ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ବର: ଜୀବନଜୀବିକା ଉପରେ କରୋନା ମହାମାରୀ ର ପ୍ରଭାବ ସର୍ବାଧିକ । ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।