ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ବଡ଼ ମେଡ଼ିକାଲ SCB ରେ ଫାଙ୍କା ପଡୁଛି କୋଭିଡ ବେଡ଼ । ଯାହା କିଛି ମାତ୍ରାରେ ଲୋକଙ୍କୁ ଆଶ୍ୱସ୍ଥ କରାଉଛି । ହେଲେ ICU ବେଡ଼ ସ୍ଥିତି ଯେମିତି ଥିଲା ସେମିତି ରହିଛି । କାରଣ ଯେଉଁ ରୋଗୀର ସ୍ୱାସ୍ଥ୍ୟବସ୍ଥା ଜଟିଳ ହେଉଛି ସେ ସଙ୍ଗେସଙ୍ଗେ ଆଇସିୟୁରେ ଭର୍ତ୍ତି ହେଉଛି । ଆଉ ଅନେକ ଦିନ ପର୍ଯ୍ୟନ୍ତ ରହୁଛନ୍ତି । ଯାହା ଅନ୍ୟ ରୋଗୀ ମାନଙ୍କ ପାଇଁ ଚିନ୍ତା ର କାରଣ ହେଉଛି I କିପରି ରୋଗୀ ହନ୍ତସନ୍ତ ନ’ ହେବେ ସେଥିପାଇଁ ଗତକାଲିଠୁ(ଶନିବାର) ହସ୍ପିଟାଲର ICU ବେଡ଼କୁ ବୃଦ୍ଧି କରାଯାଇଛି ।
ଯାହା ଦ୍ୱାରା ଅଧିକ କୋଭିଡ ରୋଗୀ ଚିକିତ୍ସିତ ହୋଇପାରିବେ । ଏହାସହ ଆଉ କିଛି ମେଡିକାଲକୁ କୋଭିଡ ମେଡିକାଲ ଘୋଷଣା କରାଯାଇଛି । ଏହା ଦ୍ୱାରା ଚିକିତ୍ସା ପ୍ରକ୍ରିୟା ବ୍ୟାପକ ହେବ । ତେବେ ବର୍ତ୍ତମାନ ଯେଉଁ ସ୍ଥିତି ରହିଛି ତାହା ନିଶ୍ଚୟ ରୂପରେ ବିପଦ ଟଳୁଥିବାର ସ୍ପଷ୍ଟ ହେଉଛି ।ପୂର୍ବ ଅପେକ୍ଷା କୋଭିଡ ସଂକ୍ରମଣ ମଧ୍ୟ ଧୀରେ ଧୀରେ କମୁଛି । ଯାହା ଆଉ କିଛି ଦିନ ମଧ୍ୟରେ ସମ୍ପୂର୍ଣ୍ଣ ରୂପରେ ଆୟତକୁ ଆସିଯିବ ବୋଲି କୁହାଯାଉଛି ।



