Odia News
ବାସ୍ତବବ୍ୟୁରୋ:ଆଜି ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ସାରା ଦେଶରେ ଅନେକ ପରିବର୍ତ୍ତନ ଆସିଛି | ବର୍ତ୍ତମାନ ହିରୋ ଗାଡି କିଣିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ | ହିରୋ ମୋଟୋକର୍ପ ଗାଡିର ମୂଲ୍ୟ ୧ ,୫୦୦ ଟଙ୍କାକୁ ବୃଦ୍ଧି କରିଛି। ଏହା ବ୍ୟତୀତ ପିଏନବି ଏଟିଏମରୁ ଟଙ୍କା ଉଠାଇବା ପାଇଁ ନିୟମ ପରିବର୍ତ୍ତନ କରିଛି। ଆଜିଠାରୁ ଆମେ ଆପଣଙ୍କୁ ଏପରି ୫ ଟି ପରିବର୍ତ୍ତନ ବିଷୟରେ କହୁଛୁ, […]
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ୍ ଆଜି ଅନୁଷ୍ଠିତ ହେବ। ଦକ୍ଷିଣ ଗୁଜୁରାଟ ଏବଂ କଛ -ସ୍ଵରାଷ୍ଟ୍ରର ୧୯ ଟି ଜିଲ୍ଲାର ୮୯ ଟି ଆସନ ପାଇଁ ୭୮୮ ଜଣ ପ୍ରାର୍ଥୀ ଲଢୁଛନ୍ତି। ରାଜ୍ୟ ପାରମ୍ପାରିକ ଭାବରେ ଶାସକ ଭାରତୀୟ ଜନତା ପାର୍ଟି, କଂଗ୍ରେସ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଆସୁଛି, କିନ୍ତୁ ଏଥର ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି (AAP) ରୂପରେ ତୃତୀୟ ଦଳ ଅଛନ୍ତି, […]
ବାସ୍ତବ ବ୍ୟୁରୋ: ମେହେର ସମାଜର ଅନୁରୋଧ ରକ୍ଷା କରି ଭୁବନେଶ୍ବରଠାରେ ‘ସ୍ବଭାବ କବି ଗଙ୍ଗାଧର ମେହେର ଭବନ’ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ମଞ୍ଜୁର କରିଛନ୍ତି। ଏହାସହିତ ଏହି ଭବନ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ମଧ୍ୟ ମଞ୍ଜୁର କରିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨୮ ତାରିଖ ଦିନ ନିଖିଳ ଓଡିଶା ମେହେର (ଭୁଲିଆ) […]
ନୂଆଦିଲ୍ଲୀ: ଦିଲ୍ଲୀ ଏମସିଡି ନିର୍ବାଚନ ପୂର୍ବରୁ ତିନିଜଣ ପୂର୍ବତନ ଆଦମ ପାର୍ଟି ବିଧାୟକ ବିଜେପିରେ ଯୋଗ ଦେଲେ । ମଙ୍ଗଳବାର ଦିନ ସୁରେନ୍ଦ୍ର ସିଂ, ରାଜୁ ଧିଙ୍ଗନ୍ ଏବଂ ଚୌଧୁରୀ ଫତେହ ସିଂ ଦିଲ୍ଲୀରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ସମ୍ବିଦ ପାତ୍ର ଏହି ତିନି ନେତାଙ୍କୁ ଦଳରେ ସ୍ୱାଗତ କରିଛନ୍ତି। ଏହି ସମୟରେ ଦିଲ୍ଲୀ ବିଜେପି ସଭାପତି ଆଦେଶ ଗୁପ୍ତା ମଧ୍ୟ ଉପସ୍ଥିତ ଥିଲେ।
ଜୟନ୍ତଶତପଥୀ(କେନ୍ଦ୍ରାପଡ଼ା)୨୯/୧୧:ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ଯାତ୍ରୀ ନିବାସ କାର୍ଯ୍ୟାଳୟରେ ବଳଦେବଜୀଉ ପାଞ୍ଜି ପ୍ରକାଶନ କମିଟିର ଏକ ବୈଠକ ଇଣ୍ଟରନେସନାଲ ଏକାଡେମୀ ଅଫ୍ ଇଣ୍ଡିଆନ୍ ଷ୍ଟଡିଜ୍ , ଓଡ଼ିଶାର ଅଧ୍ୟକ୍ଷ ସାମ୍ବାଦିକ ଶ୍ରୀରାମ ଦାଶଙ୍କ ଆବାହକତ୍ଵ ଏବଂ ପଣ୍ଡିତ ସର୍ବେଶ୍ଵର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବଳଦେବ ପାଞ୍ଜି ପ୍ରକାଶ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଦେବୋତ୍ତର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ […]
