ପୂର୍ବତଟ ରେଳବାଇର ପୂଜା ଧମାକା

ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ ସହ ନିୟମିତ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ

■ ପୂର୍ବତଟ ରେଳପଥରୁ ଏବଂ ଏହାର ପରିସୀମା ମଧ୍ୟଦେଇ ୧୯ ଯୋଡ଼ା ପୂଜା ସ୍ୱତନ୍ତ୍ର ଚଳାଚଳ କରୁଛି I
■ ଚାରି ଲକ୍ଷରୁ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I
■ ନିୟମିତ ଚଳାଚଳ କରୁଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ I
■ ଯାତ୍ରୀ ସଂରକ୍ଷଣ ପ୍ରଣାଳୀରେ ଉପଲବ୍ଧ I
■ ପୂଜା ସମୟରେ ଯାତ୍ରୀଭିଡ଼କୁ ଏଡ଼ାଇବାପାଇଁ ଏକ ପ୍ରୟାସ I

ପୂଜା ଛୁଟି ସମୟରେ ଯାତ୍ରୀ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥରୁ ଏବଂ ଏହା ମଧ୍ୟଦେଇ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଥିବା ବେଳେ ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ କରାଯାଉଅଛି ଯାହା ଫଳରେ ଅଧିକ ବର୍ଥ ସୃଷ୍ଟିକରଯାଇ ଯାତ୍ରୀ ମାନଙ୍କୁ ଯାତ୍ରା ସୁବିଧା ପ୍ରଦାନ କରାଯାଇ ପାରିବ I

ଏହି ଟ୍ରେନ ଗୁଡିକ ହେଲା ପୁରୀ-ସନ୍ତ୍ରାଗାଛି(ହାଓଡ଼ା)-ପୁରୀ, ସନ୍ତ୍ରାଗାଛି-ଚେନ୍ନାଇ-ସନ୍ତ୍ରାଗାଛି, ଶାଲିମର-ପୁରୀ-ସନ୍ତ୍ରାଗାଛି, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ସାପ୍ତାହିକ, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର ଦ୍ବିସାପ୍ତାହିକ, ସମ୍ବଲପୁର-ବନସୱାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ(ଭୋପାଳ), ଭଂଜପୁର-ପୁରୀ-ଭଂଜପୁର, ସିକନ୍ଦରାବାଦ-ଗୌହାଟୀ-ସିକନ୍ଦରାବାଦ, କଚେଗୁଡା-ଟାଟା-କଚେଗୁଡା(ସିକନ୍ଦରାବାଦ), ଚେନ୍ନାଇ-ଗୌହାଟୀ-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗାଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗାଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବାଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା ଏବଂ କଚେଗୁଡା-ଶ୍ରୀକାକୁଲମ-କଚେଗୁଡା ସ୍ୱତନ୍ତ୍ର ଟ୍ରେନ I ଏହା ଛଡା ନିୟମିତ ଯାତାୟାତ କରୁଥିବା ଟ୍ରେନ ଗୁଡିକ ସହିତ ଭିତ୍ତିଭୂମିର ସୁବିଧା ଦେଖି ପୂଜା ଛୁଟି ଭିଡ ସମୟରେ ବିଭିନ୍ନ ପ୍ରାନ୍ତକୁ ଅଧିକ ଟ୍ରେନ ଚଳାଚଳ ପାଇଁ ମଧ୍ୟ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଉଅଛି I

