କଟକ ସଦର ବିଧାୟକ’ଙ୍କ କରୋନା କଟକଣା ନିୟମକୁ ଫୁ

ବାସ୍ତବବ୍ୟୁରୋ:ନି.ପ୍ର (ସାଲେପୁର) କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରି ମାନବଜାତିକୁ ମହାସଂକଟ ମଧ୍ୟ କୁ ଟାଣିନେଉଛି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରି ସମସ୍ତ ଜନସାଧାରଣ ଙ୍କୁ ମାସ୍କ ପରିଧାନ, ସାନିଟାଇଜକରଣ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଭଳି ସ୍ତିତି ରେ ଖୋଦ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ ଶହ ଶହ ସଂଖ୍ୟା ରେ ଆଶା, ଅଙ୍ଗନୱାଡି କର୍ମୀ, କୁଜି ନେତାମାନଙ୍କୁ ନେଇ କରୋନା ପାଇଁ କୀଟ୍ ପ୍ରଦାନ କରିଛନ୍ତି ।

ସୂଚନାନୁଯାୟୀ, ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ରେ ଗତ କିଛି ଦିନ ହେବ ବହୁ ପରିମାଣରେ କରୋନା ପଜିଟିଭ କେଶ୍ ବାହାରିଛି । ଯାଦ୍ୱାରାକି ସମଗ୍ର ବ୍ଲକ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏପରି ସ୍ତଳେ ବିଧାୟକ ଶ୍ରୀ ବେହେରା ଖୋଲମ ଖୋଲା ଭାବେ କୋଭିଡ ନିୟମକୁ ଉଲଘଂନ କରିବା ଘଟଣା ଟି ଆଲୋଚ୍ୟ ର ବିଷୟ ବସ୍ତୁ ପାଲଟିଛି । ଏଠାରେ ପ୍ରଶ୍ନ ଉଠେ ଏହି କୀଟ୍ ବଣ୍ଟନ କର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଶତାଧିକ ଆଶା, ଅଙ୍ଗନୱାଡି କର୍ମୀମନଙ୍କୁ କାହା ସ୍ୱାର୍ଥ ପାଇଁ ଡ଼କାଯାଇଥିଲା ।

ସରକାର ଘରେ ଘରେ ସହାୟତା ପ୍ରଦାନ ପାଇଁ ବନ୍ଦୋବସ୍ତ କରୁଥିଲା ବେଳେ ଏତେ ସଂଖ୍ୟକ ମହିଳା କର୍ମୀମାନଙ୍କୁ ପ୍ରଚଣ୍ଡ ଖରା ରେ ଏକଜୁଟ୍ କରି ବାହା ବାହା ନେବା କେତେଦୂର ଠିକ୍ । ବହୁ ବୁଦ୍ଧିଜୀବି ମହଲରେ ଏହାକୁ ଗଭୀର ନିନ୍ଦା କରାଯାଇଥିବାର ନଜିର ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରରେ ଆଜି ମଧ୍ୟ ୫ ରୁ ଉର୍ଦ୍ଧ୍ବ ପଜିଟିଭ କେଶ୍ ରହିଛି । ତେବେ ଏତେ ସବୁ କଟକଣା ମଧ୍ୟରେ ଖୋଦ ବିଧାୟକ କରୋନା କଟକଣା ନିୟମକୁ ଫୁ କରିବା ଘଟଣାଟି ସାଧାରଣରେ ଚର୍ଚ୍ଚା ର ବିଷୟ ପାଲଟିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା କାଳରେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଟଙ୍କାର ମଦ' ଚୋରି

Sun Jun 6 , 2021
ବାସ୍ତବବ୍ୟୁରୋ:ନି.ପ୍ର (ଚୌଦ୍ୱାର) ଚୌଦ୍ୱାର ଥାନା ଅନ୍ତର୍ଗତ ଧୁମାବତୀ ଛକ ନିକଟରେ ଥିବା ଏକ ମଦ ଦୋକାନରୁ ବିପୁଳ ପରିମାଣର ମଦ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ଗୁରୁବାର ସନ୍ଧ୍ୟାପରେ ଦୋକାନ ବନ୍ଦ ଥିବାର ସୁଯୋଗ ନେଇ ଚୋରମାନେ ଦୋକାନ ଘରର ମୁଖ୍ୟ ଫାଟକରେ ପଡିଥିବା ତାଲାକୁ ଭାଙ୍ଗି ଦେବା ସହିତ ଦୋକାନରେ ଲାଗିଥିବା ସିସିଟିଭିକୁ ମଧ୍ୟ ଭାଙ୍ଗି ଦେଇ ଦୋକାନରେ ଥିବା ପ୍ରାୟ ୫ ଲକ୍ଷ ଟଙ୍କାରୁ […]

You May Like

Pin It on Pinterest