ବିଜେଡିର ନୂଆ ସଂଗଠନ ଗଠନ……..

ବାସ୍ତବ ବ୍ୟୁରୋ: ବିଜୁ ଜନତା ଦଳ(ବିଜେଡି)ର ନୂଆ ସାଂଗଠନିକ ଟିମ୍ ଗଠନ ହୋଇଛି। ଦଳ ସୋମବାର ପଦପଦବୀ ତାଲିକା ଘୋଷଣା କରିଛି। ଦଳରେ ୬ଟି ସାଂଗଠନିକ ଜିଲ୍ଲାର ସଭାପତି, ୧୫ ଉପସଭାପତି, ୨୦ ବରିଷ୍ଠ ସାଧାରଣ ସଂପାଦକ ଓ ୩୫ ସାଧାରଣ ସଂପାଦକ ନିଯୁକ୍ତ କରାଯାଇଛି। ସୁବାସ ସିଂଙ୍କୁ କୋଷାଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ଏସବୁ ପଦରେ ନେତାମାନଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତ କରିଛନ୍ତି। ପ୍ରଥମ ଥର ବିଜେଡିରେ ସଂଗଠନ ସାଂପାଦକ ପଦବୀ କଟାଯାଇଛି।

ଭୁବନେଶ୍ବର ବିଜେଡିର ନୂଆ ସଭାପତି ହେଲେ ଅଶୋକ ଚନ୍ଦ୍ର ପଣ୍ଡା। ସେହିପରି ଆଶିଷ ଚକ୍ରବର୍ତ୍ତୀ କେନ୍ଦୁଝର, ସରୋଜ ମେହେର ବଲାଙ୍ଗୀର, ରୋହିତ ପୂଜାରୀ ସମ୍ବଲପୁର ଓ ଦେବାଶିଷ ମାରାଣ୍ଡି ମୟୂରଭଞ୍ଜ-୨ ସାଂଗଠନିକ ଜିଲ୍ଲାର ସଭାପତି ହୋଇଛନ୍ତି।

ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି(ମୁଖ୍ୟାଳୟ) ନିଯୁକ୍ତ କରାଯାଇଛି। ବରିଷ୍ଠ ଉପସଭାପତି ଭାବେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ, ଚନ୍ଦ୍ରଶେଖର ସାହୁଙ୍କୁ ଦାୟିତ୍ଵ ମିଳିଛି। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ଵ ଦିଆଯାଇଛି। ଉପସଭାପତି ତାଲିକାରେ ଅତନୁ ସବ୍ୟସାଚୀ, ରାଜେନ୍ଦ୍ର ଢୋଲକିଆ, ସଞ୍ଜୟ ଦାସବର୍ମା, ରବି ନାରାୟଣ ନନ୍ଦ, ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଓ ସାରଦା ନାୟକଙ୍କ ନାଁ ସାମିଲ। 

୨୦ ବରିଷ୍ଠ ସାଧାରଣ ସଂପାଦକ ଭାବେ କଳିକେଶ ନାରାୟଣ ସିଂ ଦେଓ, ପ୍ରୀତିରଞ୍ଜନ ଘଡ଼େଇ, ଟୁକୁନୀ ସାହୁ, ଦିବ୍ୟଶଙ୍କର ମିଶ୍ର, ଭୃଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ, ବ୍ୟୋମକେଶ ରାୟ, ମାନସ ମଙ୍ଗରାଜ, ରାଜଶ୍ରୀ ମଲ୍ଲିକଙ୍କୁ ସ୍ଥାନ ମିଳିଛି। ୩୫ ସାଧାରଣ ସଂପାଦକ ତାଲିକାରେ ତୁଷାରକାନ୍ତି ବେହେରା, ସୌଭିକ ବିଶ୍ଵାଳ, ସାରଦା ଜେନା, ଶ୍ରୀମୟୀ ମିଶ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ,ଦୀପାଳି ଦାସ, ମନ୍ମଥ ରାଉତରାୟ ଆଦିଙ୍କୁ ସ୍ଥାନ ମିଳିଛି। 

କିନ୍ତୁ ରାଜ୍ୟ କାର୍ଯ୍ୟକାରିଣୀର ସଦସ୍ୟ କିଏ, ତାହା ଜଣାପଡ଼ିଲାନି। ସଭାପତିଙ୍କ ଉପରେ ଅନ୍ୟ କର୍ମକର୍ତ୍ତାଙ୍କ ଚୟନ ଛାଡ଼ିଦିଆଯାଇଛି। ତେଣେ କେତେକ ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିନଥିଲା ବିଜେଡି। ଦଳ ଭିତରେ ଏହାକୁ ନେଇ ଚାପା ଅସନ୍ତୋଷ ସୃଷ୍ଟି ହୋଇଛି।

ସେୟାର କରନ୍ତୁ

Next Post

ଶବ୍ଦ ନୃତ୍ୟର ଶାସ୍ତ୍ରୀୟତା ଉପରେ ଆଲୋଚନା ଚକ୍ର...

Mon May 5 , 2025
ବରଗଡ଼:-୦୫.୦୫.୨୦୨୫(ନବୀନ କୁମାର ଦାଶ)ଶବ୍ଦ ନୃତ୍ୟ ବହୁ ପ୍ରାଚୀନ ନୃତ୍ୟ ଓ ଏହାର ଶାସ୍ତ୍ରୀୟ ପ୍ରମାଣ ମଧ୍ୟ ରହି ଥିବାରୁ ଏହାକୁ ଶାସ୍ତ୍ରୀୟ ନୃତ୍ୟ ର ମାନ୍ୟତା ପାଇଁ ଏକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବକ୍ତା ମତ ପ୍ରକାଶ କରି ଥିଲେ।ବରପାଲି ନିକଟସ୍ଥ କନବାର ଗ୍ରାମରେ ବ୍ରଜେଶ୍ୱରୀ ନୃତ୍ୟ କଳା ସଂଘ, ଶବ୍ଦ ନୃତ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଶବ୍ଦ ନୃତ୍ୟ କୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଏକ ଆଲୋଚନା […]

You May Like

Pin It on Pinterest