
ବାସ୍ତବବ୍ୟୁରୋ:(ଭବାନୀପାଟଣା) ଧଳା ଯାହାର ଚାଲାଣ କାରୀଙ୍କୁ ଧରିବାରେ ସଫଳ ହୋଇଛି କଳାହାଣ୍ଡି ପୋଲିସ। ଭବାନୀପାଟଣା ସଦର ଥାନା ଅଧିକାରୀ ପ୍ରଦୀପ ଧାରୁଆ କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ନିକଟରେ ଛପିରହିଥିବା ବେଳେ ଡ୍ରଗ୍ସ ଚାଲାଣ କାରି ଏକ ଆର୍ଟିଗା ଗାଡ଼ି ରେ ସମ୍ବଲପୁର ରୁ ଭବାନୀପାଟଣା ଆସୁଥିବା ସମୟରେ କାବୁକରିଥିଲେ।ଅଭିଯୁକ୍ତ ମାନଙ୍କ ଠାରୁ ୩୮.୭୨ ଗ୍ରାମ ଓଜନର ବ୍ରାଉନ ସୁଗର ଜବର କରିଥିବା ବେଳେ ଦୁଇଜଣ ଙ୍କୁ ଗିରଫ କରିଛି।
ଦୁଇଜଣ ଅଭିଯୁକ୍ତ ଙ୍କ ମଧ୍ୟରେ ଜଣେ ଭବାନୀପାଟଣା ସହରର ମହମ୍ମଦ ସକିତ ପରବେଜ ଓ ଅନ୍ୟ ଜଣେ ଥୁଆମୂଳ ରାମପୁର ଡ୍ରାଇଭର ଉଦୟ ନାଏକ ବୋଲି ପରିଚୟ ମିଳିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିବା ବେଳେ ଏହି ଘଟଣା ୫ ଜଣ ଙ୍କୁ ଆଣି ଟାଉନ ପୋଲିସ ପଚରାଉଚରା ଜାରିରଖିଛି । ଜିଲ୍ଲାରେ ଡ୍ରଗ୍ସ କାରବାର ସହରର ଯୁବ ବର୍ଗ ଙ୍କୁ ମନିଶାଗ୍ରସ୍ତ କରୁଛି ଏହି ଘଟଣା କି ଗୁରୁତର ସହିତ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି।



