ଇଟା ମାଫିଆଙ୍କ ଆତଙ୍କରାଜ, ଅଳ୍ପକେ ବର୍ତ୍ତୀଲେ ମାହାଙ୍ଗା ଅତିରିକ୍ତ ତହସିଲଦାର…

ବାସ୍ତବବ୍ୟୁରୋ:(ମାହାଙ୍ଗା)ମାହାଙ୍ଗାରେ ଆଇନୀକୁ ହାତକୁ ନେବାକୁ ପଛାଉ ନାହାନ୍ତି ଚୋରା ଇଟା ବାଲି ଓ ମାଟି ମାଫିଆ,ଏମାନଙ୍କ ଅପରାଧିକ କାର୍ଯ୍ୟ କଳାପ ଦାଣ୍ଡରେ ପଡି ହାଟରେ ଗଡୁଛି |
ସୂଚନା ମୁତାବକ ବେଆଇନି ଭାବେ ବିଭିନ୍ନ ଗାଁ’ରେ ଇଟା ପୋଡାଯାଇ ଚଢ଼ା ଦର ରେ ବିକ୍ରୀ ହେଉଥିବା ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା ।
ଏହା ପରେ ଅତିରିକ୍ତ ତହସିଲଦାର ଏବଂ ରାଜସ୍ବ ବିଭାଗର କର୍ମଚାରୀମାନେ ମଙ୍ଗଳବାର ପୂର୍ବାହ୍ନରେ ମାହାଙ୍ଗା ପଞ୍ଚାୟତର ପର୍ଶୁରାମପୁର ଗାଁ’ ନିକଟରେ ପହଂଚି ଥିଲେ ।
ତେବେ ଇଟା ମାଫିଆ ମାନେ ସଂଘବଦ୍ଧ ହୋଇ ଅତିରିକ୍ତ ତହସିଲଦାର ଦିଲୀପ ନାୟକଙ୍କୁ ଆକ୍ରମଣ ଉଦ୍ୟମ କରିବାସହ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ସରକାରୀ ଗାଡି ଭଙ୍ଗାରୁଜା କରିଥିଲେ ଏ ନେଇ ଥାନାରେ ଅଭିଯୋଗ ହୋଇଛି |

Photo Bastab media

କେବଳ ସେତିକି ନୁହେଁ, ତହସିଲରୁ ଆସିଥିବା ସରକାରୀ ଅଧିକାରୀଙ୍କୁ ଇଟା ମାଫିଆଙ୍କ କବଳରୁ ରକ୍ଷା କରିବାକୁ ପହଞ୍ଚିଥିବା ମାହାଙ୍ଗା ଗ୍ରାମ ପଞ୍ଚାୟତରେ ପୂର୍ବତନ ସରପଞ୍ଚଙ୍କୁ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି | ଆମେ କହି ରଖୁ କି’ମାହାଙ୍ଗା ଥାନା ଅଂଚଳରେ ମାତ୍ର ୧୫ ଦିନ ତଳେ ଜଣେ ରାଜସ୍ବ ନିରୀକ୍ଷକଙ୍କୁ ବାଲି ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିବାନେଇ ଏତଲା ହେବାରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ଓ ଅନ୍ୟମାନେ ଏବେବି ଫେରାର ଅଛନ୍ତି

ସେହିପରି ବିନା ଅନୁମତିରେ ମାହାଙ୍ଗା ତହସିଲ ଅଂଚଳରୁ ଦୈନିକ ଜେସିବି ଲଗାଇ ଶହଶହ ଟ୍ରିପ ମାଟି ଓ ବାଲି ଅବାଧରେ ଚାଲାଣ ହେଉଛି |ଏଭଳି ବେଆଇନି କାର୍ଯ୍ୟରେ ଲିପ୍ତ ମାଫିଆ ମାନଙ୍କ ବିରୁଦ୍ଧରେ ମୁହଁ ଖୋଲିଲେ ସେମାନେ ପାଲଟା ଆକ୍ରମଣ କରିବାକୁ ପଛାଉ ନାହାନ୍ତି |ରାଜସ୍ବ ନିରୀକ୍ଷକ ଗଣେଶ ହେମ୍ବ୍ରମଙ୍କ ପରେ ଅତିରିକ୍ତ ତହସିଲଦାର ଦିଲୀପ ନାୟକଙ୍କୁ ଆଜି ଆକ୍ରମଣ ନେଇ ଥାନାରେ ଅଭିଯୋଗ ହୋଇଛି |ସେହିପରି ପୂର୍ବତନ ସରପଞ୍ଚ ତ୍ରିଲୋଚନ ମିଶ୍ର ମଧ୍ୟ ଏତଲା ଦେଇଥିବା ଜଣାପଡିଛି |ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ, ତହସିଲଦାର ମଧୁସୂଦନ ନାୟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ଵାର ଅଂଚଳରେ ରେ ନକଲି ସିମେଣ୍ଟ ଗୋଦାମ ଠାବ ଜଣେ ଗିରଫ...

Tue Jun 8 , 2021
ବାସ୍ତବବ୍ୟୁରୋ:ନି.ପ୍ର(ଚୌଦ୍ଵାର) ଚୌଦ୍ଵାର ଥାନା ଅନ୍ତର୍ଗତ ବଡ଼ ସାମନ୍ତରା ଗ୍ରାମରେ ଏକ ନିଛାଟିଆ ପରିତ୍ୟକ୍ତ ଘରେ ଚାଲୁଥିଲା ନକଲି ସିମେଣ୍ଟ କାରବାର। ଏହାର ମାଷ୍ଟର ମାଇଣ୍ଡ ଥିଲା ସେହି ଗ୍ରାମର ଦିଲ୍ଲୀପ ରାୟ। ନଷ୍ଟ ହୋଇଯାଇଥିବା ତଥା ବିଣ୍ଡା ହୋଇ ଯାଇଥିବା ସିମେଣ୍ଟ ବସ୍ତା କୁ ସଂଗ୍ରହ କରାଯାଇ ଏହିଠାକୁ ଅଣା ଯାଇ ପରେ ଏହା କୁ ଗୁଣ୍ଡ କରାଯାଇ ନୂତନ ଅଲ୍ଟ୍ରା ଟେକ୍ ସିମେଣ୍ଟ ବସ୍ତା ରେ ପ୍ୟାକିଂ କରି […]

You May Like

Pin It on Pinterest