ଚୌଦ୍ଵାର ଅଂଚଳରେ ରେ ନକଲି ସିମେଣ୍ଟ ଗୋଦାମ ଠାବ ଜଣେ ଗିରଫ…

Photo Bastab media

ବାସ୍ତବବ୍ୟୁରୋ:ନି.ପ୍ର(ଚୌଦ୍ଵାର) ଚୌଦ୍ଵାର ଥାନା ଅନ୍ତର୍ଗତ ବଡ଼ ସାମନ୍ତରା ଗ୍ରାମରେ ଏକ ନିଛାଟିଆ ପରିତ୍ୟକ୍ତ ଘରେ ଚାଲୁଥିଲା ନକଲି ସିମେଣ୍ଟ କାରବାର। ଏହାର ମାଷ୍ଟର ମାଇଣ୍ଡ ଥିଲା ସେହି ଗ୍ରାମର ଦିଲ୍ଲୀପ ରାୟ। ନଷ୍ଟ ହୋଇଯାଇଥିବା ତଥା ବିଣ୍ଡା ହୋଇ ଯାଇଥିବା ସିମେଣ୍ଟ ବସ୍ତା କୁ ସଂଗ୍ରହ କରାଯାଇ ଏହିଠାକୁ ଅଣା ଯାଇ ପରେ ଏହା କୁ ଗୁଣ୍ଡ କରାଯାଇ ନୂତନ ଅଲ୍ଟ୍ରା ଟେକ୍ ସିମେଣ୍ଟ ବସ୍ତା ରେ ପ୍ୟାକିଂ କରି ବଜାରକୁ ଛଡା ଯାଉଥିଲା।

ଏହି କାରବାର ସଂପର୍କ ରେ ଚୌଦ୍ଵାର ପୋଲିସ୍ ଖବର ପାଇ ଚୌଦ୍ଵାର ଥାନା ଅଧିକାରୀ ବିରଞ୍ଚି ନାରାୟଣ ପତି ଉକ୍ତ ସ୍ଥାନରେ ଚଢାଉ କରିଥିଲେ। ପରେ କଟକ ଜୋନ୍ ୱାନ ଏସ ସି ପି ଅମରେନ୍ଦ୍ର ପଣ୍ଡା ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ।ଏହି ଚଢ଼ାଉ ସମୟରେ ଏକ ଶହ ରୁ ଉର୍ଦ୍ଧ୍ବ ପାକିଂ ହୋଇଥିବା ଅଲ୍ଟ୍ରା ଟେକ୍ ସିମେଣ୍ଟ ବସ୍ତା ଜବତ୍ ହୋଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ବିଣ୍ଡା ସିମେଣ୍ଟ ବସ୍ତା ଜବତ କରାଯାଇଛି। କାରବାର ରେ ସଂପୃକ୍ତ ଥିବା ଦିଲୀପ ରାୟ କୁ ଗିରଫ କରିବା ସହ ଘଟଣା ରେ ଅନ୍ୟ ମାନଙ୍କର ସଂପୃକ୍ତି ନେଇ ତଦନ୍ତ ଚଳାଇଛି ଚୌଦ୍ଵାର ପୋଲିସ୍।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଉଠା ଦୋକାନୀଙ୍କ ପାଇଁ ଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କାର ସହାୟତା...

Tue Jun 8 , 2021
ବାସ୍ତବବ୍ୟୁରୋ:ନି.ପ୍ର- ଭୁବନେଶ୍ବର: ଜୀବନଜୀବିକା ଉପରେ କରୋନା ମହାମାରୀ ର ପ୍ରଭାବ ସର୍ବାଧିକ । ସଂକ୍ରମଣ ରୋକିବା ପାଇଁ କରାଯାଇଥିବା ଲକଡାଉନ୍ ଏବଂ ସଟଡାଉନ୍ ଯୋଗୁଁ ସହରାଞ୍ଚଳର ଉଠା ଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ […]

You May Like

Pin It on Pinterest