ନବୀନ ଦାଶ(ବରଗଡ଼): ଆଜି ଜିଲ୍ଲାସ୍ତରୀୟ ଆଶା ଗାଁ କଲ୍ୟାଣ ସମିତି,ମହିଳା ଆରୋଗ୍ଯ ସମିତି ଓ ଜନ ଆରୋଗ୍ଯ ସମିତି ସମ୍ମିଳନୀ ୨୦୨୨/୨୦୨୩ ସ୍ଥାନୀୟ ବିଜୁପଟ୍ଟନାକ ଟାଉନ ହଲରେ ଅନୁଷ୍ଠିତ ହୋଇଯାଇଛି ।ଆଜିର ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ର ସମସ୍ତ ବ୍ଲକ ଓ ଗାଁ କଲ୍ୟାଣ ସମିତି ର ଆଶା ଓ ସ୍ବାସ୍ଥ୍ୟକର୍ମୀ ଯୋଗଦେଇ ନିଜ ନିଜ କ୍ଷେତ୍ରରେ ସଫଳତାରସହ ସେବା କାର୍ଯ୍ୟ କରିଥିବାରୁ ନଗଦ ରାଶି ସହ ସିଲ୍ଡ,ପୁଷ୍ପ […]
Odia News
ବରଗଡ(ଉସ.ପ୍ର.ନବୀନ ଦାଶ):ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ବାଦପାଲି ଗ୍ରାମରେ ଅକ୍ଷୟ ତୃତୀୟା ଅବସରରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଅଖି ମୁଠି ଅନୁକୂଳ ଉତ୍ସବ ପାଳିତ ହୋଇ ଯାଇଛି lଉତ୍ସବ ରେ ବିଦ୍ୟାଧର ଖମାରୀ ଯୋଗଦେଇ ମହାଲକ୍ଷ୍ମୀ ମାଁ ଙ୍କ ପୂଜା ଅର୍ଚ୍ଚନା ପୂର୍ବକ ଅଖି ମୁଠି ଅନୁକୂଳ ଉତ୍ସବ ଅନୁଷ୍ଠିତ ହୋଇ ଥିଲା।ଏହି ଅବସରରେ ଫସଲ ଭଲ ହେବା ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିବା […]
ନବୀନ ଦାଶ(ଅତାବିରା):-ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁମେଲ ସିଂହା ଛକ ରେ ଜବର ଦଖଲ କୁ ନେଇ ପ୍ରଶାସନିକ ଅଧିକାରୀଙ୍କ ହଟହଟ୍ଟା। ଅତାବିରା ବ୍ଲକ ପ୍ରଶାସନ ସଦଳବଳେ ୨୪ ତାରିଖ ସୋମବାର ଦିନ ୧୧ଟା ରେ ପହଞ୍ଚି ଦୀର୍ଘ ୫୦/୬୦ବର୍ଷ ରୁ ଉର୍ଦ୍ଧ୍ବ ହେବ ନିଜର ପେଟ ପାଟଣା କୁ ନେଇ ଦୋକାନ କରି ଚଳି ଆସୁଥିବା ଭୂମିହୀନ ଓ ବିପିଏଲ୍ ଧାରୀଙ୍କ ଜୀବିକାରେ ନାତମାରିଛନ୍ତି। ଏପରିକି ଏ […]
ସଂଜୟ ଶତପଥୀ(କଟକ): ଜଗତପୁରସ୍ଥିତ ସଦଗୁରୁ ଚିକିତ୍ସାଳୟରେ ନୂତନ ଭାବେ ନିର୍ମିତ ଅତ୍ୟାଧୁନିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ସଦଗୁରୁ ଚିକିତ୍ସାଳୟର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରଦୀପ କୁମାର ମହାନ୍ତିଙ୍କ ପୌରୋହିତରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ, ଅନନ୍ତମୟ କୋଷରୁ ଜାତ ହେଉଥିବା ଅମୃତମୟ ସନ୍ତାନ ମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଚିକିତ୍ସକ ମାନଙ୍କ ଅପରିହାର୍ଯ୍ୟତା […]
ଜୟସେନ୍ ରଇତ(ଗଜପତି): ଦିନକୁ ଦିନ ଗଜପତି ଜିଲ୍ଲାର ମୋହନା ଓ ଅଡବା ଥାନା ଅଞ୍ଚଳରେ ପୋଲିସ ଜୋର ଜାର ପାଟ୍ରୋଲିଙ୍ଗ ସହ ଗାଡି ଯାଞ୍ଚ ଏବଂ ଗଞ୍ଜେଇ ଚାଡାଉକରି ଗଞ୍ଜେଇ ମାଫିଆ ମାନଙ୍କ ନିଦ ହାଯାଉଥିଲେ ମଧ୍ୟ ଏହି ଗଞ୍ଜେଇ ଚାଲାଣରେ ପୂର୍ଣଛେଦ ପଡୁନାହିଁ । ଆଜି ଅଡବା ପୋଲିସ ଏସଆଇ ବି॰ଏନ ରେଡ୍ଡୀଙ୍କ ନେତୃତ୍ବରେ ଗୁଳୁବା ପଞ୍ଚାୟତର ଶୁଣ୍ଡିପଡା ଓ କୁଡିକିମା ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ବେଳେ ଶୁଣ୍ଡିପଡା […]
