ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବନ୍ଧକାଟିଆ ପଞ୍ଚାୟତ କୁଆଁଡୋଳ ଗ୍ରାମର ଶଙ୍କର୍ଷଣ ସାହାଣୀଙ୍କ କନିଷ୍ଠ ପୁତ୍ର ଲକ୍ଷ୍ମୀଧର ସାହାଣୀ (୨୧)ଙ୍କ ବାଲେଶ୍ୱର ଜିଲ୍ଲା ବାହାନାଗା ରେଳଦୁର୍ଘଟଣାରେ ମୃତ୍ୟୁ ହୋଇଛି । ସୁଦୁର ବାଲେଶ୍ୱରରୁ ତାଙ୍କର ଜଣେ ସାଙ୍ଗଙ୍କ ଘରକୁ ଯାଇ କଟକ ଫେରୁଥିବା ବେଳେ ଏହି ରେଳ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା ।ଗ୍ରାମରେ ଲକ୍ଷ୍ମୀଧରଙ୍କ ମୃତ ଦେହ ପହଂଚିବା ପରେ ଏକ ଶୋକାକୂଳ […]
Odia News
ବାସ୍ତବ ବ୍ୟୁରୋ: ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ୍ ନିକଟ ପଣପଣାଠାରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍ଟି ଆଜି ସାଲିମାରରୁ ଚେନ୍ନାଇ ଯାଉଥିଲା। ଏହି ସମୟରେ ସନ୍ଧ୍ୟା ପ୍ରାୟ ୭ଟା ୦୫ ମିନିଟ୍ରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଏହା ଚଢ଼ିଯାଇଥିଲା। ଫଳରେ ଟ୍ରେନ୍ର ୭ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ […]
ସଂଜୟ ଶତପଥୀ(କଟକ): କଟକ ସର୍କିଟ ହାଉସ ଠାରେ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ, କଟକ ଜିଲ୍ଲା ଶାଖାର ଏକ କାର୍ଯ୍ୟକାରିଣୀ ବୈଠକ ଜିଲ୍ଲା ସଭାପତି ଶ୍ରୀ ଦିଲ୍ଲୀପ କୁମାର ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଗ୍ରାମୀଣ ସାମ୍ବାଦିକ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଭାପତି ଶ୍ରୀ ପ୍ରଭାତ ରଞ୍ଜନ ବିଶ୍ବାଳ ଯୋଗଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମ୍ମିଳିତ […]
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ବୁହାଳୋ ପପଞ୍ଚାୟତ ବରପଡା ଗ୍ରାମର ମାଧବ ବେହେରାଙ୍କ ପୁତ୍ର ମହେନ୍ଦ୍ର ବେହେରା (୩୩) ନିଜ ଘରେ ପଙ୍ଖାରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି । ରାତିରେ ଖାଇ ପିଇ ସାରିବା ପରେ ଶୋଇବା ପୂର୍ବରୁ ମହେନ୍ଦ୍ର ବେକରେ ଲୁଗା ଲଗାଇ ପଙ୍ଖାରେ ଝୁଲୁଥିବାର ପରିବାର ଲୋକେ ଦେଖିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ଗୋଷ୍ଠୀ […]
ବାସ୍ତବବ୍ୟୁରୋ:ଓଡ଼ିଶା ସରକାର “ଆମ ପୋଲିସ୍” ବିଭାଗ କୁ ନେଇ ଏତେ ଗର୍ବିତ ଯେ କହିଲେ ନ ସରେ। ଜନସାଧାରଣ କୈାଣସି ଭୁଲ୍ କଲେ ଓଡ଼ିଶା ପୋଲିସ୍ ବାହିନୀ ଦ୍ଵାରା ଦଣ୍ଡିତ ହୁଅନ୍ତି ।ହେଲେ ପୋଲିସ୍ ଭୁଲ୍ କଲେ ତାହା ପୁଣି ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀ। ନିଜର ଅବସର ଦିବସରେ ତାଙ୍କ ଲାଗି କି ପ୍ରକାର ଦଣ୍ଡର ବ୍ୟବସ୍ଥା ରହିଛି ତାହା ବର୍ତ୍ତମାନ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। […]
