ସାମ୍ବାଦିକ ଙ୍କୁ ବାଲି ମାଫିଆ ଙ୍କ ବନ୍ଧୁକ ମୁନରେ ଧମକ…

Photo: Bastab media

ବାସ୍ତବବ୍ୟୁରୋ:ନି.ପ୍ର(ମାହାଙ୍ଗା) ମାହାଙ୍ଗା ରେ କିଛିଦିନ ତଳେ ହୋଇଥିବା ବାଲି ମାଫିଆ ମାନେ ଗୋଡେଇ ଗୋଡେଇ ଆରାଇ ଙ୍କୁ ହାଣିଥିବା ପରେ ଏବେ ପୁଣି ସାମ୍ବାଦିକ ଙ୍କୁ ବନ୍ଧୁକ ଦେଖାଇବା ଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଦେମାଣ୍ଡୁଅ ଠାରେ | କାଲି ସନ୍ଧ୍ୟା ରେ ନେମାଳ ର ଦୁଇଜଣ ସାମ୍ବାଦିକ ବିନୟ କୁମାର ଦାସ. ଓ ଗୋବିନ୍ଦ ଚନ୍ଦ୍ର ଦାସ ବାଲି ମାଫିଆ ଙ୍କ ଅରାଜକତା ଓ ଚୋରାରେ ବାଲି ଉଠାଉ ଥିବା କୁ ନେଇ ଗ୍ରାଉଣ୍ଡ ଜିରୋ.କୁ ଯାଇଥିଲେ |

ଫଟୋ ଉତୋଳନ କରି ଫେରୁଥିବା ସମୟ ରେ, ବାଲି ମାଫିଆ ମାନେ ତାଙ୍କୁ ପିଛା କରି ଏକ ନିଛାଟିଆ ରାସ୍ତା ରେ ସେମାନଙ୍କୁ ଅଟକାଇ ବନ୍ଧୁକ ଓ ଭୁଜାଲି ଦେଖାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ସେମାନେ ଉଠାଇଥିବା ଫଟୋ କୁ ଜୋର ଜବରଦସ୍ତ ଡିଲେଟ କରିଦେଇଥିଲେ.| ତାଙ୍କୁ ଜୀବନରୁ ମାରିଦେବାକୁ କହିଥିଲେ ହେଲେ କୌଣସି ପ୍ରକାର କୌଶଳ କରି ଦୁଇ ସାମ୍ବାଦିକ ଖସି ପଳାଇ ଆସିଥିଲେ |

ସେମାନେ ନେମାଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ, ହେଲେ ଥାନା ବାବୁ ୨୪ ଘଣ୍ଟା ର ସମୟ ମାଗିଥିବାର ଖବର ମିଳିଛି |.ଏଠି ସାଧାରଣ ରେ ପ୍ରଶ୍ନ ଉଠୁଛି ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁହା ଯାଉଥିବା ସାମ୍ବାଦିକ ମାନଙ୍କୁ ଏତେ ଅବହେଳା କଣ ପାଇଁ ପୁରୀ ଠୁ ଆରମ୍ଭ କରି ନେମାଳ ପର୍ଯ୍ୟନ୍ତ ସବୁଆଡେ ଆକ୍ରମଣ |ସତର ପର୍ଦା ଫାସ କରିବାକୁ ଚେଷ୍ଟିତ ସାମ୍ବାଦିକ ସୁରକ୍ଷିତ ନୁହନ୍ତି | ସବୁଠି ମାଫିଆ ରାଜ ପୋଲିସ ନିରବ ଆସାମୀ ବିରୁଧ୍ୟରେ ଠୋସ ପ୍ରମାଣ ଥାଇବୀ କାହିଁକି ୨୪ ଘଂଟାର ମହଲତ |ଏହା ସର୍ବସାଧାରଣଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି- ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

Sun Jun 6 , 2021
ବାସ୍ତବବ୍ୟୁରୋ:ନି.ପ୍ର (ଭୁବନେଶ୍ଵର) ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୯୨୧ଜଣ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ୩୦୮୧ ଜଣ ଅଛନ୍ତି । ୪୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି। ଆଗରୁ ସଂକ୍ରମଣ ହାର ୨୩ ପ୍ରତିଶତ ଉପରେ ରହୁଥିଲା,ଯାହା […]

You May Like

Pin It on Pinterest