ଆଜିର ଖାସ୍ ଖବର

୧-ଆଜି ମହାନବମୀ, ପୀଠେ ଦଶହରା ।

୨-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ନେଇ ପାକିସ୍ତାନ ନେଉନାହିଁ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଏଫଏଟିଏଫ।

୩-ପାକ ପକ୍ଷରୁ ଅନୁପ୍ରବେଶ ଉଦ୍ୟମରେ ଥିବା ଆତଙ୍କବାଦୀଙ୍କ ମୁକାବିଲା ପାଇଁ ଏଲଓସିରେ ଓହ୍ଲାଇଲେ ଘାତକ ପାରାଟ୍ରୁପର।

୪-ଚାନ୍ଦବାଲିରେ ଦୂର୍ଗାମେଢ଼ ନିକଟରେ ଗୋଷ୍ଠୀ ସଂଘର୍ଷ, ୫ ଗୁରୁତର।

୫-ସରିଲା ବିଶ୍ଵ କବି ମହାକୁମ୍ଭ,କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ପ୍ରଦାନ କରାଗଲା ଡବ୍ଲୁସିପିର ସର୍ବୋଚ୍ଚ ସମ୍ମାନ ‘ଗୋଲ୍‌ଡେନ୍‌ ଗ୍ୟାବେଲ୍‌’।

୬-ପାରେଳାଖେମୁଣ୍ଡି:୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାବାଳକ ମୃତ, ଅନ୍ୟ ଜଣେ ଗୁରୁତର।

୭-ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଓଡ଼ିଶା ଗସ୍ତ ସାରି ଫେରିଲେ ଉପ ରାଷ୍ଟ୍ରପତି ଭେଙ୍କିୟା ନାଇଡୁ।

୮-ବିଜେପୁର ବାଜି: ବିଭିନ୍ନ ପୂଜା ମଣ୍ଡପ ବୁଲି ଭୋଟର୍‌ଙ୍କୁ ଭେଟୁଛନ୍ତି ତିନି ଦଳର ପ୍ରାର୍ଥୀ।

୯-ଦକ୍ଷିଣ ଆଫ୍ରିକା ବିପକ୍ଷରେ ବଡ଼ ବିଜୟ, ବିଶ୍ଵ ଟେଷ୍ଟ ଚମ୍ପିଆନସିପରେ ଶୀର୍ଷରେ ମଜବୁତ ହେଲା ବିରାଟ ବାହିନୀ।

୧୦-ବିଶ୍ଵ କବି ମହାକୁମ୍ଭର ଉଦଯାପନୀ ସମାରୋହରେ ଓଡ଼ିଆରେ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି, ଓଡ଼ିଶାରେ ଏଭଳି ଆୟୋଜନ ପାଇଁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ପ୍ରଶଂସା।

୧୧-ବିନିକା:ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ।

୧୨-କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସାହୁପଡା ଗାଁର ଦିବ୍ଯାଙ୍ଗ ଗୋଲେଖ ବିହାରୀ ମହାନ୍ତି।ନିଜେ ଅନ୍ଧାରରେ ରହି ପିଲାଙ୍କ ପାଇଁ ସାଜିଛନ୍ତି ଆଲୋକବର୍ତ୍ତିକା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା...

Mon Oct 7 , 2019
ପାଣିପାଗ ବିଶେଷଜ୍ଞ ପ୍ର‌ଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ଓଡ଼ିଶା ଉପରେ ଏକ ଦୂର୍ବଳ ଘୂର୍ଣ୍ଣିବଳୟ ରହିଥିଲା। ୭ ତାରିଖରେ ଏହା ଦକ୍ଷିଣ ଆଡ଼କୁ ଗତି କରି ୮ରେ ଦକ୍ଷିଣ ଭାରତ ଉପରେ ରହିବ। କିନ୍ତୁ ଏହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋ‌ପସାଗରୀୟ ଦକ୍ଷିଣ ପବନ ବୋହିବ। ଫଳରେ ୭ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରର ଉତ୍ତର‌ରେ ଥିବା ଅଞ୍ଚଳ ଯଥା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବଳ୍ପ ବର୍ଷା(୨୦ ମିମି […]

You May Like

Pin It on Pinterest