ସଂଜୟ ଶତପଥୀ(କଟକ): ଆଗାମୀ ନିର୍ବାଚନ ରେ ଚୌଦ୍ବାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳର ପ୍ରାର୍ଥୀଭାବେ ବିଧାୟକ ଶ୍ରୀ ସୈାଭିକ୍ ବିଶ୍ୱାଳଙ୍କ ନାଁ ଘୋଷଣା ପରେ ଆଶାୟୀ ପ୍ରାର୍ଥୀଙ୍କ ନୈରାଶ୍ୟତା, ଏକ ବିଦ୍ରୋହାତ୍ମକ ରୂପ ନେଇଛି। ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ବାଳ ଙ୍କ ଏକ କଣ୍ଠସ୍ୱର ର ନକଲ ମୋବାଇଲ ରୁ ମୋବାଇଲ କୁ ଘୁରି ବୁଲୁଛି। ଏହି ବିଷୟକୁ ନେଇ ଜନମତ ସଂଗ୍ରହ ଅବସରରେ ଜନସାଧାରଣଙ୍କ […]

ପ୍ରମୋଦ ନାୟକ(ଭୁବନେଶ୍ୱର): ନିର୍ବାଚନ ଆସିଲେ ଦେଶରେ ର ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭହୁଏ। ଏଥର ଆମ ରାଜ୍ୟରେ ମିଛ ମେଣ୍ଟ ହାଲ୍ଲାର କିଛିଦିନ ଡିଆଁ ଡେଇଁ ବନ୍ଦ ହୋଇ ଥିଲା,ହେଲେ ଏଇ ଦୁଇ ଚାରିଦିନ ଭିତରେ ଯୋର ଧରିଛି ଦଳ ଛଡା ରୋଗ। ଏହି ପରିପେକ୍ଷୀରେ, ଆଜି ସକାଳ ପାଖାପାଖି ୧୦ଟା ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ।ବିଜେଡିରୁ ଇସ୍ତଫା ଦେବାର ୨ […]

ସଂଜୟ ଶତପଥୀ(କଟକ): ଚୌଦ୍ବାର-କଟକ ବିଧାୟକ ସୌ୍ଭିକ ବିଶ୍ୱାଳ ପୁଣିଥରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆସ୍ଥା ଭାଜନ ହୋଇ ଥିବାରୁ,ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଛି । ପୂର୍ବଭଳି ଏଥର ମଧ୍ୟ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ବିଜେଡିର ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ କହିଛନ୍ତି ।ଏହି ଅବସରରେ ଚୌଦ୍ବାର-କଟକ ବିଜୁ ଛାତ୍ର ଜନତା ପକ୍ଷରୁ ବିଜେଡି ସୁପ୍ରିମୋ ନବୀନ […]

ଆଦିତ୍ଯ ବେହେରା(ଭୁବନେଶ୍ୱର): ଲୋକସେବା ଭବନରେ ଅନୁଷ୍ଠିତ ବିଜେଡି ସରକାରର ଶେଷ କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି,ଓଡ଼ିଶାର ଭବିଷ୍ୟତ ଉଜ୍ଜ୍ୱଳ। ଆମେ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବାକୁ ଯାଉଛୁ। ସେତେବେଳକୁ ଓଡ଼ିଶା ସବୁ କ୍ଷେତ୍ରରେ ଦେଶରେ ଏକ ନମ୍ବର ହେଉ ଆମେ ଚାହୁଁଛୁ। ଆଗାମୀ ଦଶନ୍ଧି ହେଉଛି ଯୁବବର୍ଗଙ୍କର। ଯୁବବର୍ଗଙ୍କ ମହତ୍ତ୍ୱାକାଂକ୍ଷାକୁ ଗୁରୁତ୍ୱ ଦେଇ ସର୍ବୋତ୍କୃଷ୍ଟ ଶିକ୍ଷା ଓ ନିଯୁକ୍ତି ସୁଯୋଗ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ପଦ୍ମଶ୍ରୀ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ। ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି କରିଛନ୍ତି। ସମାଜକୁ ସେମାନଙ୍କ ବଳିଷ୍ଠ ଅବଦାନର ସ୍ବୀକୃତି ସ୍ବରୂପ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ସମ୍ମାନାର୍ଥେ ମାସକୁ ୨୫ ହଜାର ଟଙ୍କା ଲେଖାଏ ଅର୍ଥ […]

ଆଦିତ୍ଯ ବେହେରା(ଭୁବନେଶ୍ବର):  ସରକାରୀ କର୍ମଚାରୀମାନଙ୍କ ପାଇଁ ସାଧାରଣତଃ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଦିଆଯାଉଥିବା ବେଳେ, ମହିଳା ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଉ ଅଧିକ ୧୦ ଦିନର ଛୁଟି ବଢାଇ ଦେଇଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ଷିକ ୨୫ ଦିନର ସାମୟିକ ଛୁଟି ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ ମହିଳା କର୍ମଚାରୀମାନେ ବର୍ଷକୁ […]

ସଂଜୟ ଶତପଥୀ(କଟକ): କଟକର ତୁଳସୀପୁର ସ୍ଥିତ ପୁରାତନ ତଥା ଖ୍ୟାତନାମା ଓଡ଼ିଶା ପୋଲିସ୍ ହାଇସ୍କୁଲ ପରିସରରେ କଟକ ଜିଲ୍ଲାପାଳ ଶ୍ରୀଯୁକ୍ତ ଭିନିତ୍ ଭରଦ୍ୱାଜ (ଭା.ପ୍ର.ସେ) ଙ୍କ ସଭାପତିତ୍ବରେ ଜିଲ୍ଲା ସ୍ତରୀୟ “ଶିକ୍ଷକ ପୁରସ୍କାର ସମ୍ମାନ” ମହାସମାରୋହରେ କଟକ ଜିଲ୍ଲା ର ସମସ୍ତ ଶିକ୍ଷାନୁଷ୍ଠାନ ର ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇଛି। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମୂଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସୁବାସ ସିଂ, […]

ଆଦିତ୍ଯବେହେରା(ଭୁବନେଶ୍ବର): ଯେତିକି ଯେତିକି ପାଖେଇ ଆସୁଛି ନିର୍ବାଚନ,ସେତିକି ବଢୁଛି ଯୋଜନା ଓ ଘୋଷଣା ପର୍ବ ।ଏହି ପର୍ଯ୍ୟାୟରେ କଳାକାରମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାକାର ମାନଙ୍କ ହିତକୁ ଦୃଷ୍ଟିରେ ରଖି ଆଜି “ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା”ରେ କଳାକାର ମାନଙ୍କ ସହାୟତା ରାଶି ବୃଦ୍ଧି ଘୋଷଣା କରିଛନ୍ତି। ଏହି ନୂଆ ଘୋଷଣା ଅନୁଯାୟୀ, ହିତାଧିକାରୀ ମାନେ ଏବେ ମାସକୁ ୧୨୦୦ ପରିବର୍ତ୍ତେ ୨୦୦୦ ଟଙ୍କା ସହାୟତା ପାଇବେ। ୮୦ […]

ଆଦିତ୍ଯ ବେହେରା(ଭୁବନେଶ୍ବର):ପାଖେଇ ଆସୁଛି ସାଧାରଣ ନିର୍ବାଚନ ।ବଢୁଛି ରାଜନୈତିକ ଉଷ୍ମତା।ସଜାଗ ହେଲେଣି ସବୁ ରାଜନୈତିକ ଦଳ। ଗତ ୧୫ ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁର ଗସ୍ତରେ ଆସିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ ଥର ଯାଇ ସାରିଛନ୍ତି। ଆଜି ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ସମ୍ବଲପୁର ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ଚାରମାଲରେ ହେବାକୁ ଥିବା ଓଡି଼ଶା କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶରେ […]

Pin It on Pinterest