ଆଜି ଘୋଷଣା ହେଲା ୨୪ ନିର୍ବାଚନର ତାରିଖ…

ଆଦିତ୍ଯ ବେହେରା(ଭୁବନେଶ୍ବର): ଆଜି ଘୋଷଣା ହେଲା ୨୪ ନିର୍ବାଚନର ତାରିଖ। ଭାରତର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଥିରେ ଲୋକସଭା ଏବଂ ୪ଟି ରାଜ୍ୟର ବିଧାନସଭା ତାରିଖ ମଧ୍ୟ ଘୋଷଣା କରାଯାଇଛି।

ସେହି ଅନୁସାରେ ଓଡିଶାରେ ୪ଟି ପର୍ଯ୍ୟାୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ହେବ। ମେ୧୩ ତାରିଖରୁ ଆରମ୍ଭ ହେବ ନିର୍ବାଚନ । ଓଡିଶାରେ ଲୋକସଭା ଓ ବିଧାନସଭା ପାଇଁ ସ୍ଥିର କରାଯାଇଥିବା ତାରିଖ ଗୁଡିକ ହେଲା – ମେ ୧୩ ତାରିଖରେ,କଳାହାଣ୍ଡି,ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ, ମେ ୨୦ ତାରିଖରେ ,ବରଗଡ,ସୁନ୍ଦରଗଡ,ବଲାଙ୍ଗୀର,କନ୍ଧମାଳ ଓ ଆସିକା,ମେ ୨୫ ତାରିଖ,ସମ୍ବଲପୁର,କେନ୍ଦୁଝର, ଢେଙ୍କାନାଳ, କଟକ ପୁରୀ ଓ ଭୁବନେଶ୍ଵର ଏବଂ ଶେଷ ପର୍ଯ୍ଯାୟ ଜୁନ ୧ ତାରିଖରେ,ମୟୁରଭଞ୍ଜ,ବାଲେଶ୍ବର, ଭଦ୍ରକ, ଜାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ନିର୍ବାଚନ କରାଯାଇ ଜୁନ୍ ୪ ତାରିଖ ରେ ଭୋଟ ଗଣତି କରାଯିବ ।

ସେୟାର କରନ୍ତୁ

Next Post

ଓଡ଼ିଶାର ଭବିଷ୍ୟତ ପାଇଁ ଆଗାମୀ ୧୦ବର୍ଷ ନିର୍ଣ୍ଣାୟକ ହେବ: ନବୀନ ପଟ୍ଟନାୟକ

Sun Mar 17 , 2024
ଆଦିତ୍ଯ ବେହେରା(ଭୁବନେଶ୍ୱର): ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି,ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ […]

You May Like

Pin It on Pinterest