ବାସ୍ତବବ୍ୟୁରୋ(ଭୁବନେଶ୍ୱର)୧୭/୦୩: ବିଶିଷ୍ଟ ରାଜନେତା, ବିଜେପିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ପରଲୋକ ଘଟିଛି । ଡକ୍ଟର ପ୍ରଧାନ ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ ଦେଶ ଓ ଦଳ ପାଇଁ ଅପୂରଣୀୟ କ୍ଷତି ହୋଇଛି । ୧୯୪୧ ମସିହା ଜୁଲାଇ ୧୬ ତାରିଖରେ ସ୍ୱର୍ଗତଃ ଡକ୍ଟର ପ୍ରଧାନ ଜନ୍ମଗ୍ରହଣ […]

ବରଗଡ଼:-୧୬.୩(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ମନାପଡା ପଞ୍ଚାୟତ ଟିଙ୍ଗିପାଲି ଠାରେ ଚୋବିଶ ପ୍ରହରୀ ନାମ ଯଜ୍ଞ ଆରମ୍ଭ ହୋଇଯାଇଛି। ସର୍ବ ପ୍ରଥମେ ସପତ୍ନିକ କିଶୋର ପଧାନ ଓ ପୁଷ୍ପାଞ୍ଜଳି ପଧାନ କର୍ତ୍ତା ବରଣ ପୂର୍ବକ ସ୍ଥାନୀୟ ଡେଙ୍ଗେଇ କଣ୍ଟା ତୁଠରେ ପୂଜାର୍ଚ୍ଚନା କରାଯାଇଥିଲା।ତଦପରେ ଏକ ବର୍ଣ୍ଣାଢ଼୍ୟ କଳସ ଶୋଭାଯାତ୍ରା ଘଣ୍ଟ ଶଙ୍ଖ ହୁଳହୁଳି ର ତାଳେ ତାଳେ ଜଳପୂର୍ଣ୍ଣ କଳସ ଗ୍ରାମ ପରିକ୍ରମା କରି ନାମଯଜ୍ଞ […]

ବାସ୍ତବବ୍ୟୁରୋ(ଭୁବନେଶ୍ବର)୧୬ ମାର୍ଚ୍ଚ, ୨୦୨୫:ଆଜି ସନ୍ଧ୍ୟାରେ ବର୍ଷା ପବ୍ଲିକେସନ୍‌ ପକ୍ଷରୁ ପ୍ରକାଶିତ ଲୋହିଆ ଏକାଡ଼େମୀ ସଭାକକ୍ଷରେ ଗାଳ୍ପିକା ଯୁବକବି ବୀରେନ୍ଦ୍ର ନାୟକଙ୍କ ପ୍ରଥମ କବିତା ପୁସ୍ତକ ‘ଦରଜର ଦରୋଟି’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପୁସ୍ତକ ଲୋକାର୍ପଣ ଉତ୍ସବର ପ୍ରଥମ ଚରଣରେ ଆଜି ମହାପ୍ରୟାଣ ଲଭିଥିବା ପ୍ରଣମ୍ୟ କବି ରମାକାନ୍ତ ରଥଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯିବା ସହ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। […]

ବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୬/୦୩: ଓଡ଼ିଶାର ବିଶିଷ୍ଟ କବି ତଥା ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ରମାକାନ୍ତ ରଥଙ୍କ ଆଜି ପରଲୋକ ଘଟିଛି । ସେ ଦୀର୍ଘଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ସ୍ୱର୍ଗତଃ ରଥ ୧୯୩୪ ଡିସେମ୍ବର ୧୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ।ସେ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ସଚିବ ଭାବେ ୧୯୯୨ରେ ଅବସର ନେଇଥିଲେ ।ତାଙ୍କ ଦ୍ୱାରା ରଚିତ କବିତା ସଙ୍କଳନଗୁଡ଼ିକ […]

ବରଗଡ଼:-୧୩.୩(ବାସ୍ତବ ଟିଭି ନବୀନ କୁମାର ଦାଶ)କଳଙ୍ଗା ସମ୍ପ୍ରଦାୟଙ୍କୁ ଅନୁସୂଚିତ ଜନଜାତି ବା ଏସ.ଟିର ମାନ୍ୟତା ଦିଆଯାଉ।କେନ୍ଦ୍ର ସରକାରଙ୍କ ନିକଟରେ ଏହି ଦାବି ରଖିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ।ଓଡ଼ିଶାରେ କଳଙ୍ଗା ସମ୍ପ୍ରଦାୟକୁ ଏସଟିର ମାନ୍ୟତା ଦିଆଯାଉ ବୋଲି ଅନେକ ଦିନରୁ ଦାବି ହୋଇ ଆସୁଛି।ଯେତେବେଳେ କି ବହୁ ପୂର୍ବରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ଏହି ସମ୍ପ୍ରଦାୟଙ୍କୁ ଏସଟିରେ ସାମିଲ କରାଯାଇଛି। କଳଙ୍ଗା ସମ୍ପ୍ରଦାୟ ମୁଖ୍ୟତଃ ଜଙ୍ଗଲ ଓ ପାହାଡ଼ିଆ ଅଂଚଳରେ […]

