
ବାସ୍ତବ ବ୍ୟୁରୋ କଟକ:(ଦୀପକ୍ କୁମାର ବେଉରା) ECMO ମେସିନ୍ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ପୁଣି ପିଟିସନ ଦାୟର କଲା ଭାରତୀୟ ବିକାଶ ପରଷଦ । ପୂର୍ବରୁ ମଧ୍ୟ ସେ ଏନେଇ ଏକ ମାମଲା ଦାୟର ହୋଇଥିଲା ।
ଆଜି ଦାୟର ହୋଇଥିବା ଏହି ପିଟିସନରେ ଦର୍ଶାଯାଇଅଛି ଯେ କୋରୋନା ମହାମାରୀ ସଂକ୍ରମଣ ବେଳେ ସମସ୍ତ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ମାସ୍କ ଓ ଅନ୍ୟାନ୍ୟ ସାମଗ୍ରୀ କିଣି ବାଣ୍ଟି ପାରିବେ ବୋଲି ରାଜ୍ୟ ସରକାର ମେ ୧୭ରେ ଘୋଷଣା କରିଥିଲେ । ଯାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଏପରି ନିଷ୍ପତ୍ତି ପ୍ରତ୍ୟାହାର କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି ।
ବିଧାୟକମାନଙ୍କୁ ଘୋଷଣା ଆଧାରରେ ପ୍ରଦାନ କରାଯିବାକୁ ଥିବା ପ୍ରାୟ ସାଢେ ୭୩ କୋଟି ଟଙ୍କାକୁ ରାଜ୍ୟର ବିଭିନ୍ନ ହସ୍ପିଟାଲ ପାଇଁ ECMO ମେସିନ୍ କ୍ରୟ କ୍ଷେତ୍ରରେ ବ୍ୟୟ କରାଯାଉ । ସମସ୍ତ ବଡ ମେଡିକାଲ ସହିତ ଜିଲ୍ଲା ମେଡିକାଲରେ ECMO ମେସିନ୍ ବ୍ୟବସ୍ଥା କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି ।



