ସରକାର ଓ ସଂଗଠନର ମିଳିତ ପ୍ରୟାସରେ କୃଷି କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ହେବ: ମନମୋହନ ସାମଲ…

 ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱଳ୍ପ ସମୟ ମଧ୍ୟରେ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ
 କୃଷି କ୍ଷେତ୍ରରେ ଓଡ଼ିଶା ଏବେ ରପ୍ତାନୀ ରାଜ୍ୟ ଭାବେ ପରିଣତ ହୋଇଛି :କନକବର୍ଦ୍ଧନ ସିଂଦେଓ
 କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଂଚାଇବାକୁ ଆହ୍ୱାନ

ବାସ୍ତବବ୍ୟୁର(ଭୁବନେଶ୍ୱର)ତା.୫/୫: ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ କରିଥିବା କୃଷକ କଲ୍ୟାଣକାରୀ ଯୋଜନା ଏକ ଐତିହାସିକ ପଦକ୍ଷେପ। ଧାନ କୁଇଂଟାଲ ପିଛା ୩୧୦୦ ଟଙ୍କା ଦେବା, ୫୮ ସବ୍‌ଡିଭିଜନରେ ଶୀତଳ ଭଣ୍ଡାର କରିବା, ୧୫ ଲକ୍ଷ ହେକ୍ଟର ଜମିକୁ ଜଳ ସେଚିତ କରିବା ନିଷ୍ପତି, ସିଏମ୍ କିଶାନ ଯୋଜନା ଇତ୍ୟାଦି କୃଷକ କଲ୍ୟାଣକାରୀ ଯୋଜନା ଓଡ଼ିଶାର ଚାଷୀମାନଙ୍କ ଆୟକୁ ଦୁଗୁଣିତ କରିବା ସହ ରାଜ୍ୟକୁ ଖାଦ୍ୟଶସ୍ୟରେ ଆତ୍ମନିର୍ଭରଶୀଳ କରିବ ବୋଲି ଭୁବନେଶ୍ୱର ମାଷ୍ଟରକ୍ୟାଂଟିନ୍‌ଠାରେ କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ରାଜ୍ୟ ସଭପତି ଶ୍ରୀ ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ବିଜେପି ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧିି କରିବା ସହ କୃଷି ଭିତିଭୂମିର ବିକାଶ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସରକାରଙ୍କ ଏସବୁ କୃଷି କଲ୍ୟାଣକାରୀ ଯୋଜନାଗୁଡ଼ିକୁ ରାଜ୍ୟର ସବୁ ଲୋକଙ୍କ ପାଖରେ ପହଂଚାଇବାକୁ ସେ କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସରକାର ଓ ସଂଗଠନର ମିଳିତ ପ୍ରୟାସରେ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିହେବ ବୋଲି ଶ୍ରୀ ସାମଲ କହିଛନ୍ତି।
ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ କହିଛନ୍ତି ଯେ, କୃଷକଙ୍କୁ ନୂଆ ବୈଷୟିକ ଜ୍ଞାନ ଓ କୌଶଳ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। କେବଳ ଧାନ ନୁହେଁ ଅନ୍ୟାନ୍ୟ ଚାଷ କ୍ଷେତ୍ରରେ ରାଜ୍ୟ ଏବେ ରପ୍ତାନୀ ରାଜ୍ୟ ଭାବେ ପରିଣତ ହୋଇଛି। ଢେଙ୍କାନାଳରୁ ଆମ୍ବ, ବଲାଙ୍ଗୀରରୁ ଷ୍ଟ୍ରବେରୀ ଏବଂ ଜୈବିକ ଫଳ ରପ୍ତାନି କରାଯାଉଛି। ୫୮ଟି ଉପଖଣ୍ଡରେ ଏଲ୍‌ଇଡି ମାଧ୍ୟମରେ ଚାଷୀଙ୍କୁ କୃଷକ କଲ୍ୟାଣ ଯୋଜନା ବିଷୟରେ ଅବଗତ କରାଯାଉଛି। ସରକାର