
ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ବାତ୍ଯା ୟାସରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଅଞ୍ଚଳର ଅନୁଧ୍ଯାନ ପାଇଁ ଆଜି(ସୋମବାର ) ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଧାମରାବନ୍ଦରସ୍ଥିତ ଅ।ଦାନୀ ହ୍ଯାଲିପେଡରେ ଓହ୍ଲାଇବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା।
ଏହା ପରେ ଜିଲା ପ୍ରଶାସନର ଖସଡା ଅନୁଯାୟୀ କେନ୍ଦ୍ରୀୟ ଟିମର ସଦସ୍ଯମାନେ ପ୍ରଥମେ ଧାମରା ସମୁଦ୍ରମୁହାଣର ସାବିତ୍ରୀ ସାରାଇ,ଚନ୍ଦିନପାଳ, କାଳିନାଳୀ ,ବିଦ୍ୟୁତପ୍ରଭା , ଆଦି ପ୍ରଭାବିତ ଅଞ୍ଚଳ ବୁଲିବା ସହ ବିପନ୍ନଙ୍କ ସହ ସିଧାସଳଖ କଥାବାର୍ତ୍ତା ହୋଇଥିଲେ। ଚାନ୍ଦବାଲିରେ ପ୍ରଶାସନ ସହ କ୍ଷୟ କ୍ଷତି ସମ୍ପର୍କିତ ସମୀକ ଆଲୋଚନା ପରେ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୂବେନେଶ୍ବର ପ୍ରତ୍ଯାବର୍ତ୍ତନ କରେବେ।