ପୁରୁଷୋତ୍ତମ ମହାପାତ୍ର(ଭଞ୍ଜନଗର):ଜାମୁ କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କୀ ହମଲାରେ ଗୁରୁବାର ସହିଦ ହୋଇଥିବା ୫ ଜଣ ବୀର ଯବାନଙ୍କ ସ୍ମୃତି ଉଦେଶ୍ୟରେ ଭଞ୍ଜନଗର ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ମହମବତୀ ଶୋଭାଯାତ୍ରା ସହ ନିରବ ପ୍ରାଥନା କରାଯାଇଥିଲା ।ସଙ୍ଘର ସଭାପତି ପ୍ରଦୀପ କୁମାର ସ୍ୱାଇଁ ନେତୃତ୍ୱରେ ସଙ୍ଘର ସମସ୍ତ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ଥାନୀୟ ରଘୁନାଥ ମନ୍ଦିରରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଥାନା […]
ତ୍ରିନାଥ ବାରିକ(ସାକ୍ଷୀଗୋପାଳ):ଆଜି ଅପରାହ୍ନ ୨-୩୦ ସମୟରେ ପଞ୍ଚଭୂତରେ ଲିନ ହେଲେ,ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ଲାନ୍ସନାୟକ ଦେବାଶିଷ ବିଶ୍ୱାଳ। ପରିବାର ଲୋକ, ବନ୍ଧୁବାନ୍ଧବ, ସ୍ଥାନୀୟ ଜନତା, ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ, ସେନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତସାହିରେ ଦେବାଶିଷଙ୍କ ଶେଷକୃତ୍ୟ ଗାଁ ମଶାଣିରେ ସଂପନ୍ନ ହୋଇଛି। ସାନଭାଇ ଦେବୀ ପ୍ରସାଦ ବିଶ୍ୱାଳ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ସତ୍ୟବାଦୀ […]
ସଂଜୟ ଶତପଥୀ(କଟକ): ପ୍ରଚଣ୍ଡ ରୌଦ୍ରତାପରେ ଜନସାଧାରଣ ପାଣି ଟୋପାଏ ଲାଗି ଡହଳବିକଳ ହେଉଥିବା ବେଳେ ତଥା ଯେତେବେଳେ କଟକ ମହାନଗର ନିଗମ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ବିଫଳ ସେତେବେଳେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ପକ୍ଷରୁ ମାନନୀୟ ପୋଲିସ୍ କମିଶନର ଶ୍ରୀ ସୈାମେନ୍ଦ୍ର ପ୍ରିୟଦର୍ଶୀ ଙ୍କ ନିର୍ଦ୍ଦେଶକ୍ରମେ କଟକ-ଭୁବନେଶ୍ୱର ର ପ୍ରତ୍ୟେକ ପୋଲିସ୍ ଥାନା ସମ୍ମୁଖରେ ଜଳଛତ୍ର କେନ୍ଦ୍ର ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ କଟକ ସହରର ବକ୍ସି ବଜାରସ୍ଥିତ ରିଜର୍ଭ ପୋଲିସ୍ […]
ନିରଞନ ବସ୍ତିଆ(ଶ୍ଚିନ୍ତକୋଇଲି) : ଶୁକ୍ରବାର ଅପରାହ୍ନରେ ନିଶ୍ଚିନ୍ତକୋଇଲି ବ୍ଲକ ବରପଡା ଲୁଣାନଦୀ ସେତୁର ମଧ୍ୟଭାଗରେ ଯାଉଥିବା ସମୟରେ ବଜ୍ରାଘାତ ଯୋଗୁ ଜଣେ ଚାଷୀଙ୍କର ଅକାଳ ବିୟୋଗ ଘଟିଛି । ନେମାଳ ପଞ୍ଚାୟତ କଣ୍ଟାପାରୀ ଗ୍ରାମର ସୂର୍ଯ୍ୟେନ୍ଦୁ ଶେଖର ସାହୁ (ବୁଲା) ୫୫ ବର୍ଷ ନିଶ୍ଚିନ୍ତକୋଇଲି ହାଟକୁ ଚାଉଳ ବିକ୍ରି କରିବା ପାଇଁ ସାଇକେଲ ଯୋଗେ ଯାଉଥିଲେ । ଲୁଣାନଦୀ ସେତୁ ପାର ହେଉଥିଲା ବେଳେ ହଠାତ୍ ବଜ୍ରାଘାତ ତାଙ୍କ ଉପରେ […]
ସଂଜୟ ଶତପଥୀ(କଟକ): ଜଗତସିଂହପୁରର ପୂର୍ବତନ ସାଂସଦ ତଥା ବିଶିଷ୍ଟ ଶିକ୍ଷାବିତ୍ ଓ ଅର୍ଥନୀତିଜ୍ଞ ତ୍ରିଲୋଚନ କାନୁନଗୋ ଆଉ ନାହାଁନ୍ତି । ଆଜି ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ଶ୍ରୀ କାନୁନଗୋ ମାର୍ଚ୍ଚ ୩୦ ତାରିଖରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହଉଥିଲେ । ଆଜି ସକାଳ ପ୍ରାୟ ୭ଟାରେ […]


