ପୋଖରୀ ରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ

ବାସ୍ତବବ୍ୟୁରୋ:(ବାସୁଦେବପୁର) ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଉଭୟ ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ।

ଆଜି ମଧ୍ୟାନ ସମୟରେ ଏହି ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ବର୍ଷିଆ ଝିଅ ଲକ୍ଷ୍ମୀପ୍ରିୟା ଘଡେଇ ଏବଂ ସମ୍ପର୍କୀୟ ଭାଉଣୀ ଚାନ୍ଦବାଲି ଥାନା ଘଣ୍ଟେଶ୍ୱର ଅଞ୍ଚଳର ଧନେଶ୍ୱର ବାରିକ ଙ୍କ ୯ ବର୍ଷିଆ ଝିଅ ବବଲୀ ବାରିକ ଘରପାଖରେ ଥିବା ଏକ ପୋଖରୀକୁ ଗାଧୋଇ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ ବୋଲି ସୂଚନା ମିଳିଛି। ତେବେ ମୃତା ବବଲୀ ନିଜ ମାମୁଁଘର ବ୍ରଜାନାନ୍ଦପୁର ଗ୍ରାମର ସଦାନଦ ଘଡେଇ ଙ୍କ ଘରକୁ ବୁଲି ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନାର ପ୍ରଥମ ଲହରରେ ମାଆ' ଚାଲିଗଲେ ଦ୍ବିତୀୟ ଲହରରେ ବାପା,ବେସାହାରା ଛୁଆ ତିନୋଟିକୁ ସାହାରା ଦେବ କିଏ ?

Thu Jun 10 , 2021
ବାସ୍ତବବ୍ୟୁରୋ:(ଭଦ୍ରକ)ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ପଞ୍ଚାୟତ ନନ୍ଦପୁର ଗ୍ରମର ୧୦ ନଂ ୱାଡ ଅଟୋବାଲା ଭାବେ ପରିଚିତ ଥିବା ସୁକଦେବ ନାଥଙ୍କ ପୁଅ ମନୋଜ କୁମାର ନାଥଙ୍କର ୪୦ ବର୍ଷ ବୟସରେ କରୋନାରେ ମୃତ୍ୟୁ ହୋଇଛି |ଏହି ଖବରକୁ ଅଞ୍ଚଳବାସି ବିଶ୍ଵାସ କରିପାରୁ ନାହାନ୍ତି ଗତ ସପ୍ତାହରେ ଥଣ୍ଡା ଜ୍ବର ହେବାରୁ ସେ ଡାକ୍ତରୀ ଚିକିତ୍ସା କରାଇଥିଲେ ପରେ କୋଭିଡ ପରୀକ୍ଷା କରାଯିବାରୁ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା ତାଙ୍କୁ […]

You May Like

Pin It on Pinterest