 ଓଡିଶା କଂଗ୍ରେସ ନେତୃବୃନ୍ଦ ସମବେଦନା ଜଣାଇବା ଦୂର କଥା, ସାମାନ୍ୟତମ ନିନ୍ଦା ମଧ୍ୟ କରିନାହାନ୍ତି ନିଜ ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଓଡିଶାରେ କଂଗ୍ରେସ ନେତାମାନେ ପ୍ରୟାସ ଜାରୀ ରଖି ପ୍ରତିଦିନ ଡ୍ରାମାବାଜୀ କରୁଛନ୍ତି ବାସ୍ତବବ୍ୟୁରୋ(ଭୁବନେଶ୍ୱର): ତା.୦୯/୦୩- ଗତ କାଲି ସମଗ୍ର ବିଶ୍ୱ ଯେତେବେଳେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିଲା, ସେତେବେଳେ କଂଗ୍ରେଶ ଶାସିତ କର୍ଣ୍ଣାଟକ ପ୍ରଦେଶରୁ ଆସିଥିବା ଏକ ଦୁଖଦଃ ସମ୍ବାଦ ସମସ୍ତଙ୍କୁ ବ୍ୟଥୀତ କରିଥିଲା […]

 ସୀମାନିର୍ଦ୍ଧାରଣ କରାଗଲେ ଓଡିଶାର ଲୋକସଭା ଏବଂ ବିଧାନସଭା ଆସନ ସଂଖ୍ୟା ବଢିବ ବିଜେଡି ୨୦୨୪ ବିଧାନସଭା ନିର୍ବାଚନ ହାରିବା ପରେ ଏବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଂଟ ମୁହାଁବାସ୍ତବବ୍ୟୁରୋ(ଭୁବନେଶ୍ୱର)ତା.୧୧/୦୩: ଦେଶରେ ଇଣ୍ଡି ମେଂଟର କିଛି ରାଜନୈତିକ ଦଳ ମାନେ ଡିଲିମିଟେସନକୁ ନେଇ ଅଯଥାରେ ମିଥ୍ୟାପ୍ରଚାର କରୁଛନ୍ତି, ବିବାଦୀୟ ବୟାନ ଦେଇ ଲୋକଙ୍କ ମନରେ ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି । ସୀମାନିର୍ଦ୍ଧାରଣ ପ୍ରକ୍ରିୟା ଦେଶର ଗଣତନ୍ତ୍ରକୁ ସୁଦୃଢ କରିବ ।ସାରା […]

ସଂଜୟ ଶତପଥୀ(କଟକ): ସମଗ୍ର ଭାରତବର୍ଷରେ କାର୍ଯ୍ୟରତ ନିର୍ମାଣ ଶ୍ରମିକମାନଙ୍କର ଦ୍ବୀଦିବସୀୟ ସର୍ବଭାରତୀୟ ସମ୍ମିଳନୀ କର୍ଣ୍ଣାଟକର ମାଙ୍ଗାଲୋର ସହରସ୍ଥିତ ସଂଘ ନିକେତନ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ମହାସମାବେଶ ରେ ଭାରତ ର ୨୮ ଟି ରାଜ୍ୟରୁ ଅନ୍ୟୁନ ୪୦୦ ଜଣ ପ୍ରତିନିଧି ଯୋଗଦେଇଥିଲେ। ଏହି ମହାସମାବେଶ ରେ ଭାରତୀୟ ମଜଦୂର ସଂଘ ର ସର୍ବଭାରତୀୟ ସଭାପତି ଶ୍ରୀ ହିରଣ୍ମୟ ପାଣ୍ଡିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି […]

• ସଡ଼କ ସୁରକ୍ଷା ଉପରେ ସଚେତନତା ସୃଷ୍ଟିକୁ ଗୁରୁତ୍ୱ• ନିୟମ ଭଙ୍ଗକାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ• ନିୟମିତ ଚେକିଂ ସହ ହେବ ଜୋରିମାନା ଆଦାୟ• ରବିବାର ଓ ବୁଧବାର ହେବ ଶୂନ୍ୟ ସହନଶୀଳତା ଦିବସ ବାସ୍ତବବ୍ୟୁରୋ(ଭୁବନେଶ୍ୱର): ତା-୬.୩.୨୦୨୫ସାରା ଦେଶରେ ଏବେ ରାସ୍ତା ଦୁର୍ଘଟଣା ବଢ଼ିବା ସହ ଏଥି ଜନିତ ମୃତ୍ୟୁ ହାର ମଧ୍ୟ ବଢ଼ିବାରେ ଲାଗିଛି । ଦ୍ରୁତ ଗତିରେ ଗାଡି ଚାଳନା, ମଦ୍ୟପାନ, ବିନା ହେଲମେଟ ରେ […]

ବରଗଡ଼(ନବୀନ କୁମାର ଦାଶ): ବରଗଡ଼ ଜିଲା ଅତାବିରାରେ ଗତ ବୁଧବାର ସକାଳ ୮ଟାରେ ସିବିଆଇ ଚଢ଼ାଉ କରିଛି। ସିବିଆଇର ୧୦ ଜଣିଆ ୨ଟିମ୍ ନିକଟସ୍ଥ ପରମାଣପୁର ଗ୍ରାମର ଖାଦ୍ୟ ଓ ଯୋଗାଣ ବିଭାଗର ଶ୍ରମିକ ଠିକାଦାର ଜି.ସତ୍ୟନାରାୟଣ ଏବଂ ଅତାବିରାର ବ୍ୟବସାୟୀ ଜି.ନରସିଂହ ମୂର୍ତିଙ୍କ ଘରେ ଚଢ଼ାଉ କରିଛନ୍ତି । ସତ୍ୟନାରାୟଣ ଏବଂ ନରସିଂହ ମୂର୍ତି ସମ୍ପର୍କରେ ପୁତୁରା ଏବଂ କାକା ।କେଉଁ କାରଣ ନେଇ କକା, ପୁତୁରା ଘରେ […]

Pin It on Pinterest