ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୪/୦୧/୨୦୨୨।ଆଜି ପବିତ୍ର ମକରସଂକ୍ରାନ୍ତି। ଏହି ଅବସରରେ ଆରଡିପୀଠରେ ବାବା ଆଖଣ୍ଡଳମଣିଙ୍କୁ ଲାଗି ହୋଇଛି ନୂଆ ମକରଚାଉଳ ଓ ପୋଡପିଠା। ଏଥିପାଇଁ ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବା ପରେ ନବବସ୍ତ୍ର, ଫୁଲବେଲ୍ବପତ୍ର, ଚନ୍ଦନ ଲାଗି କରାଯାଇ ଦିଗମ୍ବର ବେଶରେ ସଜ୍ଜିତ କରାଯାଇଥିଲା ବାବାଙ୍କୁ। ପରେ ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ନୂଆ ମକରଚାଉଳ ଓ ପୋଡ଼ପିଠା ଲାଗି କରାଯାଇଥିଲା। […]

:_ ଜଳପଥ ଓ ସ୍ଥଳପଥର ସୁରକ୍ଷା ପାଇଁ କଲେ ସମୀକ୍ଷା:_ କାଉଡିଆଙ୍କ ଶୃଙ୍ଖଳିତ ଜଳଲାଗି ପାଇଁ ମନ୍ଦିର ଭିତରେ କଲେ କ୍ଷେତ୍ର ପରିଦର୍ଶନ। ଦେବକାନ୍ତ ମହାନ୍ତି (ଚାନ୍ଦବାଲି):ଆଖଣ୍ଡଳମଣିଙ୍କ ଚଳିତ ଶ୍ରାବଣୀଯାତ୍ରା ପାଇଁ ପୀଠରେ ସମୀକ୍ଷା କଲେ ବାଲେଶ୍ବର ଆଇଜି ହିମାଂଶୁ ଲାଲ ଓ ଭଦ୍ରକ ଏସପି ଚରଣ ସିଂ ମୀନା। ପବିତ୍ର ଶ୍ରାବଣୀଯାତ୍ରାରେ ବାବାମଣିଙ୍କୁ ଜଳଲାଗି କରିବା ପାଇଁ ପୀଠକୁ ଆସିବାକୁ ଥିବା ହଜାରହଜାର କାଉଡିଆଭକ୍ତଙ୍କ ସୁରକ୍ଷା ନିମନ୍ତେ ଜଳପଥ […]

ଦେଵକାନ୍ତ ମହାନ୍ତି(ଚାନ୍ଦବାଲି) ୧୭।୦୫ :ପବିତ୍ର ଚନ୍ଦନପୂର୍ଣ୍ଣିମା ଅବସରରେ ଉତ୍ସବ ମୁଖର ଆରଡ଼ି ମାଟି ।୨ବର୍ଷର ବ୍ୟବଧାନ ପରେ ଭକ୍ତଙ୍କ ଗହଣରେ ଏବର୍ଷ ଆଖଣ୍ଡଳମଣିଙ୍କ ବିବାହ ପାଇଁ ଉଠିଲା ଲଗ୍ନ ଥାଳ। ଚଳିତ ବର୍ଷ ଆସନ୍ତା ଜୁନ ୪ ତାରିଖରେ ମହା ଆଡମ୍ବରବାବା ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ ପାଳିତ ହେବ। ଏଥିପାଇଁ ପରମ୍ପରା ଅନୁଯାୟୀ ଲଗ୍ନ ଚିଟାଉ ଥାଳ ଉଠା ନୀତି ଅନୁଷ୍ଠିତ ହୋଇଛି। ଚଳିତବର୍ଷ ଶିବପାର୍ବତୀଙ୍କ ବିବାହ ନିମନ୍ତେ ଦୁଷ୍ମନ୍ତ […]

Pin It on Pinterest