ସଂଜୟ ଶତପଥୀ(କଟକ): ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ କଟକରେ ଦୀର୍ଘ ଦଶ ବର୍ଷ କାଳ କଟକ ମହାନଗର ଶାସନ ଓ ପ୍ରଶାସନ ର ଜାଇକା କାର୍ଯ୍ୟର ସାଙ୍ଘାତିକ ବିଳମ୍ବ ଏବଂ ଦାରୁଣ ପରିଚାଳନାଗତ ତ୍ରୁଟି ବ୍ୟବସ୍ଥା କାରଣରୁ କଟକ ବାସୀ ଅକଥନୀୟ ଯାତାୟତ ଅବ୍ୟବସ୍ଥା ସହିତ ଶେଷରେ ମରଣ ମୁହଁ କୁ ଯାଉଛନ୍ତି । ଗତକାଲି କେଶରପୁର ପୋଲ ପାଖ ଘଟଣାରେ ନାବାଳିକ ଝିଅ ଜାଇକା ଲୁହା ପାଇପ […]
ଜୟନ୍ତ ଶତପଥୀ(ଡେରାବିଶ): ସୋମବାର ଦିନ କଟକ ଜିଲ୍ଲା ନରାଜ ସ୍ଥିତ ଶ୍ରୀ ସିଦ୍ଧେସ୍ୱର ମହାଦେବ ଙ୍କ ପୀଠ ରେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଗ୍ରାମପଞ୍ଚାୟତ ଲହଣଶାସନ ଗ୍ରାମ ନିବାସୀ ଅଶ୍ୱିନୀ କୁମାର ଶତପଥୀ ଙ୍କର ଏକ ରୁଦ୍ରାଭିଷେକ କର୍ମ ହେଉଥିଲା । ରୁଦ୍ରାଭିଷେକ ପରିସମାପ୍ତି ପରେ ସେ ଯେତେବେଳେ ଘରେ ପହଁଚିଲେ ଏ ସମୟରେ ଜାଣିବାକୁ ପାଇଲେ କି ତାଙ୍କର ପାଖାପାଖି ସାଢେତିନି ଭରି ଓଜନ ର ଏକ ସୁନା […]
ନିରଞ୍ଜନ ବସ୍ତିଆ (ନିଶ୍ଚିନ୍ତକୋଇଲି) : ନତକାଇ ପଞ୍ଚାୟତ ଅଧିନରେ ଥିବା ବାଘୁଆ ପୋଖରୀରେ ରବିବାର ରାତିରେ କେହି ଦୁର୍ବୁତ୍ତ ବିଷ ପକାଇ ଦେଇଥିଲେ । ସୋମବାର ସକାଳେ ପୋଖରୀ ଚାରିପଟେ ମଲା ମାଛ ଭାସୁଥିବାର ଲୋକେ ଦେଖି ଏଠାରେ ମାଛ ଚାଷ କରିଥିବା ସ୍ୱୟଂ ସହାୟିକା ଗୋଷ୍ଠୀକୁ ଖବର ଦେଇଥିଲେ । ଗୋଷ୍ଠୀର ସଦସ୍ୟାମାନେ ପୋଖରୀରେ ମାଛ ମରିଯାଇଥିବା ଏବଂ ପାଣିରୁ ଦାନାଦାର ବିଷର ଦୁର୍ଗନ୍ଧ ବାରି ତାଙ୍କର କେହି […]
ସଂଜୟ ଶତପଥୀ(କଟକ): ଓଡ଼ିଶା ର ଶ୍ରେଷ୍ଠ ଶିଶୁ ଚିକିତ୍ସାଳୟ ଭାବେ ମାନ୍ୟତା ପାଇଥିବା, କଟକର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁରୋଗ ସ୍ନାତକୋତ୍ତର ସଂସ୍ଥାନ ବା ଶିଶୁ ଭବନକୁ ଆସିଥିବା ମାନସିକ ଚାପ ଗ୍ରସ୍ତ ଥୂବା ଅସୁସ୍ଥ ଓ ଚିକିତ୍ସାଧିନ ଶିଶୁମାନଙ୍କର ବାପମାଆ ତଥା ସମ୍ପର୍କୀୟ ମାନଂକୁ କଟକ ସହରର ଏକ ସୁନାମଧନ୍ୟ ଯୁବ ସଂଗଠନ ” ୟୁଥ୍ ଚାରିଟେବୁଲ ଟ୍ରଷ୍ଟ”, ସୂତାହାଟ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବା ସହ […]
ବ୍ରଜବିହାରୀ ଶଢଙ୍ଗୀ(ଭଞ୍ଜନଗର):ଭଞ୍ଜନଗର କଳା, ସାହିତ୍ୟ, ସଂସ୍କୃତିର ଗନ୍ତାଘର । କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଜନ୍ମ ସ୍ଥାନ । ଆଜି ସାରା ବିଶ୍ୱରେ ତାଙ୍କର କାବ୍ୟ, କବିତା ବିଭିନ୍ନ ଭାଷାରେ ଆବୃତ୍ତି କରାଯାଉଛି ।ଏହା ସହିତ ଭଞ୍ଜନଗର ହେଉଛି ଗଞ୍ଜାମ ଜିଲ୍ଲାର ଏକ ଉପଖଣ୍ଡ । ଏହି ପରି ସ୍ଥାନରେ ଗୋଟିଏ ଅଡ଼ିଟୋରିୟମ୍ କିମ୍ବା ମୁକ୍ତାକାଶ ରଙ୍ଗମଂଚ ନଥିବା ବଡ଼ ଦୁଃଖର ବିଷୟ । ତେଣୁ ଆଜି ଘୁମୁସର କଳାକାର ମଞ୍ଚର […]