କମିଶନରେଟ୍ ପୋଲିସ୍ ହାତରେ ସାଇବର ଲୁଟେରା ରାକେଟ୍

Photo: Bastab media

ବାସ୍ତବବ୍ୟୁରୋ:ନି.ପ୍ର(କଟକ) ବ୍ରାଞ୍ଚ ବ୍ୟାଙ୍କ ମ୍ୟାନେଜର ନାଁ କହି ଲକ୍ଷାଧିକ ଟଙ୍କା ଲୁଟ । ଏସବିଆଇ ଚେକ କ୍ଲିଅରାନ୍ସ ପାଇଁ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହୋଇଥିଲା ହଡ଼ପ । ଏନେଇ ସ୍ଥାନୀୟ ଚାଉଳିଆଗଞ୍ଜ ଥାନାରେ ହୋଇଥିଲା ଅଭିଯୋଗ । ଯାହାର ପର୍ଦ୍ଦାଫାସ କରିଛି କଟକ କମିଶନରେଟ୍ ପୋଲିସ । ଏହି ଲୁଟ ମାମଲାରେ ଦୁଇ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ସୂଚନା ଅନୁସାରେ, ନୂଆବଜାର ଅଞ୍ଚଳରେ ରହୁଥିବା ରବି ନାରାୟଣ ମହାପାତ୍ରଙ୍କୁ ଏକ ଅଜଣା ନମ୍ବରରୁ ଫୋନ୍ କଲ୍ ଆସିଥିଲା ସେ ନିଜକୁ ଏସବିଆଇ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ର ପରିଚୟ ଦେଇଥିଲେ । ଚେକ କ୍ଲିଅରାନ୍ସ ପାଇଁ ଏକ ଓଟିପି ଯିବାର ଆଲ ଦେଖାଇ ଲୁଟି ନେଇଥିଲେ ଲକ୍ଷେ ଟଙ୍କାରୁ ଅଧିକ,ଏହି ଲୁଟେରା ଠକ ମ୍ୟାନେଜର ବାବୁ । ହେଲେ ବ୍ୟାଙ୍କ ପକ୍ଷରୁ କୌଣସି ପ୍ରକାର ସୂଚନା ନ ମିଳିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସଙ୍ଗେ ସଙ୍ଗେ ସେ ସ୍ଥାନୀୟ ଥାନାରେ ମାମଲା ଦାୟର କରିଥିଲେ ।

ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ତେବେ ଶେଷରେ ଦୁଇ ଜଣଙ୍କ ଘଟଣାରେ ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା । ପୁରୀରୁ ସୁପ୍ରଭାତ ମହାପାତ୍ର ଓ ଜଗତସିଂହପୁରରୁ ତନ୍ମୟ କୁମାର ବେହେରାଙ୍କୁ ଟ୍ରାକ କରିବା ପରେ ଗିରଫ କରିଛି ପୋଲିସ । ଗିରଫ ସମୟରେ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଦାମୀ ମୋବାଇଲ ଫୋନ ଓ ବେନାମୀ ସିମ ଓ ଏକ ଗାଡି ଜବତ କରିଛି ପୋଲିସ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Tue Jun 8 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୯୩୭୬ ଜଣ […]

You May Like

Pin It on Pinterest