ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ,ନର୍ଲା ସାପ୍ତାହିକ ବଜାର ରେ ଦେଖିବାକୁ ମିଳିଛି ଆଳୁର ମହଙ୍ଗା ମାଡ଼ । ମୁଖ୍ୟତଃ ଆଳୁ ସମସ୍ତ ଙ୍କ ଘରେ ନିତ୍ୟ ବ୍ୟବହାର୍ଯ୍ୟ ପରିବା ଭାବରେ ବ୍ୟବହାର କରିଥାନ୍ତି ବିଶେଷ କରି ଆଳୁର ଅତ୍ୟଧିକ ଚଢ଼ାଦର ର ପ୍ରଭାବ ଗରିବ ଶ୍ରେଣୀର ଲୋକଙ୍କ ହାଣ୍ଡି ଶାଳରେ ପଡୁଛି । କିଛି ଦିନ ତଳେ ପଶ୍ଚିମ ବଙ୍ଗ ରେ କୌଣସି କାରଣ କୁ ନେଇ ଧର୍ମଘଟ […]
Odia News
ଚିନ୍ତାମଣୀ ନାଏକ(ନର୍ଲା): ଶନିବାର ଦିବା ପ୍ରାୟ୧୦.୫୫ରୁ ୧୧ଟା ମଧ୍ୟରେ ଆମ ଓଡ଼ିଶା ସମସ୍ୟାର ନର୍ଲା ପ୍ରତିନିଧି ବାବୁଲାଲ ବାଗ କୌଣସି ଏକ ଜରୁରୀ କାମ ପାଇଁ ତାଙ୍କ ସହଯୋଗୀ ତପନ କୁମାର୍ ସାହୁ ଙ୍କ ସହ ରୂପ୍ରା ରୋଡ ସ୍ଥିତ କାନାଡା ବ୍ୟାଙ୍କ୍ ଏଟିଏମ୍ ପାର୍ଶ୍ଵରେ ନିଜ ଗାଡ଼ି OD 08 U 6263 କୁ ରଖି ATM ରୁ ଟଙ୍କା ଉଠାଉଥିବା ସମୟରେ ନର୍ଲା ରୁ ରୁପ୍ରାରୋଡ ଦେଇ […]
ସଂଜୟ ଶତପଥୀ(କଟକ): ବିଗତ ୬ ବର୍ଷର ବ୍ୟବଧାନ ପରେ , ବାରମ୍ବାର ଦାବି ସତ୍ତ୍ବେ ଓଡ଼ିଶାର ସ୍ବାଧୀନତା ସଂଗ୍ରାମୀ ତଥା ଯାହା ନାମରେ ବକ୍ସିବଜାର ନାମିତ ସେହି ବରପୁତ୍ର ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଙ୍କର ଏକ ପ୍ରତିମୂର୍ତ୍ତି ବକ୍ସି ବଜାର ଛକରେ ସ୍ଥାପନା ହୋଇପାରିଲା ନାହିଁ। ଏଥୂପ୍ରତି କଟକ ମହାନଗର ନିଗମ ର ମେୟର ଓ କମିଶନର ଙ୍କୁ ବାରମ୍ବାର ଭେଟିବା ଓ ଜଣାଇଥିଲେ ମଧ୍ୟ କଟକ ମହାନଗର […]
ସଂଜୟ ଶତପଥୀ(କଟକ): ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ଡ଼ଃ ଏ ପି ଜେ କଲାମଙ୍କ ଆଜି ଜୁଲାଇ ୨୭ ତାରିଖରେ ପୁଣ୍ୟତିଥି ଭାଜପା କଟକ ନଗର ଶାଖା ଜିଲ୍ଲା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିରଙ୍କ ନେତୃତ୍ୱରେ ବିଜୁ ପଟ୍ଟନାୟକ ଛକ ସ୍ଥିତ କାର୍ଯ୍ୟାଳୟ ରେ ପାଳନ କରାଯାଇଥିଲା। ଏଥିରେ କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲୀ ଯୋଗଦେଇ ଡ଼ଃ […]
ଭୁବନେଶ୍ୱର(ନି.ପ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାର ଯୁବକଙ୍କ ପାଇଁ ଏକ ନୂଆ ଘୋଷଣା କରିଛନ୍ତି। ଯେଉଁ ଯୁବକମାନେ ଅଗ୍ନିବୀର ଭାବେ ଦେଶର ସେବା କରି ଫେରୁଛନ୍ତି ସେମାନଙ୍କ ପାଇଁ ରାଜ୍ୟର ୟୁନିଫର୍ମ ସେବା କ୍ଷେତ୍ରରେ ୧୦ ପ୍ରତିଶତ ଆରକ୍ଷଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି। ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯାଉଥିବା ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଛାଡ଼ିବା ପୂର୍ବରୁ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କୁ ସୂଚନା ଦେଇ […]
