ମଦ ଦୋକାନରେ ଭିଡ଼ ଦୋକାନ ସିଲ କଲେ SDPO…

ବାସ୍ତବବ୍ୟୁରୋ:(ଭଦ୍ରକ) ସରକାର ଅନଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇଥିବା ବେଳେ ମଦ ଦୋକାନୀ ମାନେ ଶୁଣୁ ନାହାନ୍ତି | ଫଳରେ ଖୁଲମ୍ ଖୁଲା ଦିନରେ ମଦ ଦୋକାନ ଖୋଲିବା ସହ ଗହଳି କରୁଛନ୍ତି। ସେପଟେ କିଛି ମଦ ମାଫିଆ ମାନେ ପୋଲିସକୁ ଚେଲେଞ୍ଜ କରି ଖୋଲମ ଖୋଲା ବିକ୍ରି କରୁଛନ୍ତି ମଦ।ଏପଟେ ଲକଡାଉନ ସେପଟେ ସମସ୍ତଙ୍କ ଆଗରେ ଖୋଲାଖୋଲି ଭାବରେ ବିକ୍ରି ହେଉଥିଲା ମଦ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଚରମ୍ପା ରିଜର୍ଭ ପୋଲିସ ଅଫିସ ସାମ୍ନାରେ ଯାହା ଶୁଣିଲେ ଆପଣ ଆଶ୍ଚୟ୍ଯ ହୋଇଯିବେ। ସରକାରଙ୍କ ଘୋଷଣା ଅନୁଯାଇ ଦିନ ୭ ଟାରୁ ୧୧ଟା ପ୍ରର୍ଯ୍ୟନ୍ତ ଖୋଲା ହେବ ସବୁ ଦୋକାନ,ହେଲେ ଲକଡାଉନ ସମୟ ପରେ ଟାଉନ ଥାନା ନିକଟ ରିଜର୍ଭ ପୋଲିସ ଅଫିସ ସାମ୍ନାରେ ଏକ ମଦ ଦୋକାନରେ ଭିଡ଼ ଦେଖିବା ପରେ ଭଦ୍ରକ ଏସଡ଼ିପିଓ ହଟାତ ଚଢ଼ାଉ କରିବା ସହ ଦୋକାନକୁ କରିଛନ୍ତି ସିଲ କରିଥିଲେ ।

ଏପଟେ ପୋଲିସର ଚଢ଼ାଉ ଦେଖି ମଦ କିଣିବାକୁ ଆସିଥିବା ଲୋକେ ଘଟଣା ସ୍ଥଳରୁ ଦୌଡ଼ି ପଳାଇ ଥିବାର ଦେଖିବାକୁ ମିଳିଛି | ଏମାନେ ଲକଡାଉନ ଏବଂ କୋଭିଡର ନିୟମକୁ ଉଲଙ୍ଘନ କରୁଛନ୍ତି ସେଥିପାଇଁ ଭଦ୍ରକ ପୋଲିସ ପୁରା କଡାକଡ଼ି ଭାବରେ ଚେକିଙ୍ଗ କରିବା ସହ ଫାଇନ ଏବଂ ସିଲ୍‌ କରୁଛି ଦୋକାନ । ଆଜି ବି କିଛି ଅମାନିଆ ଏ ପ୍ରର୍ଯ୍ୟନ୍ତ ନିୟମକୁ ଉଲଘନ କରୁଛନ୍ତି ଏବଂ କଠୋର ଦଣ୍ଡ ମଧ୍ୟ ପାଉଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପୋଖରୀ ରେ ବୁଡ଼ି ଦୁଇ ନାବାଳିକା ଭଉଣୀ ମୃତ

Wed Jun 9 , 2021
ବାସ୍ତବବ୍ୟୁରୋ:(ବାସୁଦେବପୁର) ବାସୁଦେବପୁର ବ୍ଲକ ନାୟକାଣିଡିହ ଥାନା ଗୋବିନ୍ଦପୁର ପଞ୍ଚାୟତ ବ୍ରଜାନନ୍ଦପୁର ଗ୍ରାମରେ ଅଘଟଣ। ପୋଖରୀରେ ବୁଡିଯାଇ ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି। ଖବର ଅନୁଯାୟୀ କୌଣସି କାରଣରୁ ଘର ନିକଟରେ ଥିବା ଏକ ପୋଖରୀରେ ଦୁଇ ଭଉଣୀ ପଡି ଯାଇଥିଲେ। ଏହା ଦେଖି ସ୍ଥାନୀୟ ଲୋକେ ଉଭୟ ଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରିଥିଲେ। ହେଲେ ସେଠାରେ ଡ଼ାକ୍ତର ଉଭୟ […]

You May Like

Pin It on Pinterest