
ବାସ୍ତବବ୍ୟୁରୋ:(ପୋଲଶରା) ଗଞ୍ଜାମଜିଲ୍ଲାର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜିରାବାଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଯାଇଛି ା ନିଜ ପୁଅ ହିଁ ନିଜ ବାପା ଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି ା ମୂତକ ଜଣକ ହେଲେ କୃଷ୍ଣ ସାହୁ | ସୂଚନା ଅନୁଯାଇ ଘରୋଈ କଳି କୁ କେନ୍ଦ୍ରକରି ଏହି ହତ୍ୟା କାଣ୍ତ ଘଟିଥିବା କୁହାଯାଉଛି ା ଅଭିଯୁକ୍ତ ସାନପୁଅ କୁ ଜଗନ୍ନାଥ ପ୍ରସାଦ ଥାନାରେ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି |

ମୂତକ ଙ୍କ ବଡ ପୁଅ ଏନେଇ ଥାନାରେ ଲିଖିତ ଏତଲା ଦାୟର କରିଥିବା ନେଇ ଭଞ୍ଜନଗର ଏସ ଡିପି ଓ ଶୁଭ୍ରାସୁଂ ସେଖର ମିଶ୍ର ସୂଚନା ଦେଇଛନ୍ତି ା ନିଜ ବାପା ଙ୍କୁ ହତ୍ୟା କରି ମୂତଦେହ କୁ ଘରର ପଛପଟ କୂଅ ଭିତରେ ପକାଇ ଦେଇଥିଲା ପୁଅ ା ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନି ଓ ଜଗନ୍ନାଥ ପ୍ରସାଦ ଥାନା ପୋଲିସ୍ ଙ୍କ ଦ୍ୱାରା କୁଅ ଭିତରୁ ମୂତ ଦେହ ଉଧ୍ୟାର କରାଯାଇଛି | ହତ୍ୟାକାରି ପୁଅ ଜଣକ ନାବାଳକ ହୋଈଥିବାରୁ ପୋଲିସ୍ ଏହାର ତଦନ୍ତ ଜାରିରଖିଛନ୍ତି | (ଗଞ୍ଜାମ ପୋଲଶରା ରୁ ଅଭିମନୁ ମିଶ୍ର ଙ୍କ ରିପୋଟ୍)