ଭୁବନେଶ୍ୱର(ନି.ପ୍ର): ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି,ସୁଭଦ୍ରା ଯୋଜନା SOP ଚାଲିଛି ।ଏ ନେଇ ସରକାର କୌଣସି ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି ।କୌଣସି ଫର୍ମ ବାହାରି ନାହିଁ,ଏସ୍ଓପି ପ୍ରସ୍ତୁତି ଚାଲିଛି । ଅଗଷ୍ଟ ୧୫ ତାରିଖ ସୁଦ୍ଧା ବୁଦ୍ଧିଜୀବୀଙ୍କ ମତାମତ ନେବୁବୁଦ୍ଧିଜୀବୀଙ୍କ ମତାମତ ପରେ ଏସ୍ଓପି ପ୍ରସ୍ତୁତ କରାଯିବସରକାର ସମସ୍ତଙ୍କ ଅବଗତି ନିମନ୍ତେ ପ୍ରଚାର ପ୍ରସାର କରିବେ […]
ଭୁବନେଶ୍ୱର(ନି.ପ୍ର): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ଆଳୁ ଗୋଦାମରେ ସ୍ଥିତି ପରଖି କହିଲେ, ୩୨ ଟଙ୍କାରୁ ଅଧିକ ଟଙ୍କାରେ ଆଳୁ ବିକିଲେ ବ୍ୟବୟାସୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଆଳୁ ସମସ୍ୟା କୁ ନେଇ ବୈଠକ ବସିବା ପୂର୍ବରୁ, ଆଳୁ ଗୋଦାମରେ ପହଞ୍ଚି ସ୍ଥିତି ପରଖିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ବଜାର ଓ ଗୋଦାମରେ ଚଢାଉ କରାଯାଉଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଆଗାମୀ ୭ […]
ନର୍ଲା(ନି.ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରେ ୧୯୩ ଗୋଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଥିବା ବେଳେ ୨୯ ଗୋଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅବସ୍ଥିତ ଅଟେ ମୋଟ ୨୨୨ ଗୋଟି ବିଦ୍ୟାଳୟ ର ପ୍ରଥମ ରୁ ଦଶମ ଶ୍ରେଣୀ ରେ ଚଳିତ ବର୍ଷ ସର୍ବ ମୋଟ ୧୬୦୮୯ ଛାତ୍ରଛାତ୍ରୀ ଙ୍କ ପାଇଁ ରାଜ୍ୟ ସରକାର ପ୍ରତି ଛାତ୍ର ପିଛା ପୋଷାକ ଓ ଜୋତା ବାବଦ କୁ […]
କେନ୍ଦ୍ରାପଡ଼ା(ନି.ପ୍ର): ସ୍ଥାନୀୟ ଛତାଠାରେ ସରକାରୀ ପଲ୍ଲି ଟେକନିକ୍ ପରିସରରେ ଥିବା ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ରକୁ ବୁଧବାର ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ । ତାଲିମ୍ ନେଉଥିବା ଯୁବକଯୁବତୀମାନଙ୍କ ସହ ଆଲୋଚନା କରି କହିଛନ୍ତି “ ଜୀବନରେ ସୁନିଶ୍ଚିତ ନିଯୁକ୍ତି ନିମନ୍ତେ ଦକ୍ଷତା ବିକାଶ ଏକାନ୍ତ ଅପରିହାର୍ଯ୍ୟ । ତେଣୁ ଠିକ୍ରେ ତାଲିମ୍ ନେବା ପାଇଁ ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।” ଏହି ପରିଦର୍ଶନ ସମୟରେ […]
ସମ୍ପାଦକୀୟ: ଆଦିବାସୀ ଅଧ୍ଯୁଷିତ ପଛୁଆ ନବରଙ୍ଗପୁର ଜିଲ୍ଲା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବହୁ ପଛରେ ପଡିଥିବାବେଳେ ବିଭିନ୍ନ ଡାକ୍ତରଖାନାରେ ଆବଶ୍ୟକ ବିଶେଷଜ୍ଞ ଓ ଡାକ୍ତର ନାହାନ୍ତି। ଜିଲ୍ଲାରେ ଗର୍ଭବତୀ ଓ ଶିଶୁ ରକ୍ତହୀନତା ଓ ପୁଷ୍ଟିହୀନତାର ଶିକାର ହେଉଥିବାବେଳେ ଦୁଇ ତୃତୀୟାଂଶ ଡାକ୍ତର ପଦବୀ ଖାଲି ପଡିଛି। ଥିଲାବାଲା ପରିବାର ରୋଗୀ ଚିକିତ୍ସା ନିମନ୍ତେ ବାହାର ରାଜ୍ୟକୁ ଭରସା କରୁଥିବାବେଳେ, ଗରିବ ପରିବାର ରୋଗୀ ଭାଗ୍ୟକୁ ଆଦରି ଭଗବାନଙ୍କ ଭରସାରେ ରହୁଛନ୍ତି […]

 
		 
		 
		 
		 
		 
		 
		 
		 
		 
		
