ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା…

ପାଣିପାଗ ବିଶେଷଜ୍ଞ ପ୍ର‌ଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ, ଆଜି ଓଡ଼ିଶା ଉପରେ ଏକ ଦୂର୍ବଳ ଘୂର୍ଣ୍ଣିବଳୟ ରହିଥିଲା। ୭ ତାରିଖରେ ଏହା ଦକ୍ଷିଣ ଆଡ଼କୁ ଗତି କରି ୮ରେ ଦକ୍ଷିଣ ଭାରତ ଉପରେ ରହିବ। କିନ୍ତୁ ଏହାର ପ୍ରଭାବରେ ରାଜ୍ୟକୁ ବଙ୍ଗୋ‌ପସାଗରୀୟ ଦକ୍ଷିଣ ପବନ ବୋହିବ। ଫଳରେ ୭ ତାରିଖରେ ପଶ୍ଚିମ ଓଡ଼ିଶାର ସମ୍ବଲପୁରର ଉତ୍ତର‌ରେ ଥିବା ଅଞ୍ଚଳ ଯଥା ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ସ୍ବଳ୍ପ ବର୍ଷା(୨୦ ମିମି ତଳକୁ) ହେବ। ମୟୂରଭଞ୍ଜ ଓ ବାଲେଶ୍ବରରେ ମଧ୍ୟମଧରଣର ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା(୩୫ ମିମିରୁ ଅଧିକ) ‌ହେବ। ସମ୍ବଲପୁରର ଦକ୍ଷିଣରେ ଥିବା ଅଞ୍ଚଳ ଯଥା ଅବିଭକ୍ତ କୋରାପୁଟ, ଆଭ୍ୟନ୍ତରୀଣ ଗଞ୍ଜାମ ଓ ଗଜପତି, କନ୍ଧମାଳ ଜିଲ୍ଲାରେ ହାଲକା ବର୍ଷା ଓ ସ୍ଥାନେ ସ୍ଥାନେ ସ୍ବଳ୍ପ ବର୍ଷା ହୋଇପାରେ। ଗୋପାଳପୁରରୁ ଚାନ୍ଦବାଲି ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପ ବର୍ଷା ହେବ।

୮ ତାରିଖ ତଥା ଦଶହରା ଦିନ ପୁରୀ, ଖୋର୍ଧା, କଟକ, ଜଗତ୍‌ସିଂହପୁର, ‌ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ବର୍ଷା ସମ୍ଭାବନା କମ୍‌ ରହିଛି। ଉକ୍ତ ଦିନ ୨ଟା ପୂର୍ବରୁ ହାଲକା ଅସରାଏ ବର୍ଷା ହୋଇପାରେ। ତେଣୁ ପୁରୀ, ଭୁବନେଶ୍ବର, କଟକ, ପାରାଦୀପ, ଢେଙ୍କାନାଳ ଓ ଅନୁଗୁଳରେ ପାଗ ଆଂଶିକ ମେଘୁଆ ଓ ଘଡ଼ଘଡ଼ି ସହ ବର୍ଷା ହେବ। ପାଗ ଶୁଖିଲା ରହିବ। କିନ୍ତୁ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ପାଗ ଆଂଶିକ ମେଘୁଆ ଓ ଘଡ଼ଘଡ଼ି ସହ ଦୁଇ ଅସରା ବର୍ଷା ହୋଇପାରେ। ଅବିଭକ୍ତ ଗଞ୍ଜାମ, କୋରାପୁଟ ସମେତ ଅନ୍ୟାନ୍ୟ ଜିଲ୍ଲାରେ ସ୍ବଳ୍ପ ବର୍ଷା ଓ ଅଳ୍ପ କେ‌ତେକ ସ୍ଥାନରେ ୨୦ରୁ ୨୫ ମିମି ବର୍ଷା ହେବାର ସମ୍ଭାବନା ରହିଛି। ୯ ତାରିଖରେ ଉତ୍ତର ଓ ପଶ୍ଚିମ ସୀମାନ୍ତବର୍ତୀ ଅଞ୍ଚଳ, ଅବିଭକ୍ତ କୋରାପୁଟରେ ସ୍ବଳ୍ପ ଓ ଅଳ୍ପ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହେବ। ସୁନ୍ଦରଗଡ଼ରେ ଅପେକ୍ଷାକୃତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଏ ।

କୁହାଯାଏ ଯେ, ଘୂର୍ଣ୍ଣିବଳୟ ପ୍ରଭାବରେ ୭ ତାରିଖ ସକାଳ ପର୍ଯ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, କଳାହାଣ୍ଡି, ଖୋର୍ଧା, କଟକ, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ୭ ଓ ୮ ତାରିଖରେ ଦକ୍ଷିଣ ଓ ଉତ୍ତର-ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୧୨ ଘଣ୍ଟା ମଧ୍ୟରେ ଅନୁଗୁଳରେ ସର୍ବାଧିକ ୩୧.୬ ମିମି ବର୍ଷା ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୦, କଟକରେ ୪.୬, କେନ୍ଦୁଝରରେ ୪, ଭୁବନେଶ୍ବରରେ ୧.୮, ଝାରସୁଗୁଡ଼ାରେ ୧ ମିମି ବର୍ଷା ହୋଇଛି। ଏହାବ୍ୟତୀତ ବାଲେଶ୍ବର, ଚାନ୍ଦବାଲି, ହୀରାକୁଦ ଆଦି ସ୍ଥାନରେ ହାଲକା ବର୍ଷା ହୋଇଥିବା ଜଣାପଡ଼ିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଘୋଷଣା ହେଲା ଏ ବର୍ଷର ନୋବେଲ ବିଜେତାଙ୍କ ନାମ

Mon Oct 7 , 2019
ବାସ୍ତବ ବ୍ୟୁରୋ- ଚଳିତ ବର୍ଷ ମେଡ଼ିସିନ୍‌ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ୩ ଜଣ ବୈଜ୍ଞାନିକ ମିଳିତ ଭାବେ ଏହି ପୁରସ୍କାର ପାଇବେ। ସେମାନେ ହେଉଛନ୍ତି ଓ୍ବିଲୟମ୍‌ ଜି. କାଇଲିନ୍‌, ସାର୍‌ ପିଟର ଜେ. ରାଟ୍‌କି୍ଲଫ ଏବଂ ଗ୍ରେଗ୍‌ ଏଲ୍‌. ସିମେଞ୍ଜା। ସେଲ୍‌ ଦ୍ୱାରା ଅମ୍ଳଜାନ କିଭଳି ଗ୍ରହଣ କରାଯାଇଥାଏ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ଲାଗି ସେମାନଙ୍କୁ ସୁଇଡିସ୍‌ ଏକାଡେମୀ ଦ୍ୱାରା ନୋବେଲ ସମ୍ମାନରେ ସମ୍ମାନୀତ କରାଯିବ। ସେୟାର […]

You May Like

Pin It on Pinterest