ସବୁଜ ବିପ୍ଳବ ଉପରେ ଗୁରୁତ୍ୱ ଦେଉଛନ୍ତି। ଯାହା ଚାଷୀଙ୍କୁ ଆଗାମୀ ଦିନରେ ତିନିଗୁଣ ଲାଭ ଦେବ ବୋଲି ଶ୍ରୀ ସିଂଦେଓ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ମନ୍ତ୍ରୀ ସୁରେଶ ପୂଜାରୀ ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରି ଚାଷୀଙ୍କୁ ଆର୍ôଥକ ସହାୟତା ପ୍ରଦାନ କରିବା ଉପରେ ଗୁରତ୍ୱାରୋପ କରିଥିଲେ।
କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି ଯେ, ରାଜ୍ୟର ୨୦ଟି ଜିଲ୍ଲାରେ ୧୭ ଲକ୍ଷ ମେଟ୍ରିକ ଟନ୍ ରବି ଧାନ କିଣାଯିବ। ଏହି ଧାନ କିଣା କାରବାରବେଳେ ସମସ୍ତ ଧାନମଣ୍ଡିରେ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରହରୀ ଭଳି କାମ କରିବେ। ଯେଉଁ ପ୍ରଶାସନିକ ଅଧିକାରୀ ଓ ମିଲର ବାଧା ସୃଷ୍ଟି କଲେ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର ନିଷ୍ପତି ନେଇଛନ୍ତି ବୋଲି ଶ୍ରୀ ସାହୁ କହିଛନ୍ତି।
ବୈଠକରେ ସଙ୍ଗଠନ ମହାମନ୍ତ୍ରୀ ମାନସ ମହାନ୍ତି, ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚା ପ୍ରଭାରୀ ଗୋଲକ ମହାପାତ୍ରଙ୍କ ସମେତ ଶିବାଜୀ ମହାନ୍ତି, ହଳପାଣି ମାଝୀ, ପୁଲିନ ପୁହାଣ, ଉପେନ୍ଦ୍ର ଭଞ୍ଜ, ମନୋଜ ସାହୁ, ପ୍ରଶାନ୍ତ ସ୍ୱାଇଁ, ବିକ୍ରମ କେଶରୀ ରାଉତରାୟ, ବିଶ୍ୱଜିତ୍ ସ୍ୱାଇଁ, ଜଗନ୍ନାଥ ମହାପାତ୍ର, କେଶରୀ ଦୁର୍ଗା, ସୁମନ୍ତ ମହାରଣା, ଲକ୍ଷ୍ମଣ ତ୍ରିପାଠୀ, ଗୋବିନ୍ଦ ପ୍ରଧାନ, ସନ୍ତୋଷ ସ୍ୱାଇଁ, ପ୍ରଭାକର ସ୍ୱାଇଁ, ଶ୍ରୀନିବାସ ପ୍ରଧାନ, ଅଜୟ ପ୍ରଧାନ ଏବଂ ସମସ୍ତ ଜିିଲାର ଧାନ ସଂଗ୍ରହ କମିଟି ଚାଷୀ ପ୍ରତିନିଧମାନେ ଉପସ୍ଥିତ ଥିଲେ ।

ସେୟାର କରନ୍ତୁ

Next Post

ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ଦ୍ୱାରସ୍ତ ହେଲା ଆମ୍ ଆଦମୀ ପାର୍ଟି...

Mon May 5 , 2025
ବରଗଡ଼୦୫/୦୫/୨୦୨୫(ନବୀନ କୁମାର ଦାଶ):ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ର କେନ୍ଦ୍ରର ଥିଲା ବରଗଡ଼ ସଦର।ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ପହଂଚି ଥିଲା ଆମ୍ ଆଦମୀ ପାର୍ଟି। ଗତ ଶନିବାର ଦିନ ବରଗଡ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଓ କୁଆ ପଥର ମାଡ଼ ରେ ଜିଲ୍ଲାର ସମସ୍ତ ବ୍ଲକ ରେ ଧାନ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଥିବା ଜଣାପଡିଛି ତେଣୁ ସମସ୍ତ କ୍ଷୟ କ୍ଷତି କୁ ଆକଳନ କରି […]

You May Like

Pin It on Pinterest