ପୂଜା ଛୁଟି ସମୟରେ ମାତ୍ରାଧିକ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ନିୟମିତ ଚଳାଚଳ କରୁଥିବା ୪୦ଟି (୨୦ ଯୋଡ଼ା) ଗୁରୁତ୍ୱପୂର୍ଣ୍ଣ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ କରିଅଛି ଯାହାଦ୍ୱାରା ଆହୁରି ଅଧିକ ବର୍ଥ ସୃଷ୍ଟି ହୋଇପାରିଛି I ଏହି ଟ୍ରେନ ଗୁଡିକ ହେଲା ଭୁବନେଶ୍ୱର-ବାଙ୍ଗାଲୋର ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାଓଡ଼ା ଯାଉଥିବା ଧଉଳି ଏବଂ ଜନଶତାବ୍ଦୀ ଏକ୍ସପ୍ରେସ, ଭୁବନେଶ୍ୱର-ପୁଡୁଚେରୀ, ବୋକାରକୁ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହାତୀଆ ତପସ୍ୱିନୀ, ପାଟନାକୁ ଯାଉଥିବା ବୈଦ୍ୟନାଥଧାମ ଏକ୍ସପ୍ରେସ, ପୁରୀ-ହାଓଡ଼ା ଓ ସମ୍ବଲପୁର-ହାଓଡ଼ା ଏକ୍ସପ୍ରେସ ଇତ୍ୟାଦି I ସେହିଭଳି ବିଶାଖାପାଟଣାରୁ ଛାଡୁଥିବା ଏଲଟିଟି ଏକ୍ସପ୍ରେସ, ଏପି ଏକ୍ସପ୍ରେସ, କୋଲ୍ଲମ ଏକ୍ସପ୍ରେସ, ଗାନ୍ଧୀଧାମ ଏକ୍ସପ୍ରେସ ଏବଂ ସାଇନଗର ସିରିଡ଼ି ଏକ୍ସପ୍ରେସ ଟ୍ରେନ ଗୁଡିକରେ ମଧ୍ୟ ଅତିରିକ୍ତ ବଗି ସଂଯୋଗ କରାଯାଇ ଅଧିକ ବର୍ଥ ସୃଷ୍ଟି କରାଯାଇପାରିଛି I

ନିୟମିତ ଚଳାଚଳ କରୁଥିବା କେତେକ ଟ୍ରେନରେ ଏସି୩ ଟାୟାର ବଗି ସଂଯୋଗ କରାଯାଇଥିବାବେଳେ କେତେକରେ ସ୍ଲିପର କ୍ଲାସ ଏବଂ କେତେକରେ ଦ୍ଵିତୀୟ ଶ୍ରେଣୀ ଚେୟାରକାର ବଗି ସଂଯୋଗ କରାଯାଇଅଛି I ପୂର୍ବତଟ ରେଳପଥ ବାଣିଜ୍ୟ ବିଭାଗର ପାସେଞ୍ଜର ପ୍ରୋଫାଇଲ ମ୍ୟାନେଜମେଣ୍ଟ ଅନୁଭାଗ ଦ୍ୱାରା ନିୟମିତ ଭାବେ ଟ୍ରେନ ଗୁଡି଼କର ଯାତ୍ରୀ ଭିଡକୁ ପରିଚାଳନା କରାଯାଉଅଛି ଯାହାଦ୍ୱାରା ଯାତ୍ରୀ ଭିଡ ହେଉଥିବା ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ କାରାଯିବା ସହ ଦେଶର ବିଭିନ୍ନ ପ୍ରାନ୍ତକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଉଅଛି ଯାହାଦ୍ୱାରା ମାତ୍ରାଧିକ ଯାତ୍ରୀ ମାନଙ୍କୁ ଯାତ୍ରୀ ଭିଡ ସମୟରେ ପୂର୍ବତଟ ରେଳପଥ ପକ୍ଷରୁ ସୁବିଧା ପ୍ରଦାନ କରାଯାଉଅଛି I

    
ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Oct 5 , 2019
୧-ନବୀନଙ୍କ ଅପରେସନ କ୍ଲୀନ,୫ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଚାକିରି ଗଲା: କ-ଓଟିଇଏସ୍‌ର ଆରଟିଓ ବସନ୍ତ ବେହେରା। ଖ-କପ୍ତିପଦା ତହସିଲଦାର ପ୍ରଦୀପ କୁମାର ଜେନାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ଗ-ନୂଆପଡ଼ା ଜିଲ୍ଲା ଖରିଆର ଡିଭିଜନର ଡିଏଫଓ ଶରତ ଚନ୍ଦ୍ର ପଣ୍ଡା। ଘ-ଅବକାରୀ ବିଭାଗର ଡେପୁଟି କମିଶନର ଦିଲ୍ଲୀପ କୁମାର ନାଗ । ଙ-ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ବିଭାଗର ଅଶୋକ କୁମାର ମାଝୀ। ୨-କଟକରେ ଆରମ୍ଭ ହୋଇଛି ମିଶନ ଜିରୋ-ଏଫ, ଏଥିପାଇଁ […]

You May Like

Pin It on Pinterest