ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୯୯୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୩୦୯୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୮୦୩୧ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୨୦୧୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏକ ନୂଆ ଗବେଷଣାରୁ ଏହା ଜଣାପଡ଼ିଛି କି ଭବିଷ୍ୟତରେ ମୌସୁମୀ ବାୟୁ ଭାରତରେ ଭୟଙ୍କର ରୂପ ନେବ । ଅତ୍ୟଧିକ ବର୍ଷା କରାଇବା ସହ ଅଧିକ ବିପଜ୍ଜନକ ହୋଇପଡ଼ିବ । ପତ୍ରିକା ‘ସାଇନ୍ସ ଆଡ୍‌ଭାନ୍ସେସ୍‌’ରେ ଏହି ନୂଆ ରିପୋର୍ଟ ପ୍ରକାଶ ପାଇଛି । ଗ୍ରିନହାଉସ୍‌ ଗ୍ୟାସ୍‌, ଗରମ ପରିବେଶରେ ବର୍ଦ୍ଧିତ ଆର୍ଦ୍ରତା ଆଦି ମୌସୁମୀ ଋତୁରେ ଅଧିକ ବର୍ଷାର କାରଣ ସାଜିବ ।

ରାଜ୍ୟସରକାର କରୋନା ଟିକାକରଣ ଅଭିଯାନକୁ ୧୮-୪୪ ବୟସ ବର୍ଗ ପାଇଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଏ ବାବଦରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଲିଖିତ ଦର୍ଶାଯାଇଛି ।ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଅନୁଯାୟୀ, ମେ ମାସରେ ପାଞ୍ଚଟି ମ୍ୟୁନିସିପାଲିଟି କର୍ପୋରେସନ୍ ଓ ଛଅଟି ଜିଲ୍ଲା ମୁଖ୍ୟାଳୟ / ଏନଏସିରେ ୧୮ରୁ ୪୪ ବର୍ଷ ବୟସ ବର୍ଗର ଟିକାକରଣ ଆରମ୍ଭ ହୋଇସାରିଛି।

ବାତ୍ୟା ‘ୟାଶ’ ର କ୍ଷୟକ୍ଷତି ଆକଳନ କରିବା ପାଇଁ ଆଜି ଆସିବେ କେନ୍ଦ୍ରୀୟ ଟିମ୍‌ । କେନ୍ଦ୍ର ଗୃହ ସଚିବ ସୁନୀଲ ବନଓ୍ୱାଲ୍‌ଙ୍କ ନେତୃତ୍ୱରେ ଆସିବ ୭ଜଣିଆ ଟିମ୍‌ ।

ହିମାଚଳ ପ୍ରଦେଶରେ କରୋନା କର୍ଫ୍ୟୁକୁ ଆସନ୍ତା ୧୪ ତାରିଖ ଯାଏଁ ବୃଦ୍ଧି କରାଯାଇଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଆଗାମୀ ଜୁନ ୧୪ ସକଳା ୬ଟା ଯାଏଁ ରାଜ୍ୟରେ କୋଭିଡ-୧୯ ପାଇଁ କର୍ଫ୍ୟୁ ବଳବତ୍ତର ରହିବ ।

ଆମାଜନ କନ୍ନଡ ପତାକାର ବିକିନୀ ପ୍ରସ୍ତୁତ କରି ବିକ୍ରି କରୁଛି । କର୍ଣ୍ଣାଟକ ସରକାରର ମନ୍ତ୍ରୀ କହିଛନ୍ତି ଯେ, କନ୍ନଡଙ୍କ ପ୍ରତି ଅପମାନ ବନ୍ଦ ହେବା ଆବଶ୍ୟକ । ଏହା କନ୍ନଡର ସ୍ୱାଭିମାନର କଥା । ଏହି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ତେଣୁ ଆମାଜନ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ । ଯଦି କମ୍ପାନୀ କ୍ଷମା ନମାଗେ ତେବେ ରାଜ୍ୟ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ମହାରାଷ୍ଟ୍ରରେ ଅନଲକ୍ ର ପ୍ରକ୍ରିୟା ଆରମ୍ଭ ହେଲାଣି । ବିଏମସି ଦ୍ୱାରା ଅନଲକ୍ ପାଇଁ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି । ମୁମ୍ବାଇରେ ମଧ୍ୟ ଅନଲକର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଅନେକ ପ୍ରକାରର କଟକଣା କୋହଳ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର ।

ବରିଷ୍ଠ ବଲିଉଡ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ ଅସୁବିଧା ହେତୁ ଦିଲ୍ଲୀପ କୁମାରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଭାରତରେ କରୋନା ସ୍ଥିତି ସଙ୍ଗୀନ ରହିଥିବା ବେଳେ ଅନେକ ଦେଶ ଭାରତକୁ ସହଯୋଗ କରୁଛନ୍ତି । କାନାଡାର କମ୍ପାନୀ ସମୁହ ଭାରତକୁ ୩୫୪ କୋଟି ଟଙ୍କାର ଆର୍ଥିକ ସହୟତା ପ୍ରଦାନ କରିଛନ୍ତି ।କାନାଡ-ଇଣ୍ଡିଆ ବିଜନେସ୍ କାଉନସିଲ୍ ବା ସି-ଆଇବିସିର ସଦସ୍ୟମାନେ ଭାରତକୁ ସାହାଯ୍ୟ ପାଇଁ ଆଗବର ଅଛନ୍ତି । ସଦସ୍ୟମାନେ ପ୍ରାୟ ୫୮,୮୨୨,୧୫୦ କାନାଡିଆନ ଡଲାର ବା ୩୫୪ କୋଟି ଟଙ୍କା ସଂଗ୍ରହ କରି ଭାରତକୁ ପ୍ରଦାନ କରିଛନ୍ତି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୭ କୋଟି ୩୭ ଲକ୍ଷ ୩ ହଜାର ୭୫୪ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୩୫ ହଜାର ୭୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୫ କୋଟି ୬୮ ଲକ୍ଷ ୧୦ ହଜାର ୭୫୯ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୩୧ ଲକ୍ଷ ୫୭ ହଜାର ୨୪୪ ଜଣ ଲୋକ ସକ୍ରିୟ ଅଛନ୍ତି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାମ୍ବାଦିକ ଙ୍କୁ ବାଲି ମାଫିଆ ଙ୍କ ବନ୍ଧୁକ ମୁନରେ ଧମକ...

Sun Jun 6 , 2021
ବାସ୍ତବବ୍ୟୁରୋ:ନି.ପ୍ର(ମାହାଙ୍ଗା) ମାହାଙ୍ଗା ରେ କିଛିଦିନ ତଳେ ହୋଇଥିବା ବାଲି ମାଫିଆ ମାନେ ଗୋଡେଇ ଗୋଡେଇ ଆରାଇ ଙ୍କୁ ହାଣିଥିବା ପରେ ଏବେ ପୁଣି ସାମ୍ବାଦିକ ଙ୍କୁ ବନ୍ଧୁକ ଦେଖାଇବା ଭଳି ଏକ ଲଜ୍ୟା ଜନକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ର ଦେମାଣ୍ଡୁଅ ଠାରେ | କାଲି ସନ୍ଧ୍ୟା ରେ ନେମାଳ ର ଦୁଇଜଣ ସାମ୍ବାଦିକ ବିନୟ କୁମାର ଦାସ. ଓ ଗୋବିନ୍ଦ ଚନ୍ଦ୍ର ଦାସ […]

You May Like

Pin It on Pinterest