୧.ଆଜି ମହାଷ୍ଟମୀ, ଦୁର୍ଗାଷ୍ଟମୀ, ସନ୍ଧୀପୂଜା ଓ ପୀଠେ ମହାନବମୀ ।
୨-ଛେନା ପୋଡ଼, ଛେନା ଝିଲି ଓ ତାରକସି କାମ, ଜିଆଇ ମାନ୍ୟତା ପାଇବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ।
୩-ଆଜି ଓଡିଶାଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାୟଡୁ, କିଟ୍ ରେ ଚାଲିଥିବା WCP ର ଉଦଯାପନ ଏବଂ ସମାଜର ଶତବାର୍ଷିକୀ ସମାରୋହରେ ଯୋଗ ଦେବେ।
୪-କଟକ: ୧୯୧୯ ମସିହାରୁ ୨୦୧୯। ୧୦୦ ବର୍ଷରେ ପାଦ ଥାପିଲା ଓଡ଼ିଆ ଖବର କାଗଜ ସମାଜ।
୫-ପାର୍ବଣ କଟକଣା: ମୁତୟନ ହେବେ ୯୩ ପ୍ଲାଟୁନ୍ ପୋଲିସ ଫୋର୍ସ, ୧୦ ତାରିଖ ଯାଏଁ କଟକଣା ଜାରି।
୬-ଶ୍ରୀକ୍ଷେତ୍ର ପୁରୀରେ ଅନୁଷ୍ଠିତ ହେଲା ୩୯ତମ ବିଶ୍ୱ କବି ସମ୍ମିଳନୀର ଚତୁର୍ଥ ଦିବସ, ପହଞ୍ଚିଲେ ଦେଶ ବିଦେଶର କବି।
୭-ରାତି ୧୨ ଟା ଯାଏଁ ଟ୍ୱିନ ସିଟିରେ ମେଲୋଡ଼ି ଚାଲି ପାରିବ । ମେଲୋଡ଼ି ଓ ଲାଉଡ ସ୍ପିକର ୧୨ଟା ଯାଏଁ ବାଜି ପାରିବ।
୮-ଆସନ୍ତା ୩୧ରୁ ଲାଗୁ ହେବ
ଜମ୍ମୁ କଶ୍ମୀର ପୁନର୍ଗଠନ ଆଇନ, ନୂଆ ଲେଫଟନାଣ୍ଟ ଗଭର୍ଣ୍ଣର ଚର୍ଚ୍ଚାରେ ପ୍ରକାଶ ମିଶ୍ରଙ୍କ ନାଁ।
୯-ପାର୍ବଣର ମହକରେ ମହକୁଛି ସାରା ରାଜ୍ୟ : ଆଜି ପୀଠରେ ମହାନବମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା।
୧୦-କରଞ୍ଜିଆ:ମା’ କିଚେକେଶ୍ବରୀଙ୍କ ପାଖରେ ଲାଗୁଛି ମାଛ ସହ ମହୁଲି ମଦ ଭୋଗ ,୧୫ ଶହ ବର୍ଷ ହେଲା ଚାଲିଆସୁଛି ଏହି ପରମ୍ପରା।
୧୧-ବାରିପଦା:ଅଧା ବାଟରେ ସରିଗଲା ଆମ୍ୱୁଲାନ୍ସର ତେଲ, ଚାଲିଗଲା ମା ଏବଂ ଗର୍ଭସ୍ଥ ସନ୍ତାନର ଜୀବନ।