ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି- ସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ବାସ୍ତବବ୍ୟୁରୋ:ନି.ପ୍ର (ଭୁବନେଶ୍ଵର) ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୯୨୧ଜଣ ହୋଇଥିବା ବେଳେ ସ୍ଥାନୀୟ ବାସିନ୍ଦା ୩୦୮୧ ଜଣ ଅଛନ୍ତି । ୪୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି । ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନାନୁଯାୟୀ, ଓଡ଼ିଶାରେ ଧୀରେ ଧୀରେ କରୋନା ସଂକ୍ରମଣ ହାର କମୁଛି।

ଆଗରୁ ସଂକ୍ରମଣ ହାର ୨୩ ପ୍ରତିଶତ ଉପରେ ରହୁଥିଲା,ଯାହା ଆଜି ୯ ପ୍ରତିଶତରେ ପହଞ୍ଚିଛି । ପୂର୍ବରୁ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂକୁ ଗୁରୁତ୍ଵ ଦିଆଯାଉଛି। ଏବେ ରାଜ୍ୟରେ ଟେଷ୍ଟିଂ ବଢିଛି। ସଂକ୍ରମଣ ହାର ଏପରି କମିବା ଭଲ ଲକ୍ଷଣ। କରୋନା ଟ୍ରାନ୍ସମିସନ୍ କମୁଛି। ସର୍ଭିଲାନ୍ସ କାମ ଦେଉଛି ।

ସଂକ୍ରମଣର ଚେନ୍ ବ୍ରେକ୍ କରିବା ପାଇଁ ଆମ ସମସ୍ତଙ୍କର ଯେଉଁ ପ୍ରୟାସ ଥିଲା ତାହା ସଫଳ ହୋଇଛି । ଏହି ପରି ଯଦି ସଂକ୍ରମଣ ହାର କମେ ତେବେ ଆମେ ଯାହା ଆଶା ରଖିଥିଲେ ସେଠାରେ ପହଞ୍ଚିବାକୁ ଆଉ ୭ ରୁ ୮ ଦିନ ସମୟ ଲାଗିବ। ଯଦି ୫ପ୍ରତିଶତ ତଳକୁ ସଂକ୍ରମଣ ଖସି ଆସେ ତେବେ ଆହୁରୀ ଭଲ ହେବ ଏବଂ ଆମେ ଗୋଟିଏ ଭଲ ସ୍ଥିତିରେ ପହଞ୍ଚି ପାରିବା ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକ SCB ମେଡିକାଲ ରେ ବଢ଼ା ଗଲା ଆଇସିୟୁ ବେଡ୍, ହେଲେ ଫାଙ୍କା ପଡୁଛି କୋଭିଡ ବେଡ୍

Sun Jun 6 , 2021
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ବଡ଼ ମେଡ଼ିକାଲ SCB ରେ ଫାଙ୍କା ପଡୁଛି କୋଭିଡ ବେଡ଼ । ଯାହା କିଛି ମାତ୍ରାରେ ଲୋକଙ୍କୁ ଆଶ୍ୱସ୍ଥ କରାଉଛି । ହେଲେ ICU ବେଡ଼ ସ୍ଥିତି ଯେମିତି ଥିଲା ସେମିତି ରହିଛି । କାରଣ ଯେଉଁ ରୋଗୀର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେଉଛି ସେ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି ହେଉଛି । ଆଉ ଅନେକ ଦିନ ପର୍ଯ୍ୟନ୍ତ ରହୁଛନ୍ତି । ଯାହା ଅନ୍ୟ ରୋଗୀ ମାନଙ୍କ ପାଇଁ […]

You May Like

Pin It on Pinterest