ବାସ୍ତବ ବ୍ୟୁରୋ: ଆଜି(ମଙ୍ଗଳବାର) ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) କରିଛି ଏକ ବଡ଼ ଘୋଷଣା । ଘୋଷଣା ଅନୁଯାୟୀ, ଡିସେମ୍ୱର ୧ରୁ ଖୁଚୁରା ଡିଜିଟାଲ ଟଙ୍କା (e₹-R) ପାଇଁ ପ୍ରଥମ ବ୍ୟାଚ୍ ଲଞ୍ଚ ହେବ । e₹-R ଡଜିଟାଲ ଟୋକନ ରୂପରେ ଲଞ୍ଚ ହେବ । ଏହା ଲିଗଲ ଟେଣ୍ଡରକୁ ମଧ୍ୟ ପ୍ରତିନିଧିତ୍ୱ କରିବ । ବର୍ତ୍ତମାନ ପ୍ରଚଳନରେ ଥିବା କାଗଜ ଏବଂ କଏନର ମୂଲ୍ୟବର୍ଗରେ ହିଁ ଡିଜିଟାଲ ଟଙ୍କା […]
ପ୍ରମୋଦ ନାୟକ(ଭୁବନେଶ୍ବର): ନଭେମ୍ବର ୩୦ ରୁ ୪ ଡିସେମ୍ବର ୪ ତାରିଖ ଯାଏ ଚାଲିବାକୁ ଥିବା ମେକ୍ ଇନ ଓଡ଼ିଶା କନକ୍ଲେଭକୁ ନେଇ ଡିସିପି ପ୍ରତୀକ ସିଂଙ୍କ ସୂଚନା ।ମେକ ଇନ ଓଡ଼ିଶା କନକ୍ଲେଭରେ ଜାପାନ, ନରୱେ, ଜର୍ମାନୀ, ନେପାଳ ଓ ବାଂଲାଦେଶ ଭଳି ଦେଶର ସମ୍ମାନାସ୍ପଦ ବ୍ୟକ୍ତିମାନେ ଯୋଗ ଦେବେ। ଏହାକୁ ଆଖି ଆଗରେ ରଖି ବିମାନ ବନ୍ଦରରୁ ଆରମ୍ଭ କରି ରାସ୍ତା, ହୋଟେଲ, ଜନତା ମଇଦାନ, ପାର୍କିଂ […]
ସଂଜୟ ଶତପଥୀ(କଟକ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ୍ ଓ୍ବାର୍କରସ ଆସୋସିଏସନ୍,କଟକ ସହରାଞ୍ଚଳ-୨ ଶାଖା ପକ୍ଷରୁ ୮ ଦଫା ସମ୍ମିଳିତ ଏକ ଦାବିପତ୍ର ଓଡ଼ିଶାର ମାନନୀୟ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆସୋସିଏସନ୍ ର ସହରାଞ୍ଚଳ-୨ ଶାଖା ର ସଭାନେତ୍ରୀ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସିଂହ ଙ୍କ ନେତୃତ୍ବରେ ଶତାଧିକ ଅଙ୍ଗନବାଡ଼ି କର୍ମଚାରୀ କଟକ-ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ୍ ଙ୍କୁ ଘରୋଇ କାର୍ଯ୍ୟାଳୟରେ ଭେଟି ସମସ୍ତ ସରକାରୀ […]
ସଂଜୟଶତପଥୀ(କଟକ): ୨୭/୧୧- ସାହିତ୍ୟ ଓ ସାଂସ୍କୃତିକ ସଂଗଠନ ସମନ୍ବୟ ପକ୍ଷରୁ ପଣ୍ଡିତ ଗୋବିନ୍ଦ ରଥଙ୍କ ଉପରେ ଏକ ଆଲୋଚନା ଚକ୍ର କଟକ ବିଡାନାସୀସ୍ଥ ଶ୍ରୀ ଚହଟେଶ୍ୱର ମହାଦେବଙ୍କ ପବିତ୍ର ପୀଠରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ବେଦ ଧ୍ବନିରେ ସଭାସ୍ଥଳୀକୁ ମୁଖରିତ କରିଥିଲେ ପଣ୍ଡିତ ଦିଲ୍ଲୀପ କୁମାର ସାବତ। ସମନ୍ବୟର ସମ୍ପାଦକ ଆଡଭୋକେଟ ଦେବେନ୍ଦ୍ର କୁମାର ପରିଡ଼ା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପ୍ରକାଶନ ସମ୍ପାଦକ ଇଂ ଅବିନାଶ ପରିଡ଼ା ପଣ୍ଡିତ […]


