା କୁଡ଼ିଆରେ ଅସହାୟ ଜୀବନ...

Sat Jun 5 , 2021
ବାସ୍ତବବ୍ୟୁରୋ :(ଭବାନୀପାଟଣା) ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଆର୍ଥିକ ଅନଗ୍ରସର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସହାୟତାର ହାତ ବଢ଼ାଇ ଆସୁଛନ୍ତି ।କିନ୍ତୁ ବିଡ଼ମ୍ବନା ଏହି କି ଯେ :- ଏତେ ସବୁ ଯୋଜନା ଥାଇ ମଧ୍ୟ ପହଂଚି ପାରୁନି ପ୍ରକୃତ ହିତାଧିକାରୀଙ୍କ ପାଖରେ। ଯୋଜନା ଗୁଡିକର ରୂପରେଖ ନିର୍ଣ୍ଣୟ, ରାଜନୈତିକ ବଡ଼ପଣ୍ଡା ତଥା ସରକାରୀ ବାବୁମାନେ କରି ଆସୁଥିବା ବେଳେ, କାହିଁକି କେଜାଣି […]

You May Like

Pin It on Pinterest