ଆଜିର ଖାସ୍ ଖବର….

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୯୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଗଲାଣି । ଅନ୍ୟପଟେ ଉତ୍ତର ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୧୧ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ପ୍ରବଳ ବର୍ଷା ହେବ ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ । ସମ୍ଭବତଃ ଆସନ୍ତା ୧୦ ତାରିଖବେଳକୁ ଓଡ଼ିଶାରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ । ଏଥର ଜୁନ୍‌ରେ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ବି ହୋଇପାରେ : ଆଞ୍ଚଳିକ ପାଣିପାଗ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାସ ।

ଶ୍ରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷାନ କୁମାର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ମନ୍ଦିର ସେବାୟତ ଓ କର୍ମଚାରୀମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରିବାକୁ ପତ୍ର ମାଧ୍ୟମ ରେ ଜଣାଇଛନ୍ତି ।

କେନ୍ଦ୍ର ସରକାର ବିଦେଶ ଯାତ୍ରା କରୁଥିବା ଲୋକଙ୍କ ଲାଗି ଟିକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଦେଶ ଯାତ୍ରା କରୁଥିଲେ, ପ୍ରଥମ ଟିକାର ୨୮ ଦିନ ପରେ ଯେକୌଣସି ସମୟରେ ୨ୟ ଡୋଜ ଟିକା ନେଇ ପାରିବେ ।

ମହାରାଷ୍ଟ୍ରର ପୁଣେରେ ଏକ କାରଖାନାରେ ସୋମବାର ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୧୫ ଜଣ ମହିଳାଙ୍କ ସମେତ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠିରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି । ସେହିପରି ମୋଦୀ ଆହାତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । 

ବୈଜ୍ଞାନିକମାନେ ରିସର୍ଚ୍ଚ କରି କହିଛନ୍ତି ଯେ, କେବଳ ମହାରାଷ୍ଟ୍ର ଉପରେ ରିସର୍ଚ୍ଚରୁ ଜଣାପଡିଛି ଯେ ତିନିମାସ ମଧ୍ୟରେ ବିଭିନ୍ନ ଜିଲ୍ଲାର ଲୋକଙ୍କ ମଧ୍ୟରେ ନୂତନ ପ୍ରକାରର ଭାରଆଣ୍ଟ ଦେଖିବାକୁ ମିଳିଛି । ବୈଜ୍ଞାନିକମାନେ ମଧ୍ୟ ଆଶଙ୍କା କରିଛନ୍ତି ଯେ ପ୍ଲାଜମା, ରେମଡିସିଭର୍ ଏବଂ ଷ୍ଟେରଏଡ ଧାରଣ କରିଥିବା ଔଷଧର ବ୍ୟାପକ ବ୍ୟବହାର ଯୋଗୁଁ ଏହାର ପରିବର୍ତ୍ତନକୁ ପ୍ରୋତ୍ସାହନ ଯୋଗାଇଛି । ସେଥିପାଇଁ ଅନ୍ୟ ରାଜ୍ୟରେ ମଧ୍ୟ କ୍ରମ ବୃଦ୍ଧି କରିବାର ଆବଶ୍ୟକତା ଅଛି । ବୈଜ୍ଞାନିକମାନେ ସତର୍କ କରାଇଛନ୍ତି ଯଦି ସାବଧନତା ଅବଲମ୍ବନ ନକରାଯଏ ତେବେ ତୃତୀୟ ଲହର ଆହୁରି ସାଂଘାତିକ ହୋଇପାରେ ।

କେନ୍ଦ୍ର ସରକାର ବିଦେଶ ଯାତ୍ରା କରୁଥିବା ଲୋକଙ୍କ ଲାଗି ଟିକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ବିଦେଶ ଯାତ୍ରା କରୁଥିଲେ, ପ୍ରଥମ ଟିକାର ୨୮ ଦିନ ପରେ ଯେକୌଣସି ସମୟରେ ୨ୟ ଡୋଜ ଟିକା ନେଇ ପାରିବେ । ଏମିତିରେ ବି କେନ୍ଦ୍ର ସରକାର ପ୍ରଥମ ଡୋଜ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ୧୨ରୁ ୧୬ ସପ୍ତାହ ବ୍ୟବଧାନ ରଖିଛନ୍ତି । 

ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ସେହର ଅଲି ଲତିଫଙ୍କ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଛି । କିଡ୍ନୀ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଲିଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଧୀରେ ଧୀରେ ତାଙ୍କ ଅବସ୍ଥା ଖରାପ ହେବାକୁ ଲାଗିଥିଲା ।

ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ପୁଣେର ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି (ଏନ୍‌ଆଇଭି) ଦ୍ୱାରା ଜିନୋମ୍‌ ସିକ୍ୱେନ୍ସିଙ୍ଗ୍‌ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ନାକ ଓ ଗଳା ସ୍ୱାବ୍‌ରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା ।

ବିଶ୍ୱବ୍ୟାପୀ ଆଜି ପର୍ଯ୍ୟନ୍ତ ୧୭ କୋଟି ୪୩ ଲକ୍ଷ ୬୧ ହଜାର ୯୧୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୭ ଲକ୍ଷ ୫୧ ହଜାର ୬୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୫ କୋଟି ୭୮ ଲକ୍ଷ ୮୬ ହଜାର ୪୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୨୭ ଲକ୍ଷ ୨୩ ହଜାର ୮୦୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଇଟା ମାଫିଆଙ୍କ ଆତଙ୍କରାଜ, ଅଳ୍ପକେ ବର୍ତ୍ତୀଲେ ମାହାଙ୍ଗା ଅତିରିକ୍ତ ତହସିଲଦାର...

Tue Jun 8 , 2021
ବାସ୍ତବବ୍ୟୁରୋ:(ମାହାଙ୍ଗା)ମାହାଙ୍ଗାରେ ଆଇନୀକୁ ହାତକୁ ନେବାକୁ ପଛାଉ ନାହାନ୍ତି ଚୋରା ଇଟା ବାଲି ଓ ମାଟି ମାଫିଆ,ଏମାନଙ୍କ ଅପରାଧିକ କାର୍ଯ୍ୟ କଳାପ ଦାଣ୍ଡରେ ପଡି ହାଟରେ ଗଡୁଛି |ସୂଚନା ମୁତାବକ ବେଆଇନି ଭାବେ ବିଭିନ୍ନ ଗାଁ’ରେ ଇଟା ପୋଡାଯାଇ ଚଢ଼ା ଦର ରେ ବିକ୍ରୀ ହେଉଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା ।ଏହା ପରେ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର […]

You May Like

Pin It